‘ଭଲ ପାଇଥିଲି, OYO ଯାଇଥିଲି, ମୋର ସବୁ ନେଲା, ମୋ ସହ ସବୁ କିଛି କଲା ହେଲେ ଶେଷରେ ମତେ…’ ପ୍ରେମିକଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରେମିକା, ଦେଖନ୍ତୁ Video

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ଯୁବତୀ ନିଜ ପ୍ରେମିକ ଘର ବାହାରେ ଧାରଣା ଦେଇ ବସିଛନ୍ତି । ଯୁବତୀ ଜଣକ ନିଜ ପ୍ରେମିକ ସହ କଲ୍ ରେ କଥା ହେଉଛନ୍ତି ଆଉ ପ୍ରେମିକ ତାଙ୍କୁ କହୁଛନ୍ତି, ଭଲରେ କହୁଛି ମୋ ଗାଁ ଛାଡି ପଳେଇ ଆସେ, ମୋ ଘର ଛାଡି ପଳେଇ ଆସେ । ତୋତେ ଦେଖି ଗାଁ ଲୋକେ ସବୁ କଣ କହିବେ ଆଉ ଏପଟେ ଯୁବତୀ କହୁଛନ୍ତି, ଏ ଗାଁ ପୁରା ମୋ ସପୋର୍ଟରେ ଅଛି ମୁଁ ଏଠୁ କୁଆଡେ ଯିବିନି ।

ମୋତେ ତୁ ଏଇଠିକି ଆଣିଥିଲୁ ତେଣୁ ମୁଁ ଏଠୁ ଉଠିବିନି ଯେ ପର୍ଯ୍ୟନ୍ତ ତୁ ନ ଆସିଛୁ । ଆଉ ଏହା ପରେ ପ୍ରେମିକ ଜଣକ କହୁଛନ୍ତି, ମୁଁ କେବଳ ତୋତେ ଘରକୁ ଆଣି ନଥିଲି ହୋଟେଲକୁ ବି ଆଣି ଥିଲି ହୋଟେଲ ଦ୍ଵାର ମୁହଁରେ ଯାଆ ବସିବୁ । ମୋ ଘର ଦ୍ଵାର ମୁହଁରେ ବସିଲେ ମୋ ଇଜ୍ଜତ ଯାଉଛି । ସେପଟେ ପ୍ରେମିକା କହୁଛନ୍ତି, ମୋର ଆଉ ଇଜ୍ଜତ କଣ ଅଛି ଯେ ମୋତେ ଲାଜ ଲାଗିବ ।

ଦର୍ଶକ ବନ୍ଧୁ ଆଜି ପ୍ରେମର ପରିଭାଷା ବଦଳିଛି । ଭଲ ପାଇବାର ଅର୍ଥ ବଦଳିଛି ଆଉ ଏଠି ପ୍ରେମ କହିଲେ କେବଳ ସେକ୍ସ ଆଉ ଧୋକା । ହଁ ଦର୍ଶକ ବନ୍ଧୁ ଏଭଳି ଏକ ଅଭାବନୀୟ ଘଟଣା ଏବେ ଦେଖିବାକୁ ମିଳିଛି କେନ୍ଦ୍ରପଡା ଜିଲ୍ଲା ମହାକାଳ ପଡା ବ୍ଲକ ମାର୍ସାଘାଇ ଥାନା ଅନ୍ତର୍ଗତ ବାନ୍ଧଗୁତ ଗ୍ରାମରେ । ବାନ୍ଧୁଗୁତ ଗ୍ରାମର ରମେଶ ଚନ୍ଦ୍ର ଓଝାଙ୍କ ପୁଅ ରଞ୍ଜନ ଓଝା ବୟସ 28 ବର୍ଷ ଝାଡ଼ଖଣ୍ଡ ରୁମୁଟା ମାଇନ୍ସରେ ଓଲ୍ଡର ଭାବେ କାମ କରୁଥିଲେ ରମେଶ ।

ଆଉ କାମ କରୁଥିବା ବେଳେ ଯାଜପୁର ସଦର ଥାନା ଅନ୍ତର୍ଗତ ଏକ ଝିଅକୁ ଇନ୍ସ୍ଟାଗ୍ରାମରେ ଚାଟିଙ୍ଗ କଲେ । ଆଉ ଦୀର୍ଘ 14 ମାସରେ ଚାଟିଙ୍ଗ ପରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ସମ୍ପର୍କ । ଆଉ ତା ପରେ ଘର, ଭଉଣୀ ଘର ଆଉ ଓୟୋ ହୋଟେଲ ଗଲେ ଉଭୟ ଆଉ ଖୁବ ପ୍ରେମ କରିଲେ । ବାରମ୍ବାର ହୋଟେଲ ଓ ନିଜ ଗାଁରେ ଶାରୀରିକ ସମ୍ପର୍କ ରଖିବା ପରେ ରମେଶ ଏବେ କହୁଛି ମୁଁ ତୋତେ ବାହା ହେବିନି ।

ଏହା ପରେ ମହିଳା ଜଣକ ଥାନାର ଦ୍ଵାରସ୍ଥ ହୋଇଥିଲେ ହେଲେ ରମେଶ କିନ୍ତୁ କହିଲା ବାହା ହେବି ହେଲେ ତାକୁ ପାଖରେ ରଖିବିନି । ଆଉ ଏବେ ନ୍ୟାୟ ପାଇବା ପାଇଁ ଯୁବତୀ ଜଣକ ତାଙ୍କ ପ୍ରେମିକର ଘର ଦୁଆର ମୁହଁରେ ଧାରଣା ଦେଇ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *