୨୦୨୬ରେ ଭାଙ୍ଗିଯିବ ହୀରାକୁଦ ବନ୍ଧ । ସମୁଦ୍ରରୁ ବାହାରି ଆସିବ ଏକ ବିଶାଳକାୟ ଚିତଳ ମାଛ । ରାହାମା ଠାରେ ଏହି ମାଛଟି ଶାରଦା ମା’ଙ୍କୁ ଦର୍ଶନ କରି, ଛତିଆ ବାଟରେ ପ୍ରାଣ ହାରିବ । ଆଉ ଏହି ବିଶାଳ ମାଛର ଅସ୍ଥିରେ ତିଆରି ହେବ ନୂଆ ବନ୍ଧ ଆଉ କବାଟ । ତେବେ ବନ୍ଧୁଗଣ ଏ କଥା ଆମେ କହୁନୁ ଏ କଥା କହୁଛି ମାଳିକା । ୨୦୨୬ରେ ଆସୁଛି ଏକ ବଡ ବିପଦ । ମାଳିକାରେ ଲେଖା ହେଉଛି ଚିତଳ ମାଛ ସେବେଳେ ବାହାରିଣ ଯିବ ।
ଶାରଦା ଦର୍ଶନ କରି ଗମନ କରିବ । ଛତିଆ ବଟରେ ଯାଇ ପ୍ରାଣ ହରାଇବ । ସେହି ସ୍ଥାନେ ମୃତ୍ୟୁ ଲଭି କାରଣ ହୋଇବ । ସେ ମତ୍ସ୍ୟର ଅସ୍ଥିତହିଁ କବାଟ ହୋଇବ । ଯୁଗ ଯୁଗାନ୍ତକୁ କଥା ଗୋଟି ରହିଯିବ । ଭବିଷ୍ୟତ ପୁରାଣ ବା କଳିଯୁଗ ଶେଷ ମାଳିକାର ଏହି ଧାଡି ଗୁଡିକରେ ଲେଖା ଯାଇଛି ଏଭଳି କିଛି କଥା ।
\ଯଦି ଏ କଥାକୁ ଆମେ ଥରେ ଚିନ୍ତା କରିବା ତେବେ ଆମେ ଜାଣି ପାରିବା ଯେ ୨୦୨୬ ମସିହାରେ ଏଭଳି ଏକ ଘଟଣା ଘଟିବାକୁ ଯାଉଛି ।ଯଦି ସମ୍ବଲପୁରର ହୀରାକୁଦ ଜଳ ଭଣ୍ଡାର କଥା ଦେଖିବା ତେବେ ୧୯୪୭ ମସିହାରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । ଆଉ ୧୦ ବର୍ଷ ଲାଗିଥିଲା ଏହାକୁ ତିଆରି କରିବାରେ । ୧୯୫୭ ମସିହାରେ ଏହି ବନ୍ଧ ନିର୍ମାଣ କାମ ସରିଥିଲା ।
ଯଦି ଦେଖିବା ଏ ବନ୍ଧଟି କ୍ରମେ କ୍ରମେ ପୁରୁଣା ହୋଇ ଆସୁଛି । ଆଉ ଏହି ବନ୍ଧ ଉପରେ ଅନେକ ପ୍ରେସର ବି ପଡୁଛି । ଅନେକ ମତ ଦେଇଛନ୍ତି ହୀରାକୁଦ ନଦୀ ବନ୍ଧରେ ଏତେ ମାତ୍ରାରେ ଜଳ ଏହି ବନ୍ଧ ଉପରେ ପ୍ରଭାବ ପକାଉଚି । ବନ୍ଧର କିଛି ଅଂଶରେ ଫାଟ ବି ଦେଖା ଗଲାଣି । ତେବେ ଏହି ବନ୍ଧକୁ ନେଇ ସମୟ ସମୟରେ ଗଣମାଧ୍ୟମରେ ଅନେକ ଖବର ମଧ୍ୟ ଆସିଛି ।
କିନ୍ତୁ ମାଳିକା ଯେଉଁ କଥା କହୁଛି ତାହା ହୋସ ଉଡେଇ ଦେଲା ଭଳି । ତେବେ ବାଂଲାଦେଶରେ ଦେଖିବାକୁ ମିଳେ ଏହି ଚିତଳ ମାଛ । ମାଳିକା ଅନୁସାରେ ଏହି ମାଛ ୨୦୨୬ରେ ରାହାମା ଠାରୁ ଛତିଆ ଆସି ପ୍ରାଣ ହାରିବ । ଆଉ ତାର ଅସ୍ଥିରେ ହେବ ବନ୍ଧ ଆଉ କବାଟ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।