ଦିପାଳୀ ଆରମ୍ଭ କଲେ ଅଘୋଷିତ ଇଲେକସନ୍ କ୍ୟାମ୍ପେନ୍ ! ଲଇକେରା ମିନିଷ୍ଟାଡିୟମରେ କଲେ ମହିଳା ଦିବସ ପାଳନ । ବାପାଙ୍କ ଅଧୁରା ସ୍ବପ୍ନ ପୁରଣ କରିବା ପାଇଁ ଦେଲେ ପ୍ରତିଶ୍ରୁତି । ଦିପାଳୀଙ୍କ ଭାଉଜ ସମର୍ଥନ କରି କହିଲେ ବାପାଙ୍କ ଇଛା ଥିଲା ଦିପାଳୀ ହୁଅନ୍ତୁ ଏମଏଲଏ । ଗୋଟିଏ ପଟେ ହତୟଆ କାରଣର ଖିଅ ପାଉନି ପୋଲିସ୍ ତ ଅନ୍ୟପଟେ ଚାଲିଛି ଶକ୍ତି ପ୍ରଦର୍ଶନ । ବୋଧେ ଏହାକୁ ହିଁ କୁହନ୍ତି ଅସଲ ରାଜନୀତି ।
ଦର୍ଶକ ବନ୍ଧୁ ଏବେ ଦୀପାଳି ବାପାଙ୍କ ସ୍ଵପ୍ନ ପୂରଣ କରିବାକୁ ଲାଗି ପଡି ଛନ୍ତି । ଲୋକଙ୍କ ପାଖକୁ ଯାଉଛନ୍ତି ଆଉ ପ୍ରତିଶ୍ରୁତି ଦେଉଛନ୍ତି ବାପାଙ୍କ ସ୍ଵପ୍ନ ପୂରଣ କରିବେ ବୋଲି । ଝାରସୁଗୁଡା ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ପୁରା ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଦୀପାଳି ଦାସ । ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦୀପାଳି ଝାରସଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଇକେରା ମିନି ଷ୍ଟାଡିୟମରେ ଏକ ସାଧାରଣ ସଭାର ଆୟୋଜନ କରିଥିଲେ ।
ଏଥିରେ ଶତାଧିକ ମହିଳା ଯୋଗ ଦେଇ ଥିଲେ । ଏହି ଅବସରରେ ବାପାଙ୍କ ଅଧୁରା ସ୍ଵପ୍ନ ପୂରଣ କରିବା ପାଇଁ ଦୀପାଳି ଉପସ୍ଥିତ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ଦୀପାଳିଙ୍କ ଭାଉଜ ଚାରବିକାଶ କହିଛନ୍ତି ତାଙ୍କ ଶ୍ଵଶୁରଙ୍କ ଇଛା ଥିଲା ଦୀପାଳି ଝାରସଗୁଡାର ପାର୍ଥୀ ହୋଇ ଲୋକଙ୍କ ସେବା କରନ୍ତୁ । ଦଳ କିଛି କହିବା ପୂର୍ବରୁ ଦୀପାଳିଙ୍କ ଭାଉଜ ତାଙ୍କ ଶଶୁରଙ୍କ ଇଛା କଥା କହି ନଣନ୍ଦଙ୍କୁ ଟିକେଟ ଦେବା ପାଇଁ ପରୋକ୍ଷାରେ ଦାବି କରିଛନ୍ତି ।
ସେପଟେ ଦୀପାଳି କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହାଙ୍କୁ ପାର୍ଥୀ କରିବେ ତାକୁ ସମର୍ଥନ କରିବେ ବୋଲି କହିଛନ୍ତି । ସେପଟେ ଏଠାରେ ଉପସ୍ଥିତ ଅନ୍ୟ କର୍ମ କର୍ତ୍ତା ଏବଂ ବିଭିନ୍ନ ବ୍ଲକରୁ ଆସିଥିବା ପ୍ରତିନିଧି ମାନେ ମହିଳା ସଶକ୍ତି କରଣରେ ସରକାର ଯେଉଁ ଭଳି କାମ କରୁଛନ୍ତି ତାକୁ ନେଇ ବେସ ପ୍ରଶଂସା କରିଛନ୍ତି ।
ଗୋଟିଏ ପଟେ ନବ ଦାସଙ୍କ ହତୟଆକୁ ପ୍ରାୟ ମାସେ ପୁରି ଯାଇ ଥିଲେ ବି ଏ ପର୍ଯ୍ୟନ୍ତ ଗୋପାଳ କାହିଁକି ନବ ଦାସଙ୍କୁ ହତୟଆ କରିଲା ତାର ରହସ୍ୟ ଖୋଲି ପାରିନି କ୍ର-ଆ ଇ-ମ ବ୍ରାଞ୍ଚ । ଅନ୍ୟ ପଟେ ବୋଧ ହୁଏ ପରିବାର ଲୋକେ ଏହି କଷ୍ଟକୁ ହୃଦୟରେ ଚାପି ଦେଇ ବର୍ତ୍ତମାନ ନବଙ୍କ ସ୍ଵପ୍ନ ପୂରଣ କରିବା ପାଇଁ ଅଣ୍ଟା ଭିଡି ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।