ପୋଲିସର ଜେରାରେ ଭୋ-ଭୋ ହେଇ କାନ୍ଦି ପକାଇଲେ ସୌମ୍ୟଜିତ, କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ସଫ୍ଟୱେର ଇଞ୍ଜିନିୟର ଶ୍ଵେତାଙ୍କ ଆତ୍ମହତ୍ୟା ମାମଲା ଏବେ ବିବାଦ ଘେରରେ ରହିଛି । ଶ୍ଵେତାଙ୍କ ଅତମହତ୍ୟା ମାମଲାକୁ ନେଇ ପୋଲିସ ଏବେ ତଦନ୍ତ କରୁଛି । ଶ୍ଵେତାଙ୍କ ପୁରୁଷ ବନ୍ଧୁଙ୍କୁ ଏନେଇ ପଚରା ଉଚରା କରାଯିବ । ୨୬ ବର୍ଷୀୟ ଶ୍ଵେତା କଣ ପାଇଁ ଆତ୍ମହତ୍ୟା କରିଲେ ଆଉ ତାମହତ୍ୟା ପଛରେ କେଉଁ କାରଣ ଥାଇ ପାରେ ଏନେଇ ଅନୁସନ୍ଧାନ କରାଯିବ । ପରିବାର ଲୋକେ ଆତ୍ମହତ୍ୟା ପଛରେ ବ୍ଲାକମେଲ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ଆଉ ସନ୍ଦେହ ଘେରରୁ ତାଙ୍କ ପୁରୁଷ ବନ୍ଧୁ ଆସୁଛନ୍ତି । ଶ୍ଵେତାଙ୍କ ମୃତ ଶରୀର ପାଖକୁ ଏକ ଡାଏରୀ ଜବତ ହୋଇଥିଲା ସେହି ଡାଏରୀରେ ସୋମ୍ୟଜିତ ନାମକ ତାଙ୍କ ପୁରୁଷ ବନ୍ଧୁ ବିଷୟରେ ସେ ଉଲ୍ଲେଖ କରିଥିଲେ । ସୌମ୍ୟଜିତ ଓ ଶ୍ଵେତା ଅନେକ ବର୍ଷ ପର୍ଯ୍ୟନ୍ତ ପ୍ରେମ ସମ୍ପର୍କ ରଖିଥିଲେ । ତେବେ ଏହାରି ମଧ୍ୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସୁଛି । ସରିଲା ଲୁଚକାଳି ଖେଳ ଶେଷରେ ଚନ୍ଦ୍ର ଶେଖରପୁର ପୋଲିସ ଥାନା ହିଫାଜତରେ ରହିଲା ସୌମ୍ୟଜିତ ।

ଏ ହେଉଛନ୍ତି ସେହି ସୌମ୍ୟଜିତ ଯିଏ ବୁବନେଶ୍ବରର ସଫ୍ଟୱେର ଇଞ୍ଜିନିୟର ଶ୍ଵେତାଙ୍କ ଜୀବନ ହାରିବା ମାମଲାରେ ତାଙ୍କ ନାଁ ଉଠୁ ଥିଲା । ସୌମ୍ୟଜିତ ହେଉଛନ୍ତି ଶ୍ଵେତାଙ୍କ ସେହି ବୟଫ୍ରେଣ୍ଡ ଯିଏ ତାଙ୍କୁ ବ୍ଲାକମେଲ କରୁଥିଲେ । ସେହି ବୟଫ୍ରେଣ୍ଡ ଏବେ ପୋଲିସ ହିଫାଜତକୁ ଯାଇଛି । ଆଉ ସୌମ୍ୟଜିତଙ୍କୁ ପଚରା ଉଚରା କରି ତଥ୍ୟ ଓଗାଳିବାକୁ କମିସନରେଟ ପୋଲିସ ଚେଷ୍ଟା କରିଛି । ଆଉ ଠିକ ଏତିକି ବେଳେ ଶୁଣିବାକୁ ମିଳିଛି ଭୋ ଭୋ ହୋଇ କାନ୍ଦି ପକାଇଛି ସୌମ୍ୟଜିତ ।

ଜୀବନ ହାରିବା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ସୌମ୍ୟଜିତଙ୍କ ବିରୋଧରେ 306 ଦଫା ମାମଲା ରୁଜୁ କରିଛି ପୋଲିସ । ଶ୍ଵେତାଙ୍କ ବାପା ଦେଇଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଛି ।ଏହା ସହ ପୋଲିସ ସୌମ୍ୟଜିତଙ୍କୁ ନୋଟିସ କରିଥିଲା । ଏହା ସହ ମୃତ୍ୟୁର ଅଧ ଘଣ୍ଟା ପୂର୍ବରୁ ସୌମ୍ୟଜିତଙ୍କୁ ଶ୍ଵେତା 15 ଥର କଲ୍ କରିଥିଲେ । କିନ୍ତୁ ସୌମ୍ୟଜିତ ତାଙ୍କ ଫୋନ ଉଠାଇ ନଥିଲେ ।

ବୟଫ୍ରେଣ୍ଡ ସୌମ୍ୟଜିତ ତାଙ୍କୁ ଜୀବନ ହାରିବା ନେଇ ବାଧ୍ୟ କରିବା ହେତୁ ଶ୍ଵେତାଙ୍କ ବାପା ଏତଲା ଆଧାରରେ ମାମଲା ରୁଜୁ କରିଛି ପୋଲିସ । ଆଉ ଏହା ପରେ ଚନ୍ଦ୍ର ଶେଖରପୁର ଥାନା ପୋଲିସ ଏବେ ସୌମ୍ୟଜିତଙ୍କୁ ହିଫାଜତରେ ନେଇଛି ।ଶ୍ଵେତାଙ୍କ ବାପା, ମାଆ ଓ ଭାଇଙ୍କ କହିବା କଥା ଏହି ସୌମ୍ୟଜିତ ଆମ ଝିଅ ଉପରେ ବହୁତ ଅତ୍ୟାଚାର କରିଛି । ତେଣୁ ତାକୁ ଉଚିତ ଦଣ୍ଡ ଦିଆଯାଉ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *