‘ଏମାନେ ନିଶାଖାଇ ରୋଲ କରୁଛନ୍ତି, ଭାବିଥିଲୁ ଏମାନେ ଗୋଟେ ଗୋଟେ ଡାଇମଣ୍ଡ, ହେଲେ ଏମାନେ ବାହାରିଲେ ଗୋଟେ ଗୋଟେ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ମାନହାନୀ ମାମଲା ଦାୟର କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ନିଜ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ନ୍ୟାୟ ପାଇଁ ଗତକାଲି ଉଚ୍ଚ ନ୍ୟାୟଳୟକୁ ଯାଇଥିବା ପ୍ରକୃତି ଆଜି ଭୁବନେଶ୍ୱର କୋର୍ଟରେ ମୋଟ୍‌ ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି । ବାବୁସାନ୍‌ଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଓ ଶ୍ୱଶୁର ଲଳିତ ଶତପଥୀଙ୍କ ବିରୋଧରେ ମୋକଦ୍ଦମା ଦାୟର କରାଯାଇଛି ।


ତେବେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଆଠ ଜଣଙ୍କ ବିରୋଧରେ ମଧ୍ୟ ମୋକଦ୍ଦମା କରାଯିବ । କିନ୍ତୁ ସେମାନେ ଚିହ୍ନଟ ହୋଇ ନଥିବାରୁ ତାଙ୍କ ନାଁ ଦିଆଯାଇ ନାହିଁ । ତେବେ ସେହିପରି ସୋସିଆଲ ମିଡିଆ ୟୁଟ୍ୟୁବକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି ପ୍ରକୃତି ମିଶ୍ର । ୟୁଟ୍ୟୁବରେ ପ୍ରକୃତିଙ୍କ ପ୍ରତି ଅପମାନଜନକ ଭିଡିଓ ଥିବାରୁ ୟୁଟ୍ୟୁବକୁ ପକ୍ଷଭୁକ୍ତ କରିଥିବା ତାଙ୍କ ଓକିଲ କହିଛନ୍ତି ।

ୟୁଟ୍ୟୁବରେ ପ୍ରକୃତିଙ୍କ ମାନସମ୍ମାନ ଓ ଇଜ୍ଜତକୁ ଆଞ୍ଚ ଆସିବା ପରି ନ୍ୟୁଜ୍‌ ପ୍ରସାରଣ ହୋଇଛି । ପୋଲିସ ଠାରୁ ନ୍ୟାୟ ନମିଳିବାରୁ କୋର୍ଟ ଯାଇଥିବା ସେ କହିଛନ୍ତି । ତେବେ ଏବେ ବି ସମାଧାନର ଦ୍ୱାର ଖୋଲା ଅଛି । ତେବେ ଘରୋଇ ସମସ୍ୟା ହୋଇଥିବାରୁ ପ୍ରକୃତିଙ୍କ ବାପାମା’ ନ୍ୟାୟ ଅପେକ୍ଷାରେ ଥିଲେ ବୋଲି କହିଛନ୍ତି ପ୍ରକୃତିଙ୍କ ଓକିଲ  ।

ହେଲେ ଉଭୟ ପରିବାର ମଧ୍ୟରେ ବୁଝାମଣାରେ କୌଣସି ରାସ୍ତା ବାହାରି ପାରିଲା ନାହିଁ । ତେଣୁ ଏବେ ପ୍ରକୃତି ଏପରି ନିଷ୍ପତ୍ତି ନେଇଛନ୍ତି । ଯଦି ଦୁଇ ପକ୍ଷ ଆପୋସ ଆଲୋଚନା କରିବେ, ସମାଧାନ ହେବ, ଅଭିଯୁକ୍ତମାନେ ଯଦି ଭୁଲ୍ ମାଗିବେ ସମାଧାନ ହେବ । ତେବେ ଏହା ଉପରେ ବର୍ତ୍ତମାନ ସମାଜ ସେବୀ ମଧୁମିତା ରଥ ନିଜର ମତ ରଖିଛନ୍ତି ତେବେ ସେ କହିଛନ୍ତି କି ହଠାତ ମୁମ୍ବାଇ ରୁ ଆସି ମାନହାନି କେଶ କରିବାଟା କାହିଁକି ମୋତେ ସନ୍ଦେହ ଲାଗୁଛି ।

ଏତେ ଦିନ ବିତିଗଲା ପରେ ଫୁଣି ସେହି କେଶ କୁ ଆଉ ଥରେ ଉଠେଇବାର ଅର୍ଥ କଣ । ଏହା ଛଡା ସେ କହିଛନ୍ତି କି ଏମାନେ ସବୁବେଳେ ନିଶାରେ ଚୁର ହୋଇ ରହିଥାନ୍ତି । ତେଣୁ ଯେତେବେଳେ ନିଶାରେ ଥାଆନ୍ତି ସେତିକି ବେଳେ ଆସି ହଙ୍ଗାମା କରିଥାନ୍ତି । ଆମେ ଭାବୁଥିଲୁ କି ସେମାନେ ଆଜିର ଯୁବ ପିଢ଼ି ପାଇଁ ଆଦର୍ଶ କିନ୍ତୁ ସେମାନେ କୌଣସି ଆଦର୍ଶ ନୁହେଁ ସେମାନଙ୍କ ଲକ୍ଷପଥ ରେ ଯିବା ଏକ ପ୍ରକାର ଭୁଲ ଅଟେ । ତେବେ ସେମାନେ ଡାଇମଣ୍ଡ ନୁହେଁ ସେମାନେ କାଚ ।


ତେବେ ଯଦି ଆପଣଙ୍କ ନାମରେ କିଏ କିଛି କହିଲେ ଖରାପ ଲାଗୁଛି ତେବେ ସେହି କାଦୁଅ କୁ ଯାଉଛ କଣ ପାଇଁ । ତେବେ ଶେଷରେ ସେ କହିଛନ୍ତି ବର୍ତ୍ତମାନ ଫାଲତୁ କାମ ନ କରି ନିଜର କ୍ୟାରିଅର ଦେଖ । ଯେଉଁ ମାନହାନି ରକମ ମାଗିଛନ୍ତି ତାହା ବହୁତ ଅଧିକ ଦେଖିବା ଆଗକୁ କଣ ହେଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *