ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ଆପଣ ମାନେ ସମସ୍ତେ ଓଡିଶାର ଲୋକପ୍ରିୟ ବୈଜ୍ଞାନିକ ଶେଷ କିସାନଙ୍କୁ ନିଶ୍ଚୟ ଜାଣିଥିବେ । ଶେଷ କିସାନ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶେଷ କିସାନ ଯେଉଁ ଯୁବତୀଙ୍କ ସହ ବିବାହ କରିଛନ୍ତି ସେହି ଯୁବତୀଙ୍କ ନାମ ହେଉଛି ଜୟଶ୍ରୀ । ସମ୍ବଲପୁର ନାକଟିଦେଉଳ ବ୍ଲକ ବଲାଶିଙ୍ଗା ଗାଁର ଯୁବ ବୈଜ୍ଞାନିକ ଶେଷ କିସାନ ବାଲେଶ୍ଵର ବାଲିଆପାଳ ଅଞ୍ଚଳର ଜୟଶ୍ରୀ ଜେନାଙ୍କୁ କୋର୍ଟରେ ବିବାହ କରିଛନ୍ତି ।
ଏହି ବିବାହ ସମୟରେ ଓକିଲ ପରୀକ୍ଷିତ ଦାସ, ତହସିଲଦାର ଦେବାଶିଷ ପାତ୍ରଙ୍କ ସମେତ ଉଭୟ ପକ୍ଷଙ୍କ ସମ୍ପର୍କୀୟ ଉପସ୍ଥିତ ରହିଥିଲେ । ତେବେ ଏ ତ ଥିଲା କେବଳ କୋର୍ଟ ମ୍ୟାରେଜ ଆସନ୍ତା 22 ତାରିଖରେ ବୈଦିକ ରୀତିନୀତି ଅନୁସାରେ ରେଢାଖୋଲର ଏକ କଲ୍ୟାଣ ମଣ୍ଡପରେ ତାଙ୍କ ବାହାଘର ହେବ ବୋଲି ଶେଷ କିସାନ କହିଛନ୍ତି । ବନ୍ଧୁଗଣ ସମ୍ବଲପୁର ଜିଲ୍ଲା ବଲାଶିଙ୍ଗା ଗାଁର ବାସିନ୍ଧା ହେଉଛନ୍ତି ଶେଷଦିପ କିସାନ ।
ଯେତେବେଳେ ଠିକ ଭାବରେ ଦୁନିଆ ଦେଖି ନଥିଲେ ତାଙ୍କ ମୁଣ୍ଡ ଉପରୁ ଉଠି ଗଲା ମାଆ ଦୁଃଖୀ କିସାନଙ୍କ ପଣତ କାନି । ମାତ୍ର ତିନି ବର୍ଷ ବୟସରେ ମାଆ ଛେଉଣ୍ଡ ହେଇଗଲେ ଶେଷ । ବଡ ଭଉଣୀଙ୍କ କୋଳରେ ସାରା ଦୁନିଆ ଦେଖିଲେ ଶେଷ । ସେ ଗାଁ ସ୍କୁଲରେ ପାଠ ପଢିଲେ ତାଙ୍କ ବାପା ବିପିନ କିସାନ ଜଣେ ଶ୍ରମିକ ଥିଲେ । ତାଙ୍କ କଷ୍ଟ ଅର୍ଜିତ ଧନରେ ପରିବାର ଚଳୁ ଥିଲା ।
ହେଲେ ଶେଷଙ୍କ ପାଠ ପଢାରେ ବହୁତ ଅସୁବିଧା ହେଉଥିଲା । ପାଖରେ ସମ୍ବଳ ନଥିବାରୁ ଶେଷ ଶେଷରେ ଗାଈ ଚରେଇବାକୁ ଗଲେ । ଏପରି କି ବାପାଙ୍କ ସହ ମଜୁରି ମଧ୍ୟ ଲାଗିଲେ । ଯାହା ପଇସା ଆଣିଲେ ସେଥିରେ ପରିବାର ଚଳିବା ସହ ଶେଷ ପାଠ ବି ପଢୁଥିଲେ । ଶେଷ ଜଣେ ମେଧାବୀ ଛାତ୍ର ଥିଲେ ଆଉ ସେ ନବଦୟ ପରୀକ୍ଷାରେ ପାସ କରିଥିଲେ । ଶେଷ ନବଦୟରେ ପାଠ ପଢିଲା ବେଳେ ହାତ ଛାଡି ଚାଲି ଗଲେ ବାପା ।
ବାପାଙ୍କ ଦେହାନ୍ତ ପରେ ଭାଙ୍ଗି ପଡିଲେ ଶେଷ ହେଲେ ସେ ନିଜକୁ ଅତି ମଝବୁତ କରିଲେ । ପିଲା ଦିନରୁ ଏତେ କଷ୍ଟ ଆଉ ସଂଘର୍ଷ କରି ସେ ବୈଜ୍ଞାନିକ ହେଇଗଲେ ଆଉ ଏବେ ସେ ନିଜ ଗାଁରେ ଘର କରି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।