ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ବନ୍ଧୁଗଣ ଏବେ ଜାମୁ କାଶ୍ମୀରରେ ପ୍ରକୃତିର ତାଣ୍ଡବ ଜାରି ରହିଛି । ମଣିଷ ଏଠାରେ ବର୍ତ୍ତମାନ ଉପାୟ ଶୂନ୍ୟ ହୋଇପଡି ଛନ୍ତି । ଗୋଟିଏ ପଟେ ବାଦଲ ଫଟା ବର୍ଷା ପୁଣି ତା ସାଙ୍ଗକୁ ଭୂକମ୍ପ । ଗତ ଶୁକ୍ରବାର ଦିନ ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ହୋଇଥିଲା । କେବଳ ଏତିକି ନୁହେଁ ସେଠାରେ ପୁଣି ଏକା ସାଙ୍ଗରେ ଭୂକମ୍ପ ହୋଇଥିବା ନେଇ ସୂଚନା ମିଳିଛି ।
ବର୍ତ୍ତମାନ ସୁଧା ଏହି ଭୂକମ୍ପରେ ବିଶେଷ କିଛି କ୍ଷୟ କ୍ଷତି ହୋଇ ନଥିବା ସୂଚନା ମିଳିଛି । ଶୁକ୍ରବାର ଦିନ ଏହି ବାଦଲ ଫଟା ବର୍ଷା ଊ ଭୂକମ୍ପ ଗୋଟିଏ ସମୟରେ ହିଁ ହୋଇଥିଲା ବୋଲି ସୂଚନା ମିଳିଥିଲା । ସୂଚନା ଅନୁସାରେ ଜାମୁ କାଶ୍ମୀର ଠାରେ ଶୁକ୍ରବାର ସନ୍ଧ୍ୟା 5ଟା 21 ମିନିଟରେ ଏହି ଭୂକମ୍ପର ଝଟକା ଅନୁଭବ ହୋଇଥିବା କୁହାଯାଉଛି । ସତରେ ଜାମୁ କାଶ୍ମୀରରେ ପ୍ରକୃତିର ଏହି ତାଣ୍ଡବ ନୀଳା ଜନ ଜୀବନକୁ ପୁରା ଭୟବିତ କରି ରଖିଛି ।
ଏହି ବାଦଲ ଫଟା ବର୍ଷାରେ 16 ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲି ଯାଇଥିବା ବେଳେ 40 ଜଣ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ରହିଛନ୍ତି । ଆହୁରି ପୁଣି ସେହି ସମୟରେ ଭୂମିକମ୍ପକୁ ଦେଖି ସ୍ଥାନୀୟ ଲୋକେ ଆହୁରି ଅତ୍ୟଧିକ ଭୟବିତ ହୋଇଯାଇଛନ୍ତି । ଉଧାରକାରୀ ଦଳ ଓ ସୁରକ୍ଷା କର୍ମୀ ତୁରନ୍ତ ସେଠି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିବାରୁ ଅନେକ ଶ୍ରଦ୍ଧାଳୁଙ୍କ ଜୀବନ ବଞ୍ଛା ଯାଇ ପାରିଛି ।
ବନ୍ଧୁଗଣ ସେହି ଘଟଣା ସ୍ଥଳର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରକୃତିର ତାଣ୍ଡବକୁ ଯିଏ ବି ଦେଖୁଛି ସେ ଭୟବିତ ହୋଇ ଯାଉଛୁ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।