କାକଟପୁର ମା’ ମଙ୍ଗଳାଙ୍କ ଅଲୌକିକ ଲୀଲା, ମା’ ଙ୍କ ମୂର୍ତ୍ତିରୁ ଗମଗମ ହୋଇ ବାହାରୁଛି ଝାଳ, ଦେଖନ୍ତୁ ଆଶ୍ଚର୍ଯ୍ୟ କରିଲା ପରି ମା’ ଙ୍କ ମହିମା !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କାକଟପୁରର ଅଧିଷ୍ଟିତ ଦେବୀ ହେଉଛନ୍ତି ମା’ ମଙ୍ଗଳା । ମା’ ଙ୍କର ନାମରେ ସେଠାରେ ବହୁତ ଗୁଡିଏ କିମ୍ବଦନ୍ତୀମାନ ରହିଛି । କାକଟପୁର ମଙ୍ଗଳା ମା’ ଙ୍କର ଦର୍ଶନ ପାଇଁ ପ୍ରତ୍ଯେକ ଦିନ ଅନେକ ଶ୍ରଦ୍ଧାଳୁଙ୍କ ଭିଡର ସମାହାର ଦେଖିବାକୁ ମିଳିଥାଏ । କଥାରେ ଅଛି ମା’ ମଙ୍ଗଳା ସାକ୍ଷାତ ଦେବୀ ରୂପରେ ନିଜର ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ତେବେ ମା’ କାକଟପୁର ମଙ୍ଗଳାଙ୍କୁ ନେଇ ବର୍ତ୍ତମାନ ସମୟରେ ଏପରି କିଛି କଥା ଚର୍ଚାରେ ହେବାରେ ଲାଗି ପଡିଛି ।

ଯାହାକୁ ଶୁଣିକି ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଲୋମ ମଧ୍ୟ ଟାଙ୍କୁରୀ ଉଠୁଛି । ତେବେ ମା’ ମଙ୍ଗଳାଙ୍କ ଶରୀରରୁ ଗମଗମ ହୋଇ ଝାଳ ବାହାରୁଥିବାର ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହାକୁ ମା’ ଙ୍କର ନିତ୍ୟ ପୂଜକ ମାନେ ଦେଖି ଏହି ବିଷୟରେ ସୂଚନା ଦେଇଛନ୍ତି । ତେବେ ମନ୍ଦିରର ପୂଜକଙ୍କ କହିବା ଅନୁଯାଇ ଏହି ଗ୍ରୀଷ୍ମ ଦିନରେ ଖରା ତାତୀର ପ୍ରବାହ ଯୋଗୁ ଅସହ୍ୟ ଗରମ ଅନୁଭୂତ ହେଉଛି । ଯେଉଁ କାରଣରୁ ସାଧାରଣ ଦେହଧାରୀ ମନୁଷ୍ୟଙ୍କ ଶରୀର ଯେପରି ଗରମରୁ ଝାଳ ଝାଳ ହୋଇଯାଉଛି ।

ସେହିପରି ମା’ ମଙ୍ଗଳାଙ୍କ ଶରୀରରୁ ମଧ୍ୟ ଝାଳ ନିର୍ଗତ ହେଉଛି । ପାଷାଣ ମୂର୍ତ୍ତିରୁ ଯେପରି ସାକ୍ଷାତ ମଙ୍ଗଳା ମା’ ବିରାଜମାନ କରିଛନ୍ତି । ସେହି କଥା ମା’ ଙ୍କ ଶରୀରରୁ ଝାଳ ବାହାରିବା କଥା ଶୁଣି ମନେ ହେଉଛି । କାରଣ ମନ୍ଦିର ପୂଜକ ଏପରି ମଧ୍ୟ କହିଛନ୍ତି । ଯେ ସକାଳ ସମୟରେ ଯେତେବେଳେ ନୀତି କାନ୍ତି ଅନୁଯାଇ ମା’ ଙ୍କର ସ୍ନାନଆଦି କାର୍ଯ୍ୟ କରାଯାଉଛି । ସେତେବେଳେ ମା’ ପୂର୍ବ ଦିନ ପିନ୍ଧିଥିବା ଲୁଗାକୁ ବାହାର କରିବା ସମୟରେ ସେହି ଲୁଗା ମଧ୍ୟ ଝାଳରେ ଓଦା ହୋଇଯାଇଥିବା ପରି ଲାଗୁଛି ।

ତେବେ ଅପର ପକ୍ଷରେ ବିଜ୍ଞାନକୁ ଆଧାର କରି ବିଶେଷଜ୍ଞ କହୁଛନ୍ତି । ଯେ ମା’ ମଙ୍ଗଳାଙ୍କ ମୂର୍ତ୍ତି ତିଆରି ହୋଇଥିବା ପଦାର୍ଥରେ ଅତ୍ୟଧିକ ଗରମ କାରଣରୁ ଜଳୀୟ ବାଷ୍ପ ବାହାରୁଛି । ଯାହା ମା’ ଙ୍କ ମୂର୍ତ୍ତିରୁ ଝାଳ ବାହାରିବ ପରି ଦୃଶ୍ୟ ହେଉଛି । ତେବେ ଗୋଟିଏ ପଟେ ମା’ ଙ୍କୁ ନେଇ ରହିଥିବା ବିଶ୍ବାସ ଓ ଅନ୍ୟ ପଟେ ବିଜ୍ଞାନ ରହିଛି ।

ହେଲେ ମା’ ମଙ୍ଗଳାଙ୍କର ମୂର୍ତ୍ତିରେ ସାକ୍ଷାତ ମା’ ଜିବନ୍ତ ରହିଛନ୍ତି ବୋଲି ଅନେକ ଶ୍ରଦ୍ଧାଳୁ ବିଶ୍ବାସ ରଖିଛନ୍ତି । ତେବେ ଅପର ପକ୍ଷରେ ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଏହା ସହ କମେଣ୍ଟରେ ଜୟ ମା’ ମଙ୍ଗଳା ଲେଖିକି ଆମକୁ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *