ବର୍ଷାରେ ବଡ ଦାଣ୍ଡ ପାଲଟିଲା ସମୁଦ୍ର, ସିଂହଦ୍ଵାର ସମ୍ମୁଖରେ କୃତ୍ରିମ ବନ୍ୟା…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ, ପୁରୀ ର ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ପ୍ରବଳ ବର୍ଷାରେ ବେହାଲ ହୋଇଥିଲା ପୁରୀ ଶ୍ରୀମନ୍ଦିର । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିର ଭିତର ବେଢା ଜଳାର୍ଣ୍ଣବ ଭିଡିଓ ଦେଖିଲେ ଲାଗୁଥିଲା ସତେ ଯେମିତି ପୁରୀ ଶ୍ରୀମନ୍ଦିରରେ ବାଦଲଫଟା ବର୍ଷା ହୋଇଛି । ଏଥିଯୋଗୁଁ ବର୍ଷା ପାଣିର ଲହଡା ଦେଖିବାକୁ ମିଳିଛି ଶ୍ରୀମନ୍ଦିର ବେଢା ଭିତରେ ।

ତେବେ ଏହି ଦୃଶ୍ୟ ଦେଖିବା ପରେ ଲକ୍ଷ ଲକ୍ଷ ଭକ୍ତ ଙ୍କ ହୃଦୟ ଦୁଃଖ ରେ ବିହ୍ଵଳିତ ହୋଇ ପଡ଼ିଥିଲା । ଏହା ନିଶ୍ଚିତ ଭାବରେ ସମସ୍ତ ଭକ୍ତ ଙ୍କ ପାଇଁ ଏକ ଅଭାବନୀୟ ଘଟଣା ଥିଲା । ତେବେ ପୁଣିଥରେ ବର୍ଷା ଯୋଗୁଁ ଆଜି ପୁରୀ ର ବଡ଼ଦାଣ୍ଡ ରେ ମଧ୍ୟ ବର୍ଷା ପାଣି ଭରି ଯାଇଛି । ପୁରୀ ରେ ପ୍ରବଳ ବର୍ଷା ଜାରି ରହିଛି ଯେଉଁ କାରଣରୁ ପୁରୀ ର ବଡ଼ଦାଣ୍ଡ ହେଉଛି ଉବୁଟୁବୁ । ବଡ଼ଦାଣ୍ଡ ରେ ଲହଡ଼ା ମାରୁଛି ପାଣି ।

ବଡ଼ ଡ଼ାକ୍ତରଖାନା ଛକ ରୁ ମାର୍କେଟ ଛକ ପର୍ଯ୍ୟନ୍ତ ଯୁଆଡେ ବି ଅନାଇବେ ଚାରିଆଡ଼େ କେବଳ ପାଣି । ପାଣି ର ମାତ୍ରା ଟିକେ ବି କମୁ ନାହିଁ । ଏହିପରି ହେଉଥିବା ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ବର୍ଷା ଯୋଗୁଁ ପୁରୀ ସହର ର ବଡ଼ ଡ଼ାକ୍ତରଖାନା ଛକ, ବଳଗଣ୍ଡି ମାର୍କେଟ ଛକ ଏବଂ ସହର ର ତଳି ଅଞ୍ଚଳ ଜଳ ମଗ୍ନ ହୋଇ ପଡିଛି ।

ତେବେ ଲଘୁଚାପ ହେବା ପୂର୍ବରୁ ଏଭଳି ବର୍ଷା ଯୋଗୁଁ ପୁରୀ ସହର ର ବାସିନ୍ଦା ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି । ଭାଇରାଲ ହୋଇଥିବା ଭିଡିଓ ରେ ଦେଖିବାକୁ ମିଳୁଛି ଯେ, ସମ୍ପୂର୍ଣ୍ଣ ସହର ରେ ବର୍ଷା ପାଣି ଭର୍ତ୍ତି ହୋଇ ଯାଇଛି । ରାସ୍ତା ରେ ଲୋକ ମାନଙ୍କ ଯିବା ତ ଦୂରର କଥା ଯାନବାହନ ରେ ଯାତାୟାତ ମଧ୍ୟ ଅସମ୍ଭବ ହୋଇ ପଡ଼ିଛି ।

ଆଣ୍ଠୁଏ ପର୍ଯ୍ୟନ୍ତ ପାଣି ହୋଇ ଯାଇଛି । ଯାହାଦ୍ୱାରା ଲୋକ ମାନେ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ତେବେ ଏଭଳି ବର୍ଷା ର ପ୍ରଭାବ କେତେ ସମୟ ପର୍ଯ୍ୟନ୍ତ ରହିବ ତାହା ଆକଳନ ମଧ୍ୟ କରି ହେଉ ନାହିଁ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *