Ind vs Ban Test: ଭାରତୀୟ ଖେଳାଳୀଙ୍କ ସହ ପଙ୍ଗା ପଡିଲା ମହଙ୍ଗା ! ପଡିଆ ମଝିରେ ହିଁ ଲାଗିଲା ଝଗଡା, ଆଉ ତା’ପରେ…

ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ଭାରତୀୟ ଖେଳାଳିଙ୍କ ସହ ପଙ୍ଗା ପଡିଲା ମହଙ୍ଗା । ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଭାରତ ଆଉ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ଚାଲିଛି । ଆଉ ସେଇଠି ଭାରତୀୟ ଦଳ ସହ ପଙ୍ଗା ବାଂଲାଦେଶ ପାଇଁ ମହଙ୍ଗା ପଡିଛି । ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ଏହି ଖବରକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଭାରତ ଆଉ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ଚାଲିଛି ଆଉ ଏହି ଦୁଇ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳା ଯାଇଛି । ମ୍ୟାଚର ଦ୍ଵିତୀୟ ଦିନରେ ଭାରତ ଦଳ ପ୍ରଥମ ଇନିଙ୍ଗ୍ସରେ 404 ରନ୍ ରେ 10 ୱିକେଟ ହରାଇ ଥିଲା ।

ଏହା ପରେ ବାଂଲାଦେଶ ଦଳ ବ୍ୟାଟିଂ କରିବା ପାଇଁ ଆସିଥିଲା । ବାଂଲାଦେଶର ବ୍ୟାଟ୍ସ ମ୍ୟାନ ମାନେ ଏତେ ଭଲ ପଦର୍ଶନ କରିପାରି ନଥିଲେ ଏବଂ ଦଳକୁ ନିରାଶ କରିଥିଲେ । ବାଂଲାଦେଶ ମାତ୍ର 133 ରନ୍ ରେ 8 ୱିକେଟ ହରାଇ ଥିଲା । ବାଂଲାଦେଶର ପ୍ରଥମ ଇନିଙ୍ଗ୍ସର 14 ତମ ଓଭରରେ ଏଭଳି କିଛି ଘଟଣା ଘଟି ଥିଲା ଯାହାକି ନିଶ୍ଚିତ ଭାବରେ ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କରିଛି ।

ଭାରତୀୟ ଦଳର ଯୁବ ତାରକା ବୋଲର ମହମ୍ମଦ ସିରାଜ ବାଂଲାଦେଶର ପ୍ରଥମ ପାଞ୍ଚ ୱିକେଟ ମଧ୍ୟରୁ ତିନୋଟି ୱିକେଟ ନେଇଥିଲେ କିନ୍ତୁ ବାଂଲାଦେଶର ଦ୍ରୁତ ବ୍ୟାଟ୍ସ ମ୍ୟାନ ଲିଟନ ଦାସ ତାଙ୍କୁ ଶ୍ଲେଜିଙ୍ଗ କରିଥିଲେ ଏବଂ ଅଭଦ୍ର ଭାଷାରେ ଗାଳି ମଧ୍ୟ ଦେଇଥିଲେ । ଉଭୟ ଖେଳାଳି ପଡିଆ ମଧ୍ୟରେ ଝଗଡା ମଧ୍ୟ କରିଥିଲେ । ପରେ ଏହି ମାମଲାକୁ ଅମପେୟାର ଶାନ୍ତ କରିଥିଲେ ।

ଏହା ପରେ ମହମ୍ମଦ ସିରାଜ ଲିଟନ ଦାସଙ୍କୁ ଆଉଟ କରିଦେଲେ । ଏହା ପରେ ସିରାଜ ଓଠରେ ଆଙ୍ଗୁଠି ଦେଇ ଉତ୍ସବ ପାଳନ କରିଥିଲେ । ବିରାଟ କୋହଲି ଆଉ ମହମ୍ମଦ ସିରାଜ କାନରେ ହାତ ଦେଇ ଲିଟନ ଦାସକୁ ଉପଯୁକ୍ତ ଉତ୍ତର ଦେଇଥିଲେ । ଏହି ମ୍ୟାଚର ଏଭଳି ଘଟଣାଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *