ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ବଦଳିବାକୁ ଯାଉଛି ଭାରତୀୟ ଦଳ ଆଉ ଆଗାମୀ ଅଧିନାୟକ ହେବାକୁ ଯାଉଛନ୍ତି ଭାରତୀୟ ଦଳର ଦିଗଜ ଖେଳାଳି ହାର୍ଦିକ ପାଣ୍ଡିଆ । ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ଏବେ ଟି20 ବିଶ୍ଵ କପରୁ ଭାରତ ବାଦ ପଡିବା ପରେ ସାରା ବିଶ୍ଵରେ ଭାରତକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୁପର 12ର ଶୀର୍ଷରେ ଥିବା ଟିମ ଭାରତ ସେମି ଫାଇନାଲରେ ବିଶ୍ଵ କପରୁ ବାଦ ପଡିଛି । ଇଂଲଣ୍ଡ ଠାରୁ ସେମି ଫାଇନାଲ ହାରିବା ସହ ପୁଣି ଥରେ ଭାରତର ବିଶ୍ଵ କପ ଜିତିବାର ସ୍ଵପ୍ନ ଧୂଳିସାତ ହେଇଛି ।
2007ରେ ଟି20 ବିଶ୍ଵ କପ ଜିତି ଥିବା ଭାରତ ଏ ଯାଏଁ କ୍ରିକେଟରେ ଛୋଟ ଫର୍ମାଟରେ ଚାମ୍ପିୟାନ ହୋଇ ପାରି ନାହିଁ । ଆଉ ଗତ କାଲି ମ୍ୟାଚରେ ଇଂଲଣ୍ଡ ବିରୋଧରେ ଭାରତର ପଦର୍ଶନ ବହୁତ ଦୁର୍ବଳ ରହିଥିଲା ଆଉ ଏମିତି ଲାଗିଲା ଇଂଲଣ୍ଡ ଏକ ତରଫା ଅତି ସହଜରେ ଏହି ମ୍ୟାଚ ଜିତି ନେଲା । ଭାରତ ପରଜାୟ ହେବା ପରେ ଏବେ ସମସ୍ତ ଭାରତୀୟ ପ୍ରଶଂସକ ନିରାଶ ହୋଇଛନ୍ତି । ଆଉ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ।
ଦର୍ଶକ ବନ୍ଧୁ ଆସନ୍ତା 2 ବର୍ଷ ମଧ୍ୟରେ ଭାରତର ଟି20 ଦଳ ଏକ ବଡ ପରିବର୍ତ୍ତନ ଦେଖିବ କାରଣ ରୋହିତ ଶର୍ମା, ବିରାଟ କୋହିଲି ଏବଂ ଅଶ୍ଵିନଙ୍କ ଭଳି ବରିଷ୍ଠ ଖେଳାଳି ମାନେ ଧୀରେ ଧୀରେ ଖସି ଯିବେ । ବିସିସିଆଇ ସୂଚନା ଅନୁସାରେ ଅଶ୍ଵିନ ଆଉ କାର୍ତ୍ତିକ ଭାରତ ପାଇଁ ସ୍ୱଳ୍ପ ମ୍ୟାଚ ଖେଳିଛନ୍ତି କିନ୍ତୁ ବିସିସିଆଇ ଟି20 ବିଶ୍ଵ କପ ପାଇଁ ଏକ ବଡ ନିଷ୍ପତ୍ତି ନେବ । ପରବର୍ତ୍ତୀ ଟି20 ବିଶ୍ଵ କପକୁ ଆଉ ଦୁଇ ବର୍ଷ ବାକି ଅଛି ଆଉ ଯଦି ଏହା ବିଷୟରେ କୁହାଯାଏ ତେବେ ହାର୍ଦିକ ପାଣ୍ଡିଆଙ୍କ ଅଧିନାୟକରେ ଏକ ନୂତନ ଦଳ ପ୍ରସ୍ତୁତ କରିବ ଭାରତ ଦଳ ।
ହାର୍ଦିକ ପାଣ୍ଡିଆ ଆଗରୁ ହିଁ ଅଧିନାୟକ ହେବା ପାଇଁ ଯୋଗ୍ୟ ଅଟନ୍ତି ଆଉ ଆଇପିଏଲରେ ମଧ୍ୟ ଟାଇଟେଲ ଜିତାଇ ଛନ୍ତି । ଆଉ ଗତ କାଲି ମ୍ୟାଚରେ ହାର୍ଦିକଙ୍କ ଦମଦାର ପଦର୍ଶନ ତ ଆପଣ ସମସ୍ତେ ଦେଖିଥିବେ । ତେଣୁ ଯାହା ଆଶା କରାଯାଉଛି ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତର ଅଧିନାୟକ ହାର୍ଦିକ ହେବେ ଆଉ ଯୁବ ଖେଳାଳିଙ୍କ ଉପରେ ଅଧିକ ଧ୍ୟାନ ଦିଆଯିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।