“ତାଙ୍କର ସବୁ ହୀନ ଚିନ୍ତାଧାରା, ଯିଏ ବାହା ହୋଇ ପୁଅ ଜନମ କରି ମୁଁ ଚିହ୍ନିନି କହୁଛି, ସେ ପୁଣି ଆଜି…’ Daitari ଙ୍କ ଉପରେ ବର୍ଷିଲେ ଲତା ମଣ୍ଡଳ, କଣ କହିଲେ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ଚଳିତ୍ର ଯାତ୍ରା ବର୍ଷରେ ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା ପାର୍ବତୀ ଗଣନାଟ୍ୟରେ ଅଭିନୟ କରିବା ପାଇଁ ଚୁକ୍ତି କରିଥିଲେ । ଅଭିନୟ ପାରିଶ୍ରମିକ ବାବଦକୁ ଦରମାର ୬୦ ପ୍ରତିଶତ ଅର୍ଥାତ ୧୫ ଲକ୍ଷ ଟଙ୍କା ଆଗୁଆ ନେଇଥିଲେ ଦୈତାରୀ । କିନ୍ତୁ ଟଙ୍କା ନେବାପରେ ଯାତ୍ରା​ ଅନୁଷ୍ଠାନ ତରଫରୁ ଆଖଡ଼ା ଶାଳରେ ଅଭିନୟ ପାଇଁ ଫୋନ୍ କଲ କରାଯିବାରୁ ଦୈତାରୀ ଫୋନ୍ ଉଠାଉ ନାହାନ୍ତି । ଯାହା ଫଳରେ ବାଧ୍ୟ ହୋଇ ଦୈତାରୀଙ୍କ ବିରୋଧରେ ଯାତ୍ରୀ ପାର୍ଟିର କର୍ତୃପକ୍ଷ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।


ତେବେ ସୂଚନା ଅନୁସାରେ ଜୁନ ୨୧ ତାରିଖରେ ଯାତ୍ରା ପାର୍ଟିର ଆଖଡ଼ାସ୍ଥଳରେ ଦୈତାରୀ ଅଭିନୟ ପ୍ରସ୍ତୁତି ପାଇଁ ଆସିବା କଥା । କିନ୍ତୁ ଏ ପର୍ଯ୍ୟନ୍ତ ସେ ଧରା ଛୁଆଁ ଦେଉ ନାହାନ୍ତି  ।  ପାର୍ବତୀ ଗଣନାଟ୍ୟ ଟିମ୍ ଦୌତାରୀ ପଣ୍ଡାଙ୍କ ବାଲେଶ୍ୱର ଓ ଭୁବନେଶ୍ୱର ବାସଭବନରେ ପହଞ୍ଚିଥିଲେ ମଧ୍ୟ ସେଠାରେ ଦୈତାରୀଙ୍କୁ ପାଇନଥିଲେ  । ​ ପାର୍ବତୀ ଗଣନାଟ୍ୟର ମୁଖ୍ୟ ପରିଚାଳନା ଦାୟିତ୍ୱରେ ଥିବା ହର ବାରିକ ଏ ସମ୍ପର୍କରେ ପୋଲିସ ନିକଟରେ ଅନଲାଇନ୍ ଯୋଗେ ଅଭିଯୋଗ ଆଣିଛନ୍ତି  ।

ହର ଦର୍ଶାଇଛନ୍ତି ଯାତ୍ରା କରିବା ପାଇଁ ବିଭିନ୍ନ କମିଟି ତରଫରୁ ଅଫର ଆସିବାରେ ଲାଗିଲାଣି ଏବଂ ପାଖାପାଖି ୫୦ ଲକ୍ଷ ଆଡଭାନ୍ସ ଟଙ୍କା ମଧ୍ୟ ଆମେ ରଖିଛୁ  । କିନ୍ତୁ ଦୈତାରୀଙ୍କ ଏପରି କାର୍ଯ୍ୟଶୈଳୀ ପାଇଁ ଯାତ୍ରା ପାର୍ଟିର ଏକ ବଡ଼ କ୍ଷତି ହୋଇପାରେ । ତେଣୁ ପୋଲିସ ମାମଲାର ହସ୍ତକ୍ଷେପ କରି ଯାତ୍ରା ପାର୍ଟିକୁ ସାହାର୍ଯ୍ୟ କରୁ । ତେବେ ବର୍ତ୍ତମାନ ଲତା ମଣ୍ଡଳ ମିଡ଼ିଆ କୁ ନିଜର ବାଇଟ ଦେଇଛନ୍ତି ।

ତେବେ ସେ କହିଛନ୍ତି କି ଆଗରୁ କଳାକାର ମାନେ ବହୁତ କଷ୍ଟ ଦୁଃଖ ରେ ରହୁଥିଲେ ସେହିଥିରେ ସେ କାମ କରିବାକୁ ଆସିଥିଲେ ପଇସା ନେଉଥିଲେ । ତେବେ ବର୍ତ୍ତମାନ ଆମ ପାଇଁ ଏସି ରୁମ ଖାଇବାର ସୁବନ୍ଦୋବସ୍ତ ହୋଇ ମଧ୍ୟ ଯଦି ଏଭଳି କାମ କରିବେ ତେବେ କିପରି ହେବ । ତେବେ ସେ ଏହା ମଧ୍ୟ କହିଥିଲେ କି ମିଛୁଆ ଲୋକ ମିଛ ହିଁ କହିବ ଯେ ବାହା ହୋଇ ପୁଅ ଜନ୍ମ କରି ମନା କରିପାରେ ସେ କିଛି ବି କରିପାରେ ।

ତେବେ ଦୈତାରୀ ଅଭ୍ୟାସ ଗତ ଠକ । ମତେ ଠକିଥିଲେ ମୁଁ ଏତଲା ଦେଇଥିଲି କିନ୍ତୁ ସ୍ୱାମୀ ଭାବରେ ଆସି ମୋ ଗୋଡ ତଳେ ପଡିବାରୁ କ୍ଷମା କରି ଦେଇଥିଲି । ତେବେକିନ୍ତୁ ସତ ର ଜୟ ହେବ ଦିନ ଆସିବ ସେ ବିଡି ଟାଣିବାକୁ ପଇସା ପାଇବନି । ମୁଁ ଯାତ୍ରା କୁ ଫେରିଥିବାରୁ ସେ ଡ଼ରିକି ପଳେଇଚି । ସୂଚନା ଥାଉ କିଯାତ୍ରା ବାଦଶାହା ଦୈତାରୀ ପଣ୍ଡା ଙ୍କ ଦ୍ୱିତୀୟ ପରିବାର ଥିବା ତଥା ବିଗତ ଦିନର ନାୟିକା ଯାତ୍ରା ଲତା ମଣ୍ଡଳ ଙ୍କୁ ବିବାହ କରି ଅଧା ବାଟରେ ଛାଡି ଚାଲି ଯାଇଥିଲେ ।

ଦୈତାରୀ ଙ୍କ ଔରଶରୁ ୨୨ ବର୍ଷ ର ଏକ ସନ୍ତାନ ମଧ୍ୟ ଅଛନ୍ତି । ତେବେ ଦୈତାରୀ ତାଙ୍କ ପୁଅ ଏବଂ ଲତାଙ୍କୁ ସବୁବେଳେ ଦୁରେଇ ରଖିଛନ୍ତି । ଏନେଇ ଏକ ପ୍ରମୁଖ ଗଣମାଧ୍ୟମ ଆଗରେ ନିଜର ମତ ରଖିଥିଲେ ଲତା । ଅନ୍ତତ ପକ୍ଷେ ନିଜ ପାଇଁ ନହେଲା ନାଇଁ ପୁଅ ସୋମନାଥ ର ପିତୃତ୍ୱ ପରିଚୟ ଦେବାକୁ ଦୈତାରୀ ଙ୍କୁ ଅନୁରୋଧ କରିଥିଲେ ।

କିନ୍ତୁ ଲତା ଙ୍କୁ ସେ ଚିହିଁ ନଥିବା କହିଥିଲେ ଏବଂ ସବୁ ପ୍ରମାଣ ଦେଇଥିଲେ ଲତା । ପରେ ଥାନା ର ଦ୍ୱାରସ୍ଥ ହେଇଥିଲେ ଲତା । ତେବେ ଲତା କୁହନ୍ତି କି ଦୈତାରୀ  ପାଦ ତଳେ ପଡି ଭୁଲ ମାଗିବାରୁ କ୍ଷମା କରି ଦେଇଥିଲି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *