ବାତ୍ୟା Batsirai ର ଧ୍ଵଂସଲୀଳା, ଦେଖନ୍ତୁ Exclusive ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ମାଡାଗାସ୍କରରେ ଭୀଷଣ ବାତ୍ୟା ‘ବାଟସିରାଇ’ ଧ୍ୱଂସର ତାଣ୍ଡବ ରଚିଛି । ବାତ୍ୟା ଯୋଗୁ ପ୍ରବଳ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ପାଖାପାଖି ଦୁଇ ସପ୍ତାହ ଭିତରେ ଦ୍ୱିତୀୟ ବଡ଼ ବାତ୍ୟା ବାଟସିରାଇ’ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି ୨୩୫ କିଲୋମିଟର ବେଗରେ ଲ୍ୟାଣ୍ଡଫଲ୍‌ କରିଥିଲା । ଏହାପରେ ଉଚ୍ଚ ଲହରୀ ଉଠିଥିଲା । ବାତ୍ୟା ଯୋଗୁ ଅନେକ ଘର ଧୂଳିସାତ୍‌ ହୋଇଯାଇଥିବା ବେଳେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ଏଥି ସହିତ ଏହି ଘୂର୍ଣ୍ଣିବାତ୍ୟା କାରଣରୁ ପାଖାପାଖି ୪୮,୦୦୦ ଲୋକ ବିସ୍ଥାପିତ ହୋଇଛନ୍ତି । ପ୍ରବଳ ବେଗରେ ପବନ ବହିବା ହେତୁ ଅନେକ ଗଛ ଉପୁଡ଼ି ପଡ଼ିଥିବା ବେଳେ କେତେକ ଅଟ୍ଟାଳିକା ବି କ୍ଷତିଗ୍ରସ୍ତ ହୋଇଛି । ତେବେ ମାଡାଗାସ୍କରର ମନଞ୍ଜରୀରେ ଘୂର୍ଣ୍ଣିବାତ୍ୟା ପୂର୍ବରୁ ଦେଶର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ପବନ ବହିଥିଲା । ମାଡାଗାସ୍କରର ପାଣିପାଗ ବିଭାଗ ରବିବାର କହିଥିଲା କି, ବର୍ଷା ଦେଶର କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବ ।

ଭାରତ ମହାସାଗରର ଦ୍ୱୀପ ଦେଶରେ ଧ୍ୱଂସର ତାଣ୍ଡବ ରଚିବା ପରେ ଏହି ଘୂର୍ଣ୍ଣିବାତ୍ୟା ଦୁର୍ବଳ ହୋଇଥିଲା । ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ପ୍ରାୟ ୮୦ କିଲୋମିଟର ପହଞ୍ଚିଥିଲା, ଯେତେବେଳେ କି, ଦ୍ରୁତ ଗତି ଥିଲା ଘଣ୍ଟା ପ୍ରତି ୨୩୫ କିଲୋମିଟର । ତେବେ କୁହାଯାଉଛି କି ସମୁଦ୍ର ଲହରୀ ମାଡ଼ି ଯାଇ ବାଲୁକା ପାହାଡ଼କୁ ନଷ୍ଟ କରି ଦେଇଛି, ଯାହାକି ଏକ କବରସ୍ଥାନ ଥିଲା ।

ଗଣମାଧ୍ୟମ ରିପୋର୍ଟ ମୁତାବକ, ବାତ୍ୟା ‘ବାଟସିରାଇ’ରେ ମନଞ୍ଜରୀ ସହର ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ଯାଇଛି । ସହରର ପାଖାପାଖି ୯୫ ପ୍ରତିଶତ ଭାଗରେ ଅନେକ କ୍ଷୟକ୍ଷତି ହୋଇଛି । ମାଡାଗାସ୍କର ପୂର୍ବରୁ ହିଁ ଟ୍ରପିକାଲ୍ ଷ୍ଟର୍ମ ‘ଏନା’ ସହ ଜୁଝି ହେଉଥିଲା, ଯାହାକି ଗତ ମାସରେ ଭାରତ ମହାସାଗର ଦ୍ୱୀପ ଦେଶରେ ଲ୍ୟାଣ୍ଡଫଲ୍‌ କରି ଅନେକ ଲୋକଙ୍କ ଜୀବନ ନେଇଥିଲା ।


ତେବେ ଫ୍ରାନ୍ସ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା କି, ମରିସସ୍‌ ଦେଇ ଯିବା ପରେ ବାତ୍ୟା ‘ବାଟସିରାଇ’ ପ୍ରବଳ ବର୍ଷିବା ସହିତ ଲା ରିୟୁନିଅନର ଫ୍ରାନ୍ସିସି ଦ୍ୱୀପକୁ ପ୍ରଭାବିତ କରିବ । ଏହା ପରେ ମାଡାଗାସ୍କର ପାଇଁ ବାତ୍ୟା ଗମ୍ଭୀର ବିପଦ ସୃଷ୍ଟି କରିବ । ବାତ୍ୟା ଏନା ଜାନୁଆରୀ ଶେଷରେ ମାଡାଗାସ୍କରରେ ଅତି କମରେ ୧୩୧,୦୦୦ ଲୋକଙ୍କୁ ପ୍ରଭାବିତ କରିଥିଲା, ଯେଉଁଥିରେ ପାଖାପାଖି ୬୦ ଜଣଙ୍କ ମୃତ୍ୟୁ ଘଟିଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *