ମୃତ୍ୟୁର 12 ବର୍ଷ ପରେ ପୁନର୍ଜନ୍ମ ନେଇ ଫେରିଲ ଧନରାଜ, ବଖାଣିଲେ ପୁନର୍ଜନ୍ମର ପୁରା କାହାଣୀ (Palwal Rebirth News), ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ପୁନର୍ଜନ୍ମ କାହାଣୀ ବିଷୟରେ ନିଶ୍ଚୟ ଶୁଣିଥିବେ । ଅନେକ ସିନେମାରେ ବି ଆପଣ ମାନେ ପୁନର୍ଜନ୍ମ କାହାଣୀ ଦେଖିଥିବେ । ହେଲେ ବନ୍ଧୁଗଣ ଯଦି ଆମେ କହିବୁ ବାସ୍ତବ ଜୀବନରେ ପୁନର୍ଜନ୍ମ ଘଟଣା ଘଟିଛି ତା ହେଲେ ବୋଧ ହୁଏ ଆପଣ ମାନଙ୍କୁ ଏହି ଘଟଣା ଉପରେ ବିଶ୍ଵାସ ହେବ ନାହିଁ । ହେଲେ ଦର୍ଶକ ବନ୍ଧୁ ଏହା ସତ । ଏବେ ଜଣେ ଯୁବକ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛି ।

ଯୁବକଙ୍କର ନାମ ହେଉଛି ରାହୁଲ । ରାହୁଲର କହିବା ମୁତାବକ ତାର ପୁନର୍ଜନ୍ମ ହୋଇଛି । ସେ ପୂର୍ବ ଜନ୍ମରେ ପାଞ୍ଚଟି ଛୁଆଙ୍କର ବାପା ଥିଲେ ଆଉ ଏବେ ତାଙ୍କର ପାଞ୍ଚଟି ଛୁଆଙ୍କର ବିବାହ ହୋଇ ସାରିଛି । ପାଞ୍ଚଟି ଛୁଆଙ୍କ ମଧ୍ୟରୁ ଚାରି ଜଣ ଝିଅ ଆଉ ଜଣେ ପୁଅ ଅଛନ୍ତି । ପୂର୍ବ ଜନ୍ମରେ ତାଙ୍କ ପତ୍ନୀ ଆଉ ତାଙ୍କ ମାଆଙ୍କ ଦେହାନ୍ତ ହୋଇ ସାରିଛି । ଏବେ ତାଙ୍କ ଛୁଆ ମାନେ ବଞ୍ଚି ଛନ୍ତି ।

ରାହୁଲଙ୍କୁ ନିଜ ପୁନର୍ଜନ୍ମ କଥା ମନେ ପଡିବା ପରେ ସେ ପ୍ରଥମେ ନିଜ ଭାଇ ପାଖକୁ ଯାଇଥିଲେ ଆଉ ସବୁ କହିଥିଲେ । ମାତ୍ର 5 ବର୍ଷ ବୟସରେ ରାହୁଲ ନିଜ ପୁନର୍ଜନ୍ମ କଥା ମନେ ପଡିଥିଲା ଆଉ ସେ ନିଜ ଭାଇ ପାଖକୁ ଯାଇ ସବୁ କଥା କହିଥିଲେ । ପୁନର୍ଜନ୍ମରେ ରାହୁଲଙ୍କ ନାମ ଥିଲା ଧନରାଜ । ରାହୁଲଙ୍କ କହିବା କଥା, ପିଲା ଦିନରେ ତାଙ୍କର ସବୁ କଥା ଧୀରେ ଧୀରେ ମନେ ପଡୁ ଥିଲା ହେଲେ ସେ ଯେତେ ବଡ ହୋଇ ଯାଉଛନ୍ତି ସେ ପୁନର୍ଜନ୍ମ କଥା ଗୁଡିକୁ ଭୁଲି ଯାଉଛନ୍ତି ।

ପିଲା ଦିନରେ ସେ ପୁନର୍ଜନ୍ମ କଥା ଜାଣିବା ପରେ କେବଳ ନିଜ ଭାଇ ପାଖକୁ ଯିବା ପାଇଁ କହୁଥିଲେ ହେଲେ ଏବେ ତାଙ୍କର ଇଛା ହେଉ ନାହିଁ ଆଉ ଭାଇ ପାଖକୁ ଯିବା ପାଇଁ । ପିଲା ଦିନରେ ତାଙ୍କ ଭାବନା ସେହି ଗାଁ ଆଉ ଘର ପ୍ରତି ବହୁତ ଅଧିକ ଥିଲା କାରଣ ତାହା ଥିଲା ତାଙ୍କ ଗାଁ । ତାଙ୍କର ଇଛା ହେଉଥିଲା ତାଙ୍କ ଗାଁକୁ ଯିବା ପାଇଁ ଆଉ ତାଙ୍କ ଭାଇ ସହ ରହିବା ପାଇଁ । ରାହୁଲ ପିଲା ଦିନରେ ବି ନିଜ ପୁନର୍ଜନ୍ମ ଗାଁ ରାସ୍ତା ଜାଣିଥିଲେ ।

ସେ ପ୍ରଥମ ଥର ପାଇଁ ଯେତେବେଳେ ଯାଇଥିଲେ ସେ ସମସ୍ତ ରାସ୍ତା ମନେ ରଖି ସିଧା ନିଜ ଭାଇ ଘରେ ପହଞ୍ଚି ଥିଲେ ଆଉ ଏହି ଘଟଣାଟି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପୁନର୍ଜନ୍ମରେ ରାହୁଲଙ୍କର ଦୁର୍ଘଟଣା ବଶତଃ ମୃତ୍ୟୁ ହୋଇଥିଲା ଆଉ ଏହି ଘଟଣା ବିଷୟରେ ଆପଣ ନିଶ୍ଚୟ ଶୁଣି ଥିବେ । ସେ ଏହି ଜନ୍ମରେ ନିଜର ପୁନର୍ଜନ୍ମର ସମସ୍ତ ଘଟଣା ବିଷୟରେ କହିଛନ୍ତି ଆଉ ଏମିତି କି ତାଙ୍କ ଭାଇ ବି ସବୁ କଥା ସତ ବୋଲି କହିଛନ୍ତି ।

ଏହି ଘଟଣାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟିକୁ ଆପଣ ମାନେ ଭଲ ଭାବରେ ଦେଖନ୍ତୁ ଆଉ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *