ଜଣେ ଗ୍ରାହକଙ୍କ ଆକାଉଣ୍ଟରୁ ୧୮୯ ଟଙ୍କା କାଟିବା ଏବେ ଏଚଡିଏଫସି ବେଙ୍କକୁ ପଡିଛି ମହଙ୍ଗା । ୧୮୯ ଟଙ୍କା କାଟି ଥିବାରୁ ନୟାଗଡ ଉପଭୋକ୍ତାଙ୍କ କୋର୍ଟ ୪୦ ହଜାର ଟଙ୍କାର ଫାଇଁ ପକାଇ ଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନୟାଗଡ କଞ୍ଜୁମର କୋର୍ଟର ଦ୍ଵାରସ୍ଥ ହୋଇଥିବା ବୋଲଗଡ ବ୍ଲକର ଆଲୋକ ରଞ୍ଜନ ମାନସିଂହ ନିଜ ଆକାଉଣ୍ଟରୁ ୧୮୯ ଟଙ୍କା କାଟିବା ପରେ ଏଚଡିଏଫସି ବେଙ୍କ ଉପରେ କିଭଳି ଭାବରେ ୪୦ ହଜାର ଟଙ୍କାର ଫାଇଁ ପଡିଛି ଏନେଇ ଆଲୋକ ଗଣମାଧ୍ୟମ ଆଗରେ କହିଛନ୍ତି ।
ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଆଲୋକ ଏନେଇ ଗଣମାଧ୍ୟମ ଆଗରେ କହିଛନ୍ତି-‘ଘଟଣା ହେଉଛି ମୁଁ 2016 ମସିହାରେ ଏଚଡିଏଫସିରୁ ଗୋଟେ କାର ଲୋନ ପାଇଁ ଲୋନ ଆଣିଥିଲି । ଯାହା କି ତାର ଟେନର ଥିଲା 3 ବର୍ଷ ମୋର ସେହି ଟେନର ଥିଲା ଡିସେମ୍ବର 16 ରୁ ନଭେମ୍ବର 2019 ପର୍ଯ୍ୟନ୍ତ ମୁଁ ମୋ କିସ୍ତି ଠିକ ସମୟରେ ଭରେ ।
ଜାନୁୟାରୀ 2019 ମସିହାରେ ମୋର ଗୋଟେ ବ୍ୟକ୍ତିଗତ କାରଣ ଯୋଗୁଁ ମୁଁ ଯେଉଁ କିସ୍ତି ତାରିଖ ଥିଲା 5 ତାରିଖ ମୁଁ କିସ୍ତି ଦେଇ ପାରି ନଥିଲି । ତା ପରେ ଜାନୁୟାରୀ 17 ତାରିଖରେ ମୁଁ ପଇସା ଆରେଞ୍ଜ କଲି ତା ପରେ ମୁଁ ଯାଇକି ଏଚଡିଏଫସିର ମ୍ୟାନେଜରଙ୍କ ସହ ଯୋଗାଯୋଗ କଲି କହିଲି ମୁଁ ପଇସା କେମିତି ଡିପୋଜିଟ କରିବି । ସେ ମତେ କହିଲେ ଇଣ୍ଟର୍ନେଟ ବେଙ୍କିଙ୍ଗ କରିବା ପାଇଁ ।
ମୁଁ ତା ପରଦିନ କିସ୍ତି ଡିପୋଜିଟ କଲି ଆଉ ଯାହା ବି ଫାଇଁ ଥିଲା ସେସବୁ ମୁଁ ଦେଲି । ହେଲେ ତା ପରଦିନ ସେ ମୋର ବ୍ୟକ୍ତିଗତ ଏଚଡିଏଫସି ଆକାଉଣ୍ଟରୁ 12 ହଜାର 366 ଟଙ୍କା କାଟି ଦେଲେ ମୁଁ କମ୍ପ୍ଲେନ କରିବାକୁ ସେ କହିଲେ ପଇସା ଫେରେଇ ଦେବେ । ଏହା ପରେ ଫେବୃୟାରି 12 ତାରିଖରେ 12 ହଜାର 366 ଟଙ୍କା ଆସିବା ବଦଳରେ ମିଳି ଥିଲା 12 ହଜାର 177 ଟଙ୍କା ।
ସେଥିରେ 189 ଟଙ୍କା କମ ଥିଲା । ମୁଁ ପୁଣି କମ୍ପ୍ଲେନ କଲି ତାଙ୍କ ମ୍ୟାନେଜର ସହ କଥା ହେଲି ହେଲେ ସେ କହିଲେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟି ଥିଲା ସେଥିପାଇଁ ଏଇଟା ଫାଇନ ଥିଲା । ତା ପରେ ମୁଁ ନୟାଗଡ କଞ୍ଜୁମର କୋର୍ଟରେ କମ୍ପ୍ଲେନ କଲି ଆଉ ଏବେ ବେଙ୍କ ମତେ 40 ହଜାର ଟଙ୍କା ଦେବ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।