ଆସୁଥିବା ବାତ୍ୟା କୁ ନେଇ ସମସ୍ତେ ଭୟଭୀତ ଥିବା ସମୟ ରେ ହଠାତ ଆଜି ୱିଣ୍ଡିର 2ଟି ମଡେଲ ରେ ଆଜି ବାତ୍ୟା ସମ୍ଭାବ୍ଯର ଗତିପଥ ରେ ପରିବର୍ତ୍ତନ ଥିବାର ଦେଖିବାକୁ ମିଳିଛି । ପୂର୍ବାନୁମାନ କରାଯାଉଛି ଯେ ଦୁଇଟି ସାଇକ୍ଲୋନ ମଡେଲ ପଶ୍ଚିମ ବଙ୍ଗ ଓ ବାଂଲାଦେଶ ମୁହାଁଇବ । ଏହାର ସ୍ପଷ୍ଟ ଅର୍ଥ ହେଉଛି ଖୁବ ଓଡିଶା ଉପକୂଳ ରୁ ବାତ୍ୟା ଦୂରେଇ ଯିବ ବୋଲି ୱିଣ୍ଡି ମଡେଲ ଦର୍ଶାଉଛି । ୟୂରୋପିଆନ ମଡେଲ ଅନୁସାରେ ବ୍ୟତ୍ୟା ପଶ୍ଚିମବଙ୍ଗ ଏବଂ ସଲଗ୍ନ ବାଂଲାଦେଶ ପାଖରେ ସ୍ଥଳ ଭାଗ ଟିକୁ ଛୁଇଁବ ।
ଆମେରିକାନ ଜିପିଏସ ମଡେଲ ମଧ୍ୟ ଅନୁମାନ କରିଛି ସମ୍ଭାବ୍ୟ ବାତ୍ୟା ବାଂଲାଦେଶ ପଳାଇବ । ୨୪ ତାରିଖ ରାତିରେ ଚିତଗଞ୍ଜ ନିକଟ କଳାପାଳ ନିକଟ ରେ ଲ୍ୟାଣ୍ଡ ଫଲ କରିପାରେ ।ବିଶିଷ୍ଟ ପଣି ପାଗ ବିଜ୍ଞାନୀ ଡାଃ ସନ୍ଦିପ ପଟନାୟକ ଙ୍କ ସୂଚନା ଅନୁସାରେ ବର୍ତ୍ତମାନ ର ସମୟରେ ପୁରୀ ଠାରୁ ଲଘୁଚାପ ର ଦୂରତା ପ୍ରାୟତଃ ୧୨୦୦ କିଲୋମିଟର ଦକ୍ଷିଣ ପୂର୍ବ ରେ ରହୁଛି ।
ଏପରି ରେ ସେ ତିନି କିଲିମିଟର ବେଗ ରେ ଉତ୍ତର ପଶ୍ଚିମ ଦିଗ କୁ ଗତି କରୁଛି । ଏପରି ରେ ଘଣ୍ଟା ପ୍ରତି ପବନ ର ବେଗ 30 ରୁ 35 ଭଳି ରହୁଛି ।ଏହିସବୁ ରୁ ଅନୁମାନ କର ଯାଉଛି ଯେ ଏହା ଘନୀଭୂତ ହୋଇଯିବ । ଯାହାଫଳ ରେ ଏହା ଏକ ସାଧାରଣ ଲଘୁଚାପ କ୍ଷେତ୍ରରେ ମଧ୍ୟ ପରିଣତ ହୋଇଯାଇ ପାରେ ।
ଏହା ଘନୀଭୂତ ହୋଇ ପଶ୍ଚିମ ବଙ୍ଗୋପସାଗର ରେ ଏକ ବାତ୍ୟା ର ରୂପ ଧାରଣ କରିବ ବୋଲି ସମ୍ଭାବନା କରାଯାଉଛି । ଏପରି ରେ ସୂଚନା ଅନୁସାରେ ଆଜି ଠାରୁ ବର୍ଷା ଲାଗିରହିବାର ସମ୍ଭାବନା ରହିଛି । ପୁରୀ ରୁ ବାଲେଶ୍ବର ତଥା ସେମାନଙ୍କର ପାର୍ଶ୍ଵ ପାଖ ପାଖି ଆଞ୍ଚଲ ରେ ଅଧିକ ମାତ୍ରା ରେ ବର୍ଷା ହେବାର ସମ୍ଭାବନା ରହିଛି । ୨୩ ତାରିଖ ପରେ ବର୍ଷା କିଛି କିଛି ମାତ୍ରା ରେ ଦେଖା ଦେଇ ପାରେ ।
କିନ୍ତୁ ଯେହେତୁ ବାତ୍ୟା ୨୪ ତାରିଖ ଦିନ ଲ୍ୟାଣ୍ଡଫଲ କରୁଛି ଏପରି ରେ ୨୪ ତାରିଖ ଦିନ ଉପକୂଳ ବର୍ତ୍ତୀ ଆଞ୍ଚଲ ମାନଙ୍କରେ ଅଧିକ ମାତ୍ରା ରେ ବର୍ଷା ରହିବ । ତାହାସହ ୨୫ ତାରିଖ ଦିନ ମଧ୍ୟ ବର୍ଷା ରହିବ । ଏପରି ରେ ପବନ ର ବେଗ ମଧ୍ୟ ସେହି ସମୟ ରେ ୧୬୦ ରୁ ୧୯୦ ମଧ୍ୟ ରେ ରହିପାରେ । ତେବେ ଦର୍ଶକ ବନ୍ଧୁମାନେ ଆପଣ ମାନେ ଆସୁଥିବା ବାତ୍ୟାର ବିଷୟ ରେ ଅଧିକ ରୁ ଅଧିକ ଜାଣିବା ପାଇଁ ଆମ ପେଜ ସହ ଯୋଡି ରୁହନ୍ତୁ । ଧନ୍ୟବାଦ