ବିବାହ ବନ୍ଧନରେ ବାନ୍ଧି ହେଲେ Bollywoodର ଲୋକ ପ୍ରିୟ ଅଭିନେତା Ashish Vidyarthi, 60 ବର୍ଷ ବୟସରେ କରିଲେ ଦ୍ଵିତୀୟ ବିବାହ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ଆକ୍ଟର ଆଶିଷ ବିଦ୍ୟାର୍ଥୀ  ! ତେବେ ଖବର ଅନୁଯାଇ କଳାକାର ଆଶିଷ ବିଦ୍ୟାର୍ଥୀ ନିଜର ଅଭିନୟ ପାଇଁ ଦର୍ଶକଙ୍କ ନିକଟରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ଗଢି ପାରିଛନ୍ତି । ବିଶେଷ କରି ଆଶିଷ ବିଦ୍ୟାର୍ଥୀଙ୍କୁ ବହୁ ଫିଲ୍ମରେ ଖଳ ଭୂମିକାରେ ଦେଖିବାକୁ ମିଳିଥାଏ । ତେବେ ନିକଟରେ ଅଭିନେତା ଆଶୀଷ ବିଦ୍ୟାର୍ଥୀ ଦିତୀୟ ବିବାହ କରିଛନ୍ତି ବୋଲି ସୂଚନା ମିଳିଛି ।

ତେବେ ୬୦ ବର୍ଷର ପରିଣତ ବୟସରେ ଆସାମ ଗୌହାଟୀର ରୂପାଲୀ ବରୁଆଙ୍କୁ ସେ ବିବାହ କରିଛନ୍ତି । ତେବେ ଉଭୟଙ୍କ ସହମତି କ୍ରମେ ଏହି ବିବାହ ହୋଇଛି । ଏହା ସହ ଆଶୀଷ ବିଦ୍ୟାର୍ଥୀ ଓ ରୂପାଲୀ ବରୁଆ ବେଶ ଖୁସି ନିଜ ବାହାଘରରେ ଅଛନ୍ତି ବୋଲି ଜଣା ପଡୁଛି । ଆଶୀଷ ବିଦ୍ୟାର୍ଥୀ ପୂର୍ବରୁ ରାଜଶ୍ରୀ ବରୁଆଙ୍କୁ ବିବାହ କରିଥିଲେ । ଏବେ ରୂପାଳୀଙ୍କୁ କରିଥିବା ବିବାହ ଆଶୀଷ ବିଦ୍ୟାର୍ଥୀଙ୍କର ଦିତୀୟ ବିବାହ ଅଟେ । କଲିକତାର ଏକ କ୍ଲବରେ ଉଭୟଙ୍କର ବିବାହ ହୋଇଛି ।

ତେବେ ଆଶୀଷ ବିଦ୍ୟାର୍ଥୀ ଓ ତାଙ୍କର ନବ ବିବାହିତ ଧର୍ମପତ୍ନୀଙ୍କ ବିବାହର ଫୋଟ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ଭାଇରାଲ ହେବାରେ ଲାଗିପଡିଛି । ତେବେ ଉଭୟ ପରିବାରଙ୍କ ଉପସ୍ଥିତି କ୍ରମେ ଏହି ଦିତୀୟ ବିବାହଟି ଯଥା ରୀତିନୀତି ସହକାରେ ସମ୍ପର୍ଣ୍ଣ ହୋଇପାରିଛି । ଅଭିନେତା ଆଶିଷ ବିଦ୍ୟାର୍ଥୀ ହିନ୍ଦୀ, ତ୍ଲୁଗୁ, ବଙ୍ଗଳା କନ୍ନଡ, ମାଲାୟାଲାମ, ଓଡିଆ ଭଳି ପ୍ରାୟ ୧୧ ଭାଷାରେ ପ୍ରାୟ ୩୦୦ ରୁ ବି ଅଧିକ ଫିଲ୍ମରେ ନିଜର ଦମଦାର ଅଭିନୟ ଦର୍ଶକଙ୍କୁ ଭେଟି ଦେଇଛନ୍ତି ।

ତେବେ ଆଶୀଷ ବିଦ୍ୟାର୍ଥୀ ନିଜର ଫିଲ୍ମ ପାଇଁ ଜାତୀୟ ପୁରସ୍କାରର ମାନ୍ୟତା ମଧ୍ୟ ପାଇଛନ୍ତି । ତେବେ ଆଶୀଷ ବିଦ୍ୟାର୍ଥୀଙ୍କ ଖଳ ଚରିତ୍ର ପାଇଁ ସେ ବେଶ ଦର୍ଶକଙ୍କ ନିକଟରେ ନିଜର ଅଭିନୟ ପାଇଁ ଆଦୃତି ଲାଭ କରିପାରିଥିଲେ । ତେବେ ଆଶୀଷ ବିଦ୍ୟାର୍ଥୀ ନିଜର ଦିତୀୟ ବିବାହକୁ ନେଇ ପ୍ରତିକ୍ରିୟାରେ ବହୁତ ଖୁସି ଅନୁଭବ କରୁଥିବାର କହିଛନ୍ତି ।

କାରଣ ତାଙ୍କୁ ୬୦ ବର୍ଷ ହୋଇ ସୁଦ୍ଧା ସେ ରୂପାଳୀ ବରୁଆଙ୍କୁ ବିବାହ କରିପାରିଛନ୍ତି । ତେବେ ଆମେ ଆଶା  ମଧ୍ୟ କରିବୁ କି, ଅଭିନେତା ଆଶିଷ ବିଦ୍ୟାର୍ଥୀଙ୍କ ଦାମ୍ପତ୍ୟ ଜୀବନ ସୁଖ ମୟ ରହୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ। ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *