‘ବାହା ହୋଇ ମହୁ ଶୋଷିଲୁ, ବାସି କରି ଫିଙ୍ଗିଦେଲୁ, ଯେଉଁ ଦେହ ପାଇଁ ତୁ ପାଗଳ ଥିଲୁ ସେଇ ଦେହକୁ ଆଜି ତୁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ପ୍ରେମ ସମ୍ପର୍କ ବହୁତ ବଢିବାରେ ଲାଗିଛି । ବହୁତ ପ୍ରେମୀ ଯୁଗଳ କିଛି ଦିନ ସମ୍ପର୍କରେ ରହି ତାପରେ ପ୍ରେମ ବିବାହ ମଧ୍ୟ କରୁଛନ୍ତି । ସେଥିମଧ୍ୟରୁ ବହୁତ ପୁଅ ପିଲା ଝିଅଙ୍କର ଶରୀର ପ୍ରତି ଆକର୍ଷିତ ହୋଇ ପ୍ରେମର ବାହାନା କରୁଛନ୍ତି । ତାପରେ ପ୍ରେମ ବିବାହ କରି କିଛି ମାସ ମଧ୍ୟରେ ସମ୍ପର୍କରେ କିଛି ନା କିଛି କାରଣରୁ ଫାଟ ସୃଷ୍ଟି ହୋଇଯାଉଛି ।

ଏହିପରି ଏକ ଅଭାବନୀୟ ଘଟଣା ବନ୍ତଳ ଥାନା ଅନ୍ତର୍ଗତ ପୋକୋଟୁଙ୍ଗା ଗାଁରେ ଘଟିଛି । ସେଠାକାର ଝିଅ ଜ୍ୟୋସ୍ନା ସାହୁ ରାଣୀଗୁଡା ଗ୍ରାମର ମାନସ ବାରିକଙ୍କୁ ୮ ମାସ ପୂର୍ବେ ପ୍ରେମ ବିବାହ କରିଥିଲେ । ଏପରି ମଧ୍ୟ ନୋଟାରି ପାଖରେ ରିଜିଷ୍ଟ୍ରି ମଧ୍ୟ ହୋଇଥିଲା । ବିବାହର ମାସ ପର୍ଯ୍ୟନ୍ତ ପୁଅ ଓ ଝିଅ ଉଭୟ ଭଡାଘରେ ରହିଥିଲେ ।

ତାପରେ ଶାଶୁ ଘର ଲୋକ ବିବାହ ସୀକୃତି ଦେବାରୁ ସେମାନେ ଯାଇ ପୁଅର ଘରେ ରହିଥିଲେ । ଝିଅଟି ଚଷା ହୋଇଥିବା ବେଳେ ପୁଅ ଜଣଙ୍କ କାଷ୍ଟରେ ଜଣେ ବାରିକ । ବିବାହ କରିବାର ୩ ମାସ ପର୍ଯ୍ୟନ୍ତ ବୈବାହିକ ଜୀବନ ବହୁତ ମଧୁରମୟ ଥିଲା । ତାପରେ ଶାଶୁଘର ଲୋକ ଜ୍ୟୋତୁକ ନିର୍ଯ-ଆତ-ନାରେ ବୋହୁ ଉପରେ ଅତ-ୟଆଚାର କରିବା ଆରମ୍ଭ କରିଦେଲେ ।

ସ୍ଵାମୀ ମାନସ ବାରିକ ଏହାସବୁ ଦେଖି ମଧ୍ୟ ଚୁପ୍ ରହୁଥିବା ଦେଖି ତାଙ୍କ ସ୍ତ୍ରୀ ଜ୍ୟୋସ୍ନା ଅଭିଯୋଗ କରିଛନ୍ତି । ଜ୍ୟୋସ୍ନାଙ୍କ କହିବା ଅନୁସାରେ ବାହାଘରର ୩ ମାସ ପରେ ଶାଶୁ ଘରେ  ଶାଶୁ, ଶ୍ଵଶୁର ଓ ଦେଢ ଶାଶୁ ତାଙ୍କୁ ବହୁତ ଅନ୍ୟାୟ ଓ ଅତ-ୟଆଚାର କରିଛନ୍ତି । ଶାଶୁଘର ଲୋକ ତଥା ସ୍ଵାମୀ ମଧ୍ୟ ସ୍ତ୍ରୀକୁ ମାଡ ମାରିବାକୁ ମଧ୍ୟ ପଛ ଘୁଞ୍ଚା ଦେଇନାହାନ୍ତି ।

ଏହା ସବୁ ସହି ସହି ସ୍ଵାମୀଙ୍କ ନାମରେ ଜ୍ୟୋସ୍ନା ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । କିଛି ଦିନ ଥାନାରେ ରହିବା ପରେ ତାଙ୍କୁ ବେଲରେ ଅଣା ଯାଇଥିଲା । ମାନସ ବାରିକ ଜାମିନ ପାଇଲା ପରେ ପୁଣି ଥରେ ନିଜ ସ୍ତ୍ରୀ ଜ୍ୟୋସ୍ନାକୁ ଆଣି ନିଜ ପାଖରେ ରଖିଲେ । ସେଠାରେ ତାଙ୍କର ଖାଇଚଳିବାରେ ଅସୁବିଧା କରିବା ସହ ତାଙ୍କୁ ଘରୁ ମଧ୍ୟ ବାହାର କରି ଦେଇଛନ୍ତି ।

ଜ୍ୟୋସ୍ନା ନିରାଶ୍ରୟୀ ହୋଇ ଘର ସାମ୍ନାରେ ଶୀତ କାକର ସହି ଭୋକ ଉପାସ ଯନ୍ତ୍ରଣାରେ ପୀଡିତ ହୋଇ ଶାଶୁ ଘର ସାମ୍ନାରେ ଧାରଣାରେ ବସିଛନ୍ତି । ଜ୍ୟୋସ୍ନା ପୁଣି ଥରେ ତାଙ୍କ ଶାଶୁ ଘରେ ବୋହୁର ସୀକୃତି ପାଇ ଶାଶୁଘରେ ସ୍ଵାମୀଙ୍କ ପାଖରେ ରହିବାକୁ ଚାହୁଁଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *