ବନ୍ଧୁଗଣ ବର୍ତ୍ତମାନର ସବୁଠାରୁ ବଡ ଖବର ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଭାରତୀୟ କ୍ରିକେଟ ଫ୍ୟାନ୍ସ ମାନଙ୍କ ପାଇଁ ଦୁଃଖ ଖବର, ଟିଭିରେ ଦେଖି ପାରିବେ ନାହିଁ ଭାରତ ଏବଂ ନ୍ୟୁଜଲାଣ୍ଡ ମ୍ୟାଚ । ହେଲେ ଆପଣ ମାନଙ୍କୁ ଏଥିପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ଆପଣ ଚାହିଁଲେ ମ୍ୟାଚ ଦେଖି ପାରିବେ । ତେବେ କେଉଁଠି ଆଉ କେମିତି ଆପଣ ମ୍ୟାଚ ଦେଖିବେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦର୍ଶକ ବନ୍ଧୁ ଭାରତ ଏବଂ ନ୍ୟୁଜଲାଣ୍ଡ ମଧ୍ୟରେ ହେବାକୁ ଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟି20 ସିରିଜ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜ ପରେ ଦୁଇ ଦଳ ମଧ୍ୟରେ ତିନୋଟି ODI ମ୍ୟାଚ ମଧ୍ୟ ଖେଳାଯିବ । ଟି20 ସିରିଜର କମାଣ୍ଡ ହାର୍ଦିକ ପାଣ୍ଡିଆ ନେବା ସହ ODI ମ୍ୟାଚର ଅଧିନାୟକ ହେବେ ଶିଖର ଧବନ ।
ଭାରତ ଏବଂ ନ୍ୟୁଜଲାଣ୍ଡ ମଧ୍ୟରେ ଖେଳା ଯାଉଥିବା ଏହି ମ୍ୟାଚକୁ ପ୍ରଶଂସକ ମାନେ ଟିଭିରେ ଦେଖି ପାରିବେ ନାହିଁ । ତେବେ ଆପଣ କିପରି ଆଉ କେଉଁଠି ଏହି ମ୍ୟାଚ ଦେଖିବେ ତାହା ଆପଣଙ୍କୁ ଆମେ କହିବାକୁ ଯାଉଛୁ । ଭାରତ ଏବଂ ନ୍ୟୁଜଲାଣ୍ଡ ମଧ୍ୟରେ ଖେଳା ଯିବାକୁ ଥିବା ମ୍ୟାଚ ଆପଣ ଆମାଜୋନ ପ୍ରାଇମ ଏବଂ ୱେବ ସାଇଡରେ ପ୍ରସାରିତ ହେବ । ତେଣୁ ପ୍ରଶଂସକ ମାନେ ଏହି ମ୍ୟାଚକୁ ଟିଭିରେ ଦେଖିବାକୁ ପାଇବେ ନାହିଁ ।
SONY ଟିଭି ଏବଂ ଷ୍ଟାର ସ୍ପୋର୍ଟ୍ସ ଚ୍ୟାନେଲକୁ ଏହାକୁ ପ୍ରସାରଣ କରିବାର ଅଧିକାର ନାହିଁ । ହେଲେ ଏହି ଦୁଇ ଚ୍ୟାନେଲ ଦୀର୍ଘ ବର୍ଷ ଧରି ଟିମ ଇଣ୍ଡିଆର ମ୍ୟାଚ ପ୍ରସାରଣ କରି ଆସୁଛି । ମୋବାଇଲରେ ମ୍ୟାଚ ଦେଖିବାକୁ ମଧ୍ୟ ଆମାଜୋନ ପ୍ରାଇମର ମେମ୍ବରସିପ ରହିବା ଆବଶ୍ୟକ । ଏବେ ଆମାଜୋନ ପ୍ରାଇମ ମେମ୍ବରସିପର ଭିନ୍ନ ରେଟ ସ୍ତିର କରାଯାଇଛି ।
ହେଲେ ଆପଣ ମାନେ ସ୍ମାର୍ଟ ଟିଭିରେ ମ୍ୟାଚ ଦେଖି ପାରିବେ ସ୍ମାର୍ଟ ଟିଭି ଇଣ୍ଟର୍ନେଟ ଜରିଆରେ ମ୍ୟାଚକୁ ଉପଭୋଗ କରାଯାଇ ପାରିବ । ହେଲେ ଏଥିପାଇଁ ଆମାଜୋନ ପ୍ରାଇମର ମେମ୍ବରସିପ ମଧ୍ୟ ଆବଶ୍ୟକ । ଏହି ମ୍ୟାଚର କମେଣ୍ଟ୍ରି ହିନ୍ଦୀ, ଇଂରାଜୀ, କନ୍ନଡ ଏବଂ ତେଲୁଗୁ ଭାଷାରେ ଉପଲବ୍ଧ ହେବ । ତା ହେଲେ ଦର୍ଶକ ବନ୍ଧୁ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।