ବିବାହ ପରେ ପ୍ରଥମ ଥର ପାଇଁ ସ୍ବାମୀଙ୍କ ସହ ଅଷ୍ଟମଙ୍ଗଳାରେ ବାପ ଘରକୁ ବୁଲିବାକୁ ଗଲେ Prerana, ଦେଖନ୍ତୁ କିପରି ଝିଅ-ଜ୍ଵାଇଁଙ୍କର ହେଲା ସ୍ଵାଗତ…

ଦର୍ଶକ ବନ୍ଧୁ ଚଳିତ ବର୍ଷ ଆମ ଓଡିଆ ଇଣ୍ଡଷ୍ଟ୍ରିର ଅନେକ କଳାକାର ମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତେବେ ଓଡିଆ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ଅଶ୍ଵିନୀ ଗତ କିଛି ଦିନ ତଳେ ଓଡିଆ ଅଭିନେତ୍ରୀ ପ୍ରେରଣାଙ୍କ ସହ ବିବାହ କରିଛନ୍ତି । ଅଶ୍ଵିନୀ ଆଉ ପ୍ରେରଣାଙ୍କ ବିବାହକୁ ନେଇ ଏ ପର୍ଯ୍ୟନ୍ତ ସାରା ଓଡିଶାରେ ଚର୍ଚ୍ଚାର ମାହୋଲ ରହିଛି । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ଅଶ୍ଵିନୀଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ ।

ଅଶ୍ଵିନୀ ସାରା ଓଡିଶାରେ ଲଭ ଗୁରୁ ନାମରେ ବି ପରିଚିତ । ତାଙ୍କର ଷ୍ଟାଇଲିସ ଲୁକ୍ ଆଉ ତାଙ୍କ ଲାଇଫ ଷ୍ଟାଇଲକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ସେ ଓଡିଆ ଫିଲ୍ମରେ ଅଭିନୟ କରିବା ସହ ଅନେକ ଆଲବମ ଭିଡିଓରେ ମଧ୍ୟ କାମ କରିଛନ୍ତି ଯାହା ଅତି ଲୋକପ୍ରିୟ ହୋଇ ପାରିଛି । ଏହା ସହ ଅଶ୍ଵିନୀ ଜଣେ ଭଲ ଏଙ୍କର ଅଟନ୍ତି । ସେ ଅନେକ ସ୍ଟେଜ ସୋରେ ଏଙ୍କରିଙ୍ଗ କରନ୍ତି ।

ସେହିଭଳି ଓଡିଆ ଅଭିନେତ୍ରୀ ପ୍ରେରଣା ମଧ୍ୟ ଅନେକ ଆଲବମ ଭିଡିଓରେ ଅଭିନୟ କରିଛନ୍ତି । ଆଉ ସେ ମଧ୍ୟ ଅଶ୍ଵିନୀଙ୍କ ସହ ଅନେକ ସ୍ଟେଜ ସୋରେ ଏଙ୍କରିଙ୍ଗ କରିଛନ୍ତି । ଉଭୟଙ୍କ ଯୋଡିକୁ ଆଗରୁ ହିଁ ଲୋକ ମାନେ ବହୁତ ପସନ୍ଦ କରୁଥିଲେ । ତେଣୁ ଅନେକ ଲୋକ ଉଭୟ ପ୍ରେମ ବିବାହ କରନ୍ତୁ ବୋଲି ଚାହୁଁ ଥିଲେ ହେଲେ ଅଶ୍ଵିନୀ ଆଉ ପ୍ରେରଣା ସବୁବେଳେ ପରସ୍ପରର ଭଲ ବନ୍ଧୁ ବୋଲି ପରିଚୟ ଦେଇଥିଲେ ।

ହେଲେ ଗତ କିଛି ଦିନ ତଳେ ହଠାତ ତାଙ୍କ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା ଯାହା ଦେଖି ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହେବା ସହ ବହୁତ ଖୁସି ହୋଇଥିଲେ । ଅତି ଧୁମଧାମର ସହ ଅଶ୍ଵିନୀ ଆଉ ପ୍ରେରଣାଙ୍କ ବିବାହ ହୋଇଥିଲା ଆଉ ତାଙ୍କ ବିବାହରେ ଓଡିଆ ଇଣ୍ଡଷ୍ଟ୍ରିର ଅନେକ ବଡ ବଡ କଳାକାର ମାନେ ଯୋଗ ଦେଇଥିଲେ । ତେବେ ବିବାହ ଶେଷ ହେବା ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଆପଣ ମାନେ ଦେଖି ପାରୁଥିବେ ପ୍ରେରଣା ନିଜ ବାପଘରକୁ ଆସିଛନ୍ତି । ଅଷ୍ଟମଙ୍ଗଳାରେ ବାପଘର ବୁଲିବାକୁ ଆସିଛନ୍ତି ପ୍ରେରଣା । ଆଉ ତାଙ୍କ ସହ ଅଶ୍ଵିନୀ ବି ଆସିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *