ବନ୍ଧୁଗଣ, ବର୍ଷାର ପ୍ରତିବନ୍ଧକ ସତ୍ତ୍ୱେ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ତୁଫାନୀ ବ୍ୟାଟିଂ ଯୋଗୁଁ ଆଜି ହାରିବାକୁ ଯାଉଥିବା ମ୍ଯାଚ ବି ଜିତିଯାଇଛି ଟିମ୍ ଇଣ୍ଡିଆ । ତେବେ କହିବାକୁ ଗଲେ ବର୍ଷା ଆଜି ଭାରତ ପାଇଁ ଅନୁକୂଳ ସାବ୍ୟସ୍ତ ହୋଇଛି । ଟିମ୍ ଇଣ୍ଡିଆ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ବେଳେ ଆଜି ନ୍ୟୁଜିଲାଣ୍ଡ ସହ ତିନିଟିକିଆ ଟି20 ସିରିଜର ତୃତୀୟ ମ୍ଯାଚ ଖେଳିଛି ଭାରତ । ମ୍ଯାଚ ଆରମ୍ଭରୁ ନ୍ୟୁଜିଲାଣ୍ଡର ନୂଆ କ୍ଯାପଟେନ ଟିମ୍ ସାଉଦି ଟସ୍ ଜିତିଥିଲେ ଓ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।
ତେବେ ମ୍ଯାଚ ଆରମ୍ଭରୁ ହିଁ ମହମ୍ମଦ ସିରାଜ ପିଓ ଅର୍ଶଦୀପ ସିଂ ନିଜ ବୋଲିଂର କମାଲ ଦେଖାଇବା ଆରମ୍ଭ କରି ଦେଇଥିଲେ । ଦ୍ଵିତୀୟ ଓଭରରେ ଅର୍ଶଦୀପ ଫିନ୍ନ ଆଲେନଙ୍କୁ ଆଉଟ କରିବା ପରେ ମାତ୍ର 4ଟି ବଲ ଖେଳି 3 ରନ୍ କରି ପାଭିଲିୟନ ଫେରିଥିଲେ ଫିନ୍ନ । ସେହିପରି ପଞ୍ଚମ ଓଭରରେ ଚାପମ୍ୟାନଙ୍କୁ ଆଉଟ କରି ସିରାଜ ନ୍ୟୁଜିଲାଣ୍ଡର ଏକ ଖାତରନାକ ପାର୍ଟନରସିପକୁ ଭାଙ୍ଗି ଦେଇଥିଲେ ।
ଏହା ପରେ ଗ୍ଲେନ ଫିଲିପ୍ସ ଓ ଡିଭୋନ କନୱେ ଦେଖୁ ଦେଖୁ 50 ରନ୍ ଲେଖାଏଁ ଖେଳି ଦେଇଥିଲେ । ଯାହାକି ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ଶେଷରେ 16 ଓଭରରେ ସିରାଜ ଗ୍ଲେନ ଫିଲିପ୍ସଙ୍କୁ ଭୁବନେଶ୍ବର କୁମାରଙ୍କ ହାତରେ କ୍ୟାଚ ଆଉଟ କରାଇବାରେ ସକ୍ଷମ ହୋଇଥିଲେ । ସେହିପରି ପରବର୍ତ୍ତୀ ଓଭରରେ ଅର୍ଶଦୀପ ମଧ୍ୟ ଡିଭୋନ କନୱେଙ୍କୁ 59 ରନ୍ ରେ ପାଭିଲିୟନ ପଠେଇ ଦେଇଥିଲେ । ଟିମ୍ ଇଣ୍ଡିଆ ପାଇଁ ଏହି ଦୁଇ ୱିକେଟ ହାସଲ କରିବା ସବୁଠୁ ବଡ ଆଶ୍ଵାସନାର ବିଷୟ ଥିଲା ।
ନ୍ୟୁଜିଲାଣ୍ଡକୁ 19ତମ ଓଭର ମଧ୍ୟରେ 160 ରନ୍ ରେ ଅଲଆଉଟ କରିବାରେ ସକ୍ଷମ ହୋଇ ପାରିଥିଲା ଟିମ୍ ଇଣ୍ଡିଆ । ସିରାଜ ଚାରୋଟି ୱିକେଟ ନେବା ସହ ଗୋଟିଏ ରନ୍ ଆଉଟ ମଧ୍ୟ କରାଇଥିଲେ । ଅର୍ଶଦୀପ ମଧ୍ୟ ୱିକେଟ ସହ ଗୋଟିଏ ରନ୍ ଆଉଟ ନିଜ ନାଁରେ କରିଥିଲେ । ଏହାପରେ ଟିମ୍ ଇଣ୍ଡିଆ ଆରମ୍ଭ କରିଥିଲା ଦ୍ଵିତୀୟ ଇନିଂସ । ହେଲେ ଅପନର ଇଶାନ କିଶାନ ଓ ରିଷଭ ପନ୍ତ ସେତେ ଖାସ କମାଲ କରି ପାରି ନଥିଲେ । ଉଭୟ ଯଥାକ୍ରମେ ମାତ୍ର 10 ଏବଂ 11 ରନ୍ ରେ ଆଉଟ ହୋଇ ଯାଇଥିଲେ ।
ଏହାପରେ ଟିମ୍ ଇଣ୍ଡିଆର ଭାର ଆସିଥିଲା ସୂର୍ଯ୍ୟକୁମାର ଯାଦବଙ୍କ କାନ୍ଧରେ । ହେଲେ ଏହି ମ୍ଯାଚରେ ସୂର୍ଯ୍ୟକୁମାର ମଧ୍ୟ ଅସଫଳ ହୋଇଥିଲେ । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ହିଁ ଟିମ୍ ଇଣ୍ଡିଆର ଶେଷ ଆଶା ଥିଲେ । ପାଣ୍ଡ୍ୟା ଅଧିନାୟକ ଭାବେ ବେଶ ଭଲ ପ୍ରଦର୍ଶନ କରିଥିଲେ ଓ ଟିମ୍ ଇଣ୍ଡିଆକୁ ବିଜୟ ଆଡକୁ ନେଇ ଯାଇଥିଲେ ।
ଆକ୍ରମଣାତ୍ମକ ବ୍ୟାଟିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ପାଣ୍ଡ୍ୟା । 117 ଷ୍ଟ୍ରାକ ରେଟ ସହ 18 ବଲରେ 3ଟି ଚଉକା ଓ ଗୋଟିଏ ଗଗନସ୍ପର୍ଶୀ ଛକା ସହ ପାଣ୍ଡ୍ୟା ଆଖି ପଲକ ପଡିବା ମାତ୍ରେ 30ରୁ ଅଧିକ ରନ୍ ବନେଇ ଦେଇଥିଲେ । ଏହି ସମୟରେ ଭାରତକୁ ଜିତିବା ପାଇଁ ଅନୁକୂଳ ପରିସ୍ଥିତି ସାଜିଥିଲା ବର୍ଷା ।
ଠିକ ସମୟରେ ବର୍ଷା ଯୋଗୁଁ ମ୍ଯାଚ ସ୍ଥଗିତ ରହିଥିଲା । ଯାହାପରେ DLS ମେଥଡ ଲାଗିଥିଲା ଓ ସବୁ ଦୃଷ୍ଟିରୁ ଭାରତୀୟ କ୍ରିକେଟ ଟିମ୍ ର ବିଜୟ ନିଶ୍ଚିତ ଥିଲା । ଏହିପରି ଭାବେ ପାଣ୍ଡ୍ୟାଙ୍କ ବ୍ୟାଟିଂ ଓ DLS ମେଥଡ ଲାଗିବା ଯୋଗୁଁ ଭାରତ ଆଜିର ମ୍ଯାଚ ଜିତି ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।