ଭାରତ-ପାକିସ୍ଥାନ ଫ୍ରି ହିଟ୍ ବିବାଦ ! ନିଜର ମତ ରଖିଲେ ବରିଷ୍ଠ ଅମ୍ପାୟାର ସାଇମନ ଟଫେଲ, କହିଲେ ଏହି ବଡ କଥା…

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନେ ତ ଜାଣିଥିବେ ଯେ, ଯେତେବେଳେ ବି ଭାରତ ଓ ପାକିସ୍ତାନ ଦେଶ ମଧ୍ୟରେ କ୍ରିକେଟ ମ୍ୟାଚ ହୋଇଥାଏ ସେତେବେଳେ କୌଣସି ନା କୌଣସି ବିବାଦ ସାମ୍ନା କୁ ଆସିଥାଏ । ସେହିପରି ଏକ ବିବାଦ ବର୍ତ୍ତମାନ ସାମ୍ନା କୁ ଆସିଛି । ତେବେ ଭାରତ ଓ ପାକିସ୍ତାନ ବେଳେ ଫ୍ରି ହିଟ୍ ର ବିବାଦ । ନିଜର ମତ ରଖିଲେ ବରିଷ୍ଠ ଅମ୍ପେୟାର ସାଇମନ ଟଫେଲ ।

ପୂର୍ବତନ ଅମ୍ପେୟାର ସାଇମନ ଟଫେଲ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଫ୍ରି ହିଟ୍ ବିବାଦ କୁ ନେଇ ନିଜର ମନ୍ତବ୍ୟ ରଖିଛନ୍ତି । ବାସ୍ତବରେ ମ୍ୟାଚ ସମୟରେ ବିରାଟ କୋହଲି ଏକ ଫ୍ରି ହିଟ ବଲ ରେ ବୋଲ୍ଡ ଆଉଟ ହୋଇଥିଲେ ଏବଂ ରନ୍ ସଂଗ୍ରହ କରିଥିଲେ । ଯାହାପରେ ପାକିସ୍ତାନ ଏହାକୁ ଅନେକ ବିରୋଧ କରିଥିଲା ।

ବର୍ତ୍ତମାନ ପୂର୍ବତନ ଭେଟ୍ରାଲ ଅମ୍ପେୟାର ସାଇମନ ଟଫେଲ ଏହି ବିଷୟରେ ନିଜର ମନ୍ତବ୍ୟ ଲେଖିଛନ୍ତି ଏବଂ ଆଇସିସି ନିୟମ ଅନୁସାରେ ଅମ୍ପେୟାର ରନ୍ ଦେଇଥିବା କହିଛନ୍ତି । ସାଇମନ ଟଫେଲ ନିଜର ମତ ଲେଖିଛନ୍ତି ଯେ, ପୁରା ବିବାଦ ପରେ ଅନେକ ଲୋକ ତାଙ୍କୁ ମେସେଜ କରିଥିଲେ ।

ଏହି କାରଣରୁ ସେ ସୋସିଆଲ ମିଡିଆ ମାଧ୍ୟମରେ ପୁରା କଥା ବୁଝାଇବାକୁ ଚେଷ୍ଟା କରିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏହା ଅମ୍ପେୟାର ଙ୍କ ସଠିକ ନିଷ୍ପତ୍ତି ଥିଲା । ଫ୍ରି ହିଟ ବଲ ରେ ବିରାଟ କୋହଲି ଙ୍କୁ ବୋଲିଂ କରାଯାଉଥିଲା । କିନ୍ତୁ ବଲ ଥାର୍ଡ ଅମ୍ପେୟାର ଆଡ଼କୁ ଗଲା ।

ଏହାପରେ ଉଭୟ ବ୍ୟାଟ୍ସମ୍ୟାନ ଦୌଡ଼ି କରି ତିନି ରନ୍ ପୂରଣ କରିଥିଲେ । ଏହି ବଲ ରେ ଅମ୍ପେୟାର ଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ରୂପରେ ଠିକ ଥିଲା । ଫ୍ରି ହିଟ ପରେ ଯାହାବି ଘଟିଥିଲା ତାହା କିଛିବି ଭୁଲ ନଥିଲା । ଏଭଳି କିଛି ଲେଖି ନିଜର ମତ ପ୍ରକାଶ କରିଥିଲେ ପୂର୍ବତନ ଭେଟ୍ରାଲ ଅମ୍ପେୟାର ସାଇମନ ଟଫେଲ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *