ବାପା ଭଳି ପୁଅ ! ଡେବ୍ୟୁ ମ୍ୟାଚରେ ହିଁ କରିଦେଲେ କମାଲ, ଏବେ ହେଉଛି ଖୁବ ପ୍ରଶଂସା…

ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ରଞ୍ଜୀରେ ଡେବ୍ୟୁ କରିଛନ୍ତି ସଚିନଙ୍କ ପୁଅ । ଅର୍ଜୁନ ଡେବ୍ୟୁ ମ୍ୟାଚରେ ହିଁ କଲେ ଦମଦାର ଶତକ । ବାପାଙ୍କ ରେକର୍ଡର ହେଲେ ସମକକ୍ଷ । ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଭାରତୀୟ କ୍ରିକେଟ ଟିମର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ରଞ୍ଜୀ ଟ୍ରୋଫିରେ ଡେବ୍ୟୁ କରି ଇତିହାସ ସୃଷ୍ଟି କରିଛନ୍ତି ।

ଅର୍ଜୁନ ଗୋଆ ତରଫରୁ ଏକ ରଞ୍ଜୀରେ ଡେବ୍ୟୁ କରି ଏକ ଚମତ୍କାର ଶତକ ହାସଲ କରିଛନ୍ତି । ଏଭଳି ଅର୍ଜୁନ ନିଜ ବାପାଙ୍କ କୀର୍ତ୍ତିକୁ ପୁନରାବୃତି କରିବାରେ ଏକ ବଡ କୀର୍ତ୍ତି କରି ଦେଖାଇ ଛନ୍ତି । ରାଜସ୍ଥାନ ବିପକ୍ଷରେ 7 ନମ୍ବରରେ ବ୍ୟାଟିଂ କରି ଅର୍ଜୁନ ତେନ୍ଦୁଲକର ଏହି ଚମତ୍କାର ଶତକ ସ୍କୋର କରିଛନ୍ତି ।

ଶତକ ପାଇଁ ଅର୍ଜୁନଙ୍କ ବ୍ୟାଟରୁ ଦୁଇଟି ଛକା ଏବଂ 12ଟି ଚଉକା ଆସିଥିଲା । ଏହି ଶତକରେ ଅର୍ଜୁନ ନିଜ ବାପା ମହାନ ସଚିନ ତେନ୍ଦୁଲକରଙ୍କ ସମକକ୍ଷ  ହୋଇଛନ୍ତି । ସଚିନ 1988 ମସିହାରେ ଗୁଜୁରାଟ ବିପକ୍ଷରେ ମୁମ୍ବାଇ ତରଫରୁ ଡେବ୍ୟୁ କରି ଏକ ଚମତ୍କାର ଶତକ ହାସଲ କରିଥିଲେ । ଗତ ସିଜନ ପର୍ଯ୍ୟନ୍ତ ଅର୍ଜୁନ ମୁମ୍ବାଇ ରଞ୍ଜୀର ଏକ ଅଂଶ ଥିଲେ କିନ୍ତୁ ପ୍ରବଳ ପ୍ରତିଯୋଗୀତା ହେତୁ ତାଙ୍କୁ ଖେଳିବାର ସୁଯୋଗ ମିଳି ନଥିଲା ।

ଏହା ପରେ ସେ ଗୋଆ ଦଳରୁ ଖେଳିବା ପାଇଁ ନିଷ୍ପତ୍ତି ନେଲେ । ଆଉ ସେ ନିଜର ପ୍ରଥମ ମ୍ୟାଚରେ ଇତିହାସ ସୃଷ୍ଟି କଲେ । 23 ବର୍ଷୀୟ ଅର୍ଜୁନ ବିଜୟ ହଜାରେ ଟ୍ରୋଫିରେ ଗୋଆର ପ୍ରତିନିଧିତ୍ଵ କରିଥିଲେ ମଧ୍ୟ ନିଜ ବ୍ୟାଟ ସହିତ କୌଣସି ଆଶ୍ଚର୍ଯ୍ୟ ଜନକ ପଦର୍ଶନ କରିପାରି ନଥିଲେ । ହେଲେ ସେ ବୋଲିଂରେ ଭଲ ପଦର୍ଶନ କରି 8ଟି ୱିକେଟ ନେଇଥିଲେ ।

ଦର୍ଶକ ବନ୍ଧୁ ଏଠି ଆମେ କହି ରଖିବାକୁ ଚାହୁଁ ଯେ, ଅର୍ଜୁନ ତେନ୍ଦୁଲକର ଜଣେ ଅଲ ରାଉଣ୍ଡର ଖେଳାଳି ଅଟନ୍ତି । ସେ ଭଲ ବ୍ୟାଟିଂ କରିବା ସହ ଭଲ ବୋଲିଂ ବି କରନ୍ତି । ତେଣୁ ଏବେ ସେ ନିଜର ଡେବ୍ୟୁରେ ଭଲ ବ୍ୟାଟିଂ ପଦର୍ଶନ କରି ଇତିହାସ ସୃଷ୍ଟି କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *