ଭାତ ନା ରୁଟି – କ’ଣ ଖାଇଲେ କମିବ ଓଜନ ? Niharika Dash

ନମସ୍କାର ବନ୍ଧୁଗଣ ତେବେ ଭାତ ଆମ ଦେଶର ଏକ ପ୍ରଧାନ ଖାଦ୍ୟ । ବିଶେଷ କରି ଆମ ରାଜ୍ୟ ଓଡିଶାର ଲୋକେ ପ୍ରତିଦିନ ଭାତ ଖାଆନ୍ତି । ଭାରତୀୟ ଖାଦ୍ୟ ଶୈଳୀରେ ରନ୍ଧା ଯାଉଥିବା ବ୍ୟଞ୍ଜନକୁ ଆମେ ଭାତ ଏବଂ ରୁଟି ସହ ଭୋଜନ କରିଥାଉ । କିନ୍ତୁ ଯେତେବେଳେ ଓଜନ କମାଇବା କଥା ଆସେ ସେତେବେଳେ ଆମେ ଚିନ୍ତିତ ହୋଇଯାଉ ଓ ଭାତ ଛାଡି ରୁଟି ଖାଇବା ଆରମ୍ଭ କରି ଦେଉ । ତେବେ ଏପରି କରିବା ସଠିକ ଅଟେ ନା ଏହା ଏକ ଭୁଲ ଧାରଣା ! ଚାଲନ୍ତୁ ଜାଣିବା ଡାକ୍ତର ବା ଡାଏଟିସିଆନ ନିହାରିକା ଦାଶ ଏ ବିଷୟରେ କଣ ଟିପ୍ପଣୀ ଦେଉଛନ୍ତି ।


ତେବେ ଡାକ୍ତର ନିହାରିକା ଦାଶଙ୍କ ମତରେ ଅନେକ ଲୋକ ଭାବନ୍ତି ଭାତ ଏବଂ ରୁଟି ବନ୍ଦ କରିଦେବା ଦ୍ଵାରା ଓଜନ କମିଯିବ ଏବଂ ଆମ ଓଜନ ସେହିପରି ବଜାୟ ରହିବ । ଭାତ ଏବଂ ରୋଟି ଆଦି ଶ୍ଵେତସାର ଜାତୀୟ ଖାଦ୍ଯରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ ରହିଛି । ଆଉ କାର୍ବୋହାଇଡ୍ରେଟ ଶକ୍ତିର ଏକ ମୁଖ୍ୟ ଉତ୍ସ ଅଟେ । ଆମ ଶରୀରକୁ କାର୍ଯ୍ୟ କରିବା ପାଇଁ ଯେଉଁ ଶକ୍ତି ଦରକାର ତାହା କାର୍ବୋହାଇଡ୍ରେଟରୁ ମିଳିଥାଏ ।

ଏହି କାର୍ବୋହାଇଡ୍ରେଟ ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ଏହା ସଂପୂର୍ଣ୍ଣ ଭାବେ ବନ୍ଦ କରିବା ଆମ ଶରୀର ପାଇଁ ହାନିକରକ ଅଟେ । ଏପରି କରିବା ଦ୍ଵାରା କିଟୋସିସ ହେବାର ସମ୍ଭାବନା ଅଧିକ ରହିଥାଏ । ତେବେ ସେଥିପାଇଁ ଆପଣ ଏହାକୁ ସଂପୂର୍ଣ୍ଣ ଭାବେ ବନ୍ଦ ନ କରି ଦିନକୁ ଥରେ ଖାଇ ପାରିବେ । ଭାତ କେତେ ପରମାଣରେ ଖାଇବା ଉଚିତ ତାହା ଆମେ ଜାଣି ପାରି ନଥାଉ । ଖାଉ ଖାଉ ଅଧିକ ଭାତ ଖାଇ ଦେଇଥାଉ ।


ଯାହା ଆମ ଓଜନକୁ ବଢାଇ ଦେଇଥାଏ । କିନ୍ତୁ ରୋଟି ଆମେ ଅତି ବେଶୀରେ ୪ ରୁ ୫ଟି ଖାଇପାରୁ । ନଚେତ ଆମେ ଖାଉଥିବା ଭାତ ଆଉ ରୋଟିର କ୍ୟାଲୋରି ପରିମାଣ ପ୍ରାୟତଃ ସମାନ ରହୁଛି । ରୋଟିରେ ସୋଡିୟମ ଭାତ ଅପେକ୍ଷା ଅଧିକ ରହୁଛି। ଡାକ୍ତର ନିହାରିକାଙ୍କ ମତରେ ଭାତ ଖାଇବା ଛାଡିଦେଲେ ବା ରୁଟି ଖାଇଲେ ପତଳା ହୋଇଯିବା ବୋଲି ଭାବିବା ଏକ ଭୁଲ ଧାରଣା ଅଟେ।


ତେବେ ଆମେ ଯେହେତୁ ଓଡିଆ ଭାତ ନ ଖାଇଲେ ଆମକୁ ଶାନ୍ତି ଲାଗେ ନାହିଁ । ଆଉ ଅଧିକ ଦିନ ଆମେ ଭାତ ନ ଖାଇ ମଧ୍ୟ ରହି ପାରୁ ନାହୁଁ । ତେଣୁ ଡା. ନିହାରିକା ତାଙ୍କ କ୍ଲାଏଣ୍ଟ ମାନଙ୍କୁ ଗୋଟିଏ ଭଲ ଟ୍ରିକ ଦିଅନ୍ତି । କେବଳ ଆମିଷ ଖାଉଥିବା ଦିନ ଭାତ ଖାଆନ୍ତୁ ଏବଂ ଅନ୍ୟ ଦିନ ରୁଟି ଖାଆନ୍ତୁ ବୋଲି ସେ ଉପଦେଶ ଦିଅନ୍ତି । ଆଉ ଭାତର ପରିମାଣ ମଧ୍ୟ କମ ରଖିବା ଉଚିତ । ଏହା ଦ୍ଵାରା ଆପଣଙ୍କ ଡାଏଟ ଏବଂ ଓଜନ ଉଭୟ ସନ୍ତୁଳିତ ରୁହେ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *