ତପୁ ଙ୍କୁ ମନେପକାଇ ଭୋ ଭୋ ହୋଇ କାନ୍ଦିଲେ Ollywood ସିଙ୍ଗର Pami Mishra, କହିଲେ କିଛି ଏମିତି…ଶୁଣିଲେ ଆପଣ ବି କାନ୍ଦି ପକେଇବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବନ୍ଧୁଗଣ ଆଜି ଓଲିଉଡ ର ସୁନାମଧନ୍ୟ ସିଙ୍ଗର ତପୁ ମିଶ୍ରଙ୍କ ମୃତ୍ୟୁକୁ 1 ବର୍ଷ ପୁରି ଯାଇଛି । ଠିକ ଗତ ବର୍ଷ ଏହି ଦିନରେ 19 ଜୁନ ରେ ଆମେ ତପୁ ମିଶ୍ରଙ୍କୁ ହରାଇ ଦେଇଥିଲୁ । ତାଙ୍କ ବିୟୋଗରେ ଓଲିଉଡରେ ଏକ ବିରାଟ ଶୂନ୍ୟାସ୍ଥାନ ହୋଇ ଯାଇଛି । ଆଉ କେହି ବି ତାଙ୍କର ଏହି ସ୍ଥାନକୁ ପୂରଣ କରି ପାରିବେ ନାହିଁ । ତପୁଙ୍କ ବିୟୋଗ କୁ 1 ବର୍ଷ ପୁରି ଯାଇଥିଲେ ମଧ୍ୟ ଆଜି ବି ଓଡିଶାର ଜନତା ତାଙ୍କୁ ଭୁଲି ପାରି ନାହାଁନ୍ତି ।

ତାଙ୍କ ସୁମଧୁର ସ୍ଵର ଶୁଣିଲେ ଆଜି ବି ଆଖିରେ ଲୁହ ଜକେଇ ଆସେ । ଗତ ବର୍ଷ କରୋନା ରେ ଆକ୍ରାନ୍ତ ହୋଇ ତପୁ ମିଶ୍ର ଦୀର୍ଘ ସମୟ ଧରି ଚିକିତ୍ସିତ ହେଉଥିଲେ । କରୋନା ଭଲ ହୋଇଗଲା ପରେ ମଧ୍ୟ ତାଙ୍କର ଫୁସଫୁସ ପୁରା ନଷ୍ଟ ହୋଇ ଯାଇଥିଲା । ଓ ଶେଷରେ ସେ 19 ଜୁନ 2021 ରେ ଆମକୁ ଛାଡି ସବୁ ଦିନ ପାଇଁ ପରଲୋକ ଚାଲି ଯାଇଥିଲେ । ଆଜି ବି ଆମର ସେହି କଳା ଦିନ ମନେ ପଡେ ।

ଯିଏ ଆମ ଠାରୁ ଆମ ତପୁ ମିଶ୍ରଙ୍କୁ ଛଡେଇ ନେଇଛି । ତାଙ୍କ ପରଲୋକରେ ଓଡିଶାର କୋଟି କୋଟି ଜନତା ଶୋକ ପ୍ରକାଶ କରିଥିଲେ । ଆଜି ବି କେହି ତାଙ୍କୁ ଭୁଲି ପାରି ନାହାନ୍ତି । ତେବେ ତପୁ ମିଶ୍ରଙ୍କ ଯିବା ଆଜି ପୁରା 1 ବର୍ଷ ପୁରି ଯାଇଛି , ଏନେଇ ଓଲିଉଡ ସିଙ୍ଗର ପମି ଓ ଅଭିନେତ୍ରୀ ଲୋପମୁଦ୍ରା ନିଜର ଶୋକପ୍ରକାଶ କରିଛନ୍ତି । ପମି କହିଛନ୍ତି କି ସେ ଆମ ସହିତ ଏତେ ମିଶି ଯାଇଛି କି ତାକୁ ମନେ ପକେଇବା କିଛି ଆବଶ୍ୟକ ନାହିଁ କାରଣ ସେ ଆମ ଭିତରେ ଅଛି ।

ଆମେ ଏକା ସହିତ ବହୁତ ସମୟ ବିତାଉ ଥିଲୁ ଯାହା ଏବେ ମିସ କରୁଛୁ । ଏବେ ବି ଲାଗୁଛି ସେ ଆମ ସହିତ ଅଛି । ଆମେ ଗତବର୍ଷ ଫେବୃଆରୀ ରେ ଦେଖା ହେଉଥିଲୁ । ସାଙ୍ଗ ହୋଇ ଫିଲ୍ମ ଯିବାର ପ୍ଲାନିଂ ମଧ୍ୟ କରିଥିଲୁ । ଯେହେତୁ ମୁଁ ଟିଚର୍ସିପ କରୁଥିଲି ଯାଇ ହେଲାନି ସେ ପ୍ରଗ୍ରାମ ବାସ ସେଇଠି ରହିଗଲା । ତା ପରେ ମୁଁ ଆଉ ତା ସହିତ କଥା ହେଇ ପାରିନି ।

ଯେତେ ଚେଷ୍ଟା ପରେ କିଛି କାରଣ ଯୋଗୁ ମୁ ତାକୁ ଫୋନ କରି ପାରିଲିନି । ତେବେ ଲୋପାମୁଦ୍ରା ମଧ୍ୟ ତପୁଙ୍କୁ ମନେ ପକେଇ ଶୋକପ୍ରକାଶ କରିଛନ୍ତି । ତେବେ ଆପଣ ମାନଙ୍କୁ ତପୁ କିପରି ଲାଗନ୍ତି କମେନ୍ଟ କରନ୍ତୁ । ତପୁଙ୍କ ପାଇଁ ଗୋଟିଏ ଲାଇକ ଓ ସେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *