ବାଘ ଛାଲ ପିନ୍ଧିଲେ Duti Chand ! କଣ କରିବେ କମାଲ ? ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଦୂତୀ ଚାନ୍ଦଙ୍କୁ ନିଶ୍ଚୟ ଦେଖିଥିବେ । ଏମିତିରେ ଦୂତୀ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି ହେଲେ ଗତ କିଛି ସମୟ ହେବ ଦୂତୀ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦୂତୀ ବାଘ ଛାଲ ପିନ୍ଧି ଥିବାର ନଜର ଆସୁଛନ୍ତି ।

ତେବେ ଏହି ଭିଡିଓକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ଏ ହେଉଛି ଦୂତୀ ଚାନ୍ଦଙ୍କ ନୂଆ ଲୁକ୍ । ଆସନ୍ତା ଝଲକ ଦିଖଲାଜା ଏପିସୋଡରେ ଏ ହେଉଛି ଦୂତୀ ଚାନ୍ଦଙ୍କ ନୂଆ ଲୁକ । ବାଘ ନାଚ କରିବେ ଦୂତୀ ଚାନ୍ଦ ।

ଆଉ ଏଥିପାଇଁ ସେ ଏଭଳି କିଛି ଡ୍ରେସ ପିନ୍ଧି ପହଞ୍ଚି ଥିଲେ ଝଲକ ଦିଖଲାଜା ସେଟରେ । ତାଙ୍କ ପୂର୍ବରୁ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ପହଞ୍ଚି ଥିଲେ ମାଧୁରୀ ବହୁତ ସୁନ୍ଦର ନଜର ଆସୁଥିଲେ । ଏହା ପରେ ସେଠାରେ ପହଞ୍ଚି ଥିଲେ କରନ ଜୋହାର ।

ଝଲକ ଦିଖଲାଜାରେ ଓଡିଶାର ଦୂତୀ ଚାନ୍ଦ ନିଜର ଲଭ ଷ୍ଟୋରି ନିଜର ଡ୍ୟାନ୍ସିଙ୍ଗ ଷ୍ଟାଇଲ ପାଇଁ ଆଉ ନିଜ ଜୀବନରେ ଘଟିଥିବା କିଛି ଏଭଳି ଘଟଣାକୁ ସେ ଜାତୀୟ ଗଣମାଧ୍ୟମ ଆଗରେ ରଖିଛନ୍ତି ଯେଉଁଥି ପାଇଁ ପୁରା ଦେଶ ଦୂତୀ ଚାନ୍ଦଙ୍କୁ ଭଲ ପାଇ ବସିଛନ୍ତି । ସମସ୍ତେ ଦୂତୀ ଚାନ୍ଦଙ୍କ ଲଭ ଷ୍ଟୋରିକୁ ନେଇ କହୁଛନ୍ତି ଭଲ ଭଲ କଥା ।

ସମାଜରେ ସବୁ ସେଇ ବାଧା ବିଘ୍ନ ସବୁ ସେଇ ପୁରୁଣା ଚିନ୍ତାଧାରାକୁ ଭାଙ୍ଗି ଗୋଟିଏ ଝିଅ ହେଇ ଗୋଟେ ଝିଅ ସହ କିପରି ପ୍ରେମରେ ପଡିଲେ କିଭଳି ସେ ଏକ ଅଲମ୍ପିକ ଖେଳାଳି ପାଲଟିଲେ ତାହା ହିଁ ହେଉଛି ଦୂତୀ ଚାନ୍ଦଙ୍କ କାହାଣୀ ଯାହା ପୁରା ଭାରତ ବର୍ଷ ଜାଣିବାକୁ ଚାହୁଁଛି ।

ଝଲକ ଦିଖଲାଜାର ପୁରୁଣା ଏପିସୋଡରେ ସେ ନିଜ ପ୍ରେମ କାହାଣୀକୁ ରଖିଥିଲେ ସମସ୍ତଙ୍କ ସାମ୍ନାରେ । ଆଉ ଆସନ୍ତା ଝଲକ ଦିଖଲାଜା ଏପିସୋଡରେ ସେ କିଛି ଏଭଳି ଲୁକ୍ ରେ ନଜର ଆସିବାକୁ ଯାଉଛନ୍ତି । ତା ହେଲେ ବନ୍ଧୁଗଣ ଦୂତୀ ଚାନ୍ଦଙ୍କ ଏହି ଲୁକ୍ ଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *