Bollywood ଏହି ହିରୋଇନଙ୍କୁ ଖୁବ ଶୀଘ୍ର ବିବାହ କରିବେ ଲୋକପ୍ରିୟ ସିଙ୍ଗର Jubin Nautiyal, Actress ଙ୍କ ନାଁ ଶୁଣିଲେ ଚମକି ପଡିବେ ଆପଣ !

ନମସ୍କାର ବନ୍ଧୁଗଣ ତେବେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଗତ କିଛି ମାସ ଧରି ୱେଡିଂ ସିଜନ ଜାରି ରହିଛି । ଏହି କ୍ରମରେ ଏବେ ଆଉ ଦୁଇ ଷ୍ଟାରଙ୍କ ନାମ ଯୋଡ଼ି ହେବାକୁ ଯାଉଛି । ସୂଚନା ଅନୁଯାୟୀ ବଲିଉଡ୍‌ର ଲୋକପ୍ରିୟ ଗାୟକ ଜୁବିନ ନଟିୟାଲ ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି । ସେ ନିଜ ଜୀବନସାଥୀ ଚୟନ କରିସାରିଛନ୍ତି । କେବଳ ସେତିକି ନୁହେଁ ଉଭୟ ମୁମ୍ବାଇରେ ବିବାହର ପ୍ଲାନିଂ କରୁଛନ୍ତି । ରିପୋର୍ଟ ଅନୁଯାୟୀ ଜୁବିନ ନଟିୟାଲ ଫିଲ୍ମ ‘କବୀର ସିଂହ’ ଏବଂ ‘ଦ ବିଗ୍‌ ବୁଲ୍‌’ ଅଭିନେତ୍ରୀ ନିକିତା ଦତ୍ତାଙ୍କୁ ବିବାହ କରିବେ ।

ଏପରିକି ଉଭୟ ଉତ୍ତରାଖଣ୍ଡରେ ସାତ୍‌ ଫେରେ ନେବେ ବୋଲି ଚର୍ଚ୍ଚା ହେଉଛି । ନିକଟରେ ଉଭୟ ପରିବାର ମଧ୍ୟରେ ସାକ୍ଷାତ ହୋଇଥିବା ଜଣାପଡ଼ିଛି । ଏଥିସହ ବିବାହ ପ୍ଲାନିଂ ପାଇଁ ଜୁବିନ ଅଭିନେତ୍ରୀ ନିକିତାଙ୍କ ଘରକୁ ମଧ୍ୟ ଆସିଥିଲେ । ଏହାପୂର୍ବରୁ ଉଭୟ ଲଭ୍‌ବାର୍ଡଙ୍କୁ ଏକତ୍ର ବହୁ ସ୍ଥାନର ସ୍ପଟ୍‌ କରାଯାଇଛି । କେବଳ ସେତିକି ନୁହେଁ ପରସ୍ପର ସୋସିଆଲ ମିଡିଆ ପୋଷ୍ଟରେ କମେଣ୍ଟ ଦେଉଛନ୍ତି ।

ନିକଟରେ ନିକିତା ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଥିଲେ, ‘ସେ ତାଙ୍କ ଆତ୍ମା ଏହି ପାହାଡ଼ରେ ଛାଡ଼ି ଆସିଛନ୍ତି । ‘ ଏହାପରେ ତୁରନ୍ତ ଜୁବିନ କମେଣ୍ଟ୍‌ରେ ନିଜ ପ୍ରତିକ୍ରିୟା ଦେଇଥିଲେ । ଏହି ପୋଷ୍ଟ ପରେ ବି-ଟାଉନରେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଛି । ଆଉ ଏବେ ଖବର ଆସିଛି ଯେ ନିକିତା ଉତ୍ତରାଖଣ୍ଡରେ ଜୁବିନଙ୍କ ଘରକୁ ଯାଇଥିଲେ ଏବଂ ଜୋରସୋରରେ ବିବାହ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।


ସୂଚନା ଅନୁଯାୟୀ ଜୁବିନ ନଟିୟାଲ ଏବଂ ନିକିତା ଦତ୍ତାଙ୍କ ମଧ୍ୟରେ ସାକ୍ଷାତକାର ପ୍ରଥମଥର ପାଇଁ ଫିଲ୍ମ କବୀର ସିଂହ ସେଟ୍‌ରେ ହୋଇଥିଲା । ଯଦିଓ ଉଭୟ ଷ୍ଟାରଙ୍କ ବିବାହର ଖବର ଚର୍ଚ୍ଚାରେ ରହିଛି, କିନ୍ତୁ ଏହାକୁ ନେଇ ଏପର୍ଯ୍ୟନ୍ତ କେହି ମୁହଁ ଖୋଲି ନାହାନ୍ତି । ତେବେ ଏଥି ସହିତ କପଲ୍‌ଙ୍କୁ ରାତ୍ରୀ ଭୋଜନ ଏବଂ ମଧ୍ୟାହ୍ନ ଭୋଜନରେ ମଧ୍ୟ ଦେଖିବାକୁ ମିଳିଛି । ବିମାନ ବନ୍ଦରରେ ଦୁହେଁ ଏକାଠି ନଜର ଆସିଥିଲେ ।

ତେବେ ନିକିତା ଦତ୍ତା ଙ୍କ ସହିତ ସାହିଦ କପୁରଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ ‘କବୀର ସିଂ’ରେ ଜଣେ ଅଭିନେତ୍ରୀ ଭୂମିକାରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରର ଭୂମିକା ଅନୁଯାୟୀ ନିକିତା ଦତ୍ତା ସହିଦ କପୁରଙ୍କୁ ରୋମାନ୍ସ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା । ନିକିତା ଫିଲ୍ମ ‘କବୀର ସିଂ’ର ସେଟରେ ଜୁବିନଙ୍କୁ ଭେଟିଥିଲେ । ଜୁବିନ୍ ‘କବୀର ସିଂ’ ଚଳଚ୍ଚିତ୍ରରେ ‘ତୁଝେ କିତନା ଚାହନେ ଲଗେ ହମ୍’ ଗୀତ ଗାଇଥିଲେ ।


ତେବେ ଟିଭି ସିରିଏଲ ‘ଡ୍ରିମ୍ ଗର୍ଲ’ ଏବଂ ‘ଏକ ଦୁଜେକେ ବାସତେ’ ନଜର ଆସିଥିଲେ । ଏହା ପରେ ସେ ବଲିଉଡ ରେ ପାଦ ଦେଇଥିଲେ ଏବଂ ନିଜ ସୁନ୍ଦର ଅଭିନୟ ରେ ଲୋକ ମାନଙ୍କ ହୃଦୟ କୁ ଜିଣିବାରେ ସଫଳ ହୋଇଥିଲେ । ତେବେ ସେହି ପରି ଜୁବିନ ମଧ୍ୟ ନିଜ ସ୍ୱର ରେ ଲୋକ ମାନଙ୍କ ହୃଦୟରେ ବାସ କରୁଛନ୍ତି ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *