ବାପା ଯିବାର ବର୍ଷେ ପୁରିନି, ସେହି ବର୍ଷ ପୁଅ ଦୁନିଆ ଛାଡି ଚାଲିଗଲା..ହସଖୁସିର ସଂସ୍କାର ଆଜି ଉଜୁଡିଗଲା…

ବାହାଘର ପରେ ସ୍ଵାମୀର ଏଭଳି ମୃତ୍ୟୁ ସହିପାରୁନି ସ୍ତ୍ରୀ ! ଖବର ମୁତାବକ ଏହି ପରିବାର ଦିନ ଥିଲା ବହୁତ ହସଖୁସିରେ ବିତୁଥିଲା । ହେଲେ ସତେ ଯେପରି ଏହି ପରିବାର ଉପରେ କାହାର ନଜର ଲାଗିଯାଇଛି । କାରଣ ଏହି ପରିବାରରୁ ସାମ୍ନାକୁ ଆସିଛି ଏକ ବଡ ଦୁଃଖଦ ଖବର । ସେହି ପରିବାରର ବାପାଙ୍କ ମୃତ୍ୟୁ ପରେ ପରେ ସେହି ବର୍ଷରେ ପୁଣି ପୁଅର ମୃତ୍ୟୁ ହୋଇଯାଇଛି । ବାପାଙ୍କର ମୃତ୍ୟୁ ପରେ ଏହି ପୁଅ ହିଁ ପରିବାରକୁ ଚଳାଇବା ପାଇଁ ସାହା ଭରଷା ପାଲଟିଥିଲା ।

ଯୁବକ ଜଣଙ୍କର ମଧ୍ୟ ଗତ କିଛି ଦିନ ପୂର୍ବେ ବାହାଘର ହୋଇଥିଲା । ହେଲେ ବାହାଘରର ଏତେ ଅଳ୍ପ ଦିନ ପରେ ସ୍ତ୍ରୀ କୁ ଛାଡି ସ୍ଵାମୀର ଏଭଳି ଭାବେ ଅଚାନକ ମୃତ୍ୟୁ ହୋଇଯିବା କଥାକୁ ମଧ୍ୟ ସ୍ତ୍ରୀ ଜଣଙ୍କ ମଧ୍ୟ ସହିପାରୁନାହାନ୍ତି । ତେବେ ସ୍ଵାମୀ ଟି ସବୁବେଳେ ନିଶା କରି ଘରକୁ ଆସୁଥିଲେ । ଯେଉଁ କାରଣ ପାଇଁ ପରିବାର ଲୋକ ମଧ୍ୟ ଖୁବ ଚିନ୍ତାରେ ରହୁଥିଲେ । ତାପରେ ବହୁ ଭରଷାର ସହ ପୁଅକୁ ନିଶା ନିବାରଣ କେନ୍ଦ୍ରରେ ମଧ୍ୟ ଛାଡିଥିଲେ ।

କାରଣ ସେଠାରୁ ଯେପରି ପୁଅ ସୁସ୍ଥ ହୋଇ ଘରକୁ ଫେରିଆସିବ । ହେଲେ ସେହି ନିଶା ନିବାରଣ କେନ୍ଦ୍ରରେ ଥିବା ଅବସ୍ଥାରେ ସ୍ଵାମୀ ଅଭିନାଶଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ନିଶା ନିବାରଣ କେନ୍ଦ୍ରରେ ଥିବା ବେଳେ ଏପରି ତାଙ୍କ ସହ କଣ ହୋଇଯାଇଥିଲା । ଯେ ସେଠାରୁ ପରିବାର ଲୋକକୁ ତମ ପୁଅ ଆଉ ନାହିଁ ବୋଲି ଖବର ଆସିଥିଲା । ତେବେ ଘର ଲୋକ ସେଠାକୁ ଜୀବ ପରେ ଦେଖିଥିଲେ କି ତାଙ୍କ ପୁଅ ଅଭିନାଶ ଆଉ ନାହିଁ ।

ତାପରେ ଅଭିନାଶଙ୍କର ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ସମେତ ତାଙ୍କର ପୁରା ପରିବାର ମଧ୍ୟ ଭାଙ୍ଗି ପଡିଛି । ତେବେ ମୟୂରଭଞ୍ଜ ଜିଲ୍ଲା ଉଦଳା 3 ନମ୍ବର ୱାର୍ଡରେ ଥିବା ନିଶା ନିବାରଣ କେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତେବେ ଗତ 7 ରୁ 8 ମାସ ଧରି ଅଭିନାଶ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀ ଭଳି ରହି ସୁସ୍ଥ ହୋଇ ଘରକୁ ଫେରିଥାନ୍ତେ । ହେଲେ ହଟାତ ତାଙ୍କ ସାଥେ କଣ ଏପରି ଘଟିଯାଇଥିଲା । ଯେଉଁ କାରଣରୁ ସେ ବର୍ତ୍ତମାନ ଆଉ ଏ ଦୁନିଆରେ ନାହାନ୍ତି ଏହି ସବୁ କଥାକୁ ନେଇ ପରିବାର ଲୋକ ସନ୍ଦେହ ଘେରରେ ରହିଛନ୍ତି । ଖବରର ଅପଡେଟ ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *