ବାହାଘର ପାଇଁ ବୀମା ! କ୍ଷତିପୂରଣ ପାଇଁ ମିଳିବ 10 ଲକ୍ଷ ଟଙ୍କା ! ଦେଖନ୍ତୁ ଏଥିପାଇଁ ଆପଣଙ୍କୁ କଣ କରିବାକୁ ପଡିବ ?

ବନ୍ଧୁଗଣ ବର୍ତ୍ତମାନ ସାରା ବିଶ୍ଵରେ କରୋନା ଭାଇରସରେ ତୃତୀୟ ଭାରିଏଣ୍ଟ ଓମିକ୍ରନ ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି । ଏବେ ଦେଶର ଅବସ୍ଥା ବହୁତ ଜଟିଳ ଅଛି କାରଣ ପୂର୍ବରୁ ହିଁ ଲୋକମାନେ ଦୁଇଟି ଲହରକୁ ସାମ୍ନା କରି ଅସହାୟ ହୋଇଯାଇଛନ୍ତି । ଦୀର୍ଘ ଦେଢ ବର୍ଷ ଧରି କରୋନା ମହାମାରୀ ପାଇଁ ଦେଶର ଲକଡାଉନ ଜାରି କରଯାଇଥିଲା । ଲକଡାଉନ ପାଇଁ ଲୋକମାନେ ନିଜର ଜୀବିକା ହରାଇ ବସିଲେ ଓ କରୋନା ମହାମାରୀ ପାଇଁ ଲୋକମାନେ ନିଜର ଜୀବନ ହରାଇ ଥିଲେ ।

ତେବେ ବନ୍ଧୁଗଣ ବର୍ତ୍ତମାନ କରୋନା ଭାଇରସର ତୃତୀୟ ଭାରିଏଣ୍ଟ ଓମିକ୍ରନ ଲୋକମାନଙ୍କ ଚିନ୍ତା ବଢାଇବାରେ ଲାଗିଛି । ଦେଶରେ କରୋନା ମହାମାରୀ ସଂକ୍ରମଣକୁ ଆଖି ଆଗରେ ରଖି ବିବାହ ଓ ଉତ୍ସବ ଆଦିରେ ଲାଗିଛି କଟକଣା । ଏଭଳି ସମୟରେ ଯେଉଁ ମାନେ ବିବାହ ଯୋଜନା କରି ସାରିଛନ୍ତି ସେମାନେ ଏବେ ଚିନ୍ତାରେ ପଡି ଯାଇଛନ୍ତି କାରଣ ବିବାହ ପାଇଁ ଯେଉଁ ମାନେ ଆଡଭାନ୍ସ ଟଙ୍କା ଦେଇଛନ୍ତି ସେମାନେ ନିଜ ଟଙ୍କା ଫେରି ପାଇବେ ନା ନାହିଁ ତାହା ଚିନ୍ତା କରୁଛନ୍ତି ।

ହେଲେ ବନ୍ଧୁଗଣ ଏବେ ଆଉ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଯଦି କରୋନା ପାଇଁ ଆପଣଙ୍କ ବିବାହ ଭାଙ୍ଗିଯାଏ ବା ସ୍ଥଗିତ କରାଯାଏ ତା ହେଲେ ଆପଣଙ୍କୁ ଟଙ୍କା ଫେରାଇ ଦିଆଯିବ । ଏହି ସମସ୍ୟାର ସମାଧାନ ପାଇଁ କିଛି ବ୍ୟାଙ୍କ ଓ ବୀମା କମ୍ପାନୀ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଆଇସିଆଇସିଆଇ ଲୋମ୍ବର୍ଡ, ଏଚଡିଏଫସି ଏର୍ଗୋ ଓ ବଜାଜ ଆଲିଆନ୍ସ ପକ୍ଷରୁ ହୋଇଥିବା ମ୍ୟାରେଜ ଇଂସୁରାନ୍ସରେ ଆପଣଙ୍କୁ ମିଳି ପାରିବ ୧୦ ଲକ୍ଷ ଟଙ୍କା ଯାଏଁ କ୍ଷତିପୂରଣ ।

ଏଥିପାଇଁ ଆପଣ ମାନଙ୍କୁ ମାସିକ ୭ ହଜାରରୁ ୧୫ ହଜାର ଟଙ୍କାର ପ୍ରିମିୟମ ଦେବାକୁ ପଡିବ । ତେବେ ଆସନ୍ତୁ ଜାଣିବା କେଉଁ ଖର୍ଚ ବାବଦରେ ମିଳିବ ଏହି ଇଂସୁରାନ୍ସ । କ୍ୟାଟରିଙ୍ଗ ପାଇଁ ଦିଆଯାଇଥିବା ଅଗ୍ରୀମ ଟଙ୍କା, ବୁକ୍ ହୋଇଥିବା ହଲ ବା ରିସୋର୍ଟର ଅଗ୍ରୀମ ଖର୍ଚ୍ଚ, ଟ୍ରାଭେଲ ଏଜେନ୍ସିକୁ ଦିଆଯାଇଥିବା ଅଗ୍ରୀମ ଟଙ୍କା, ବିବାହ କାର୍ଡ ପ୍ରିଣ୍ଟ ପାଇଁ ଦିଆଯାଇଥିବା ଟଙ୍କା, ସାଜସଜ୍ଜା ଓ ବ୍ୟାଣ୍ଡ ବାଜା ପାଇଁ ଦିଆ ଯାଇଥିବା ଅଗ୍ରୀମ ଟଙ୍କା ପାଇଁ ଆପଣ ମାନଙ୍କୁ ମିଳିଯିବ ଇଂସୁରାନ୍ସ ଟଙ୍କା ।

ତେବେ ବନ୍ଧୁଗଣ ବୀମା କରିବା ବେଳେ ଆପଣଙ୍କୁ ସମସ୍ତ ଖର୍ଚ୍ଚ ବୀମା ଏଜେନ୍ସିକୁ ରିପୋର୍ଟ କରିବାକୁ ପଡିବ । ବିବାହ ସ୍ଥଗିତ ହେବା ମାତ୍ରେ ତୁରନ୍ତ ବୀମା କମ୍ପାନୀକୁ ଜଣାନ୍ତୁ । ଯଦି ବିବାହ ସ୍ଥାନରୁ କିଛି ଚୋରୀ ହୋଇଯାଏ କିମ୍ବା ବିବାହ ସ୍ଥଗିତ ହୋଇଯାଏ ତେବେ ଏହାର ସୂଚନା ପୋଲିସକୁ ତୁରନ୍ତ ଦେବେ । ଏକ ଏଫଆଇଆର କପି ବୀମା କମ୍ପାନୀରେ ଜମା କରନ୍ତୁ । ଏହା ପରେ ବୀମା କମ୍ପାନୀ ଅନୁସନ୍ଧାନ ପାଇଁ ଏକ ପ୍ରତିନିଧି ପଠାଇବ ତା ପରେ ଆପଣ ଦାବି କରିଥିବା ଟଙ୍କା ଆପଣଙ୍କୁ ମିଳିଯିବ ।

Leave a Reply

Your email address will not be published. Required fields are marked *