ରାଷ୍ଟ୍ରପତି ହେବ ତ ଏମିତି ! ବଡ଼ ଦାଣ୍ଡରେ କାର ନୁହେଁ, ପାଦରେ ଚାଲି ଚାଲି କାଳିଆ ପାଖକୁ ଆସିଲେ ରାଷ୍ଟ୍ରପତି Draupadi Murmu

ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ସମସ୍ତ ସ୍ଥାନରେ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଶ୍ଚୟ ଜାଣିଥିବେ ।

ଦ୍ରୌପଦୀ ହେଉଛନ୍ତି ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଆଉ ଦ୍ରୌପଦୀ ହେଉଛନ୍ତି ଆମ ଓଡିଶାର ପ୍ରଥମ ମହିଳା ଯିଏ ଏତେ ବଡ ପଦବୀ ଗ୍ରହଣ କରିଛନ୍ତି । ଆମ ଓଡିଶାରେ କେହି ବି ମହିଳା ଏତେ ବଡ ପଦବୀରେ ବସି ନଥିଲେ । ଆଉ ଦ୍ରୌପଦୀ ଏନଡିରେ ପ୍ରାର୍ଥୀ ହୋଇ ଆଜି ରାଷ୍ଟ୍ରପତି ଭାବେ ସାରା ବିଶ୍ଵରେ ପରିଚିତ ଅଛନ୍ତି । ତେବେ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓଟି ହେଉଛି ଦ୍ରୌପଦୀ ମୁର୍ମୁଙ୍କର ।

ଏହି ଭିଡିଓରେ ଦ୍ରୌପଦୀ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ପୁରୀ ଆସିଛନ୍ତି । ବହୁତ ଦିନ ପରେ ଦ୍ରୌପଦୀ ମୁର୍ମୁ ନିଜ ମାଟି ନିଜ ଓଡିଶାକୁ ଫେରି ଛନ୍ତି । ତେବେ ଓଡିଶାକୁ ଆସିବା ମାତ୍ରେ ସେ ପ୍ରଥମେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଥିଲେ । ସାଧାରଣତଃ ଯେକୌଣସି ବଡ ପଦବୀରେ ଥିବା ମଣିଷ କୌଣସି ସ୍ଥାନକୁ ଗଲେ ହାଇ ଶିକୁରିଟୀ କାରରେ ଯାଇଥାନ୍ତି ।

ଆଉ ଦ୍ରୌପଦୀ ଯେହେତୁ ଓଡିଶାର ରାଷ୍ଟ୍ରପତି ସେ ହାଇ ଶିକୁରିଟୀ କାରରେ ଯିବା ବାଧ୍ୟତା ମୂଳକ । ହେଲେ ବନ୍ଧୁଗଣ ପୁରୀ ମନ୍ଦିର ପାଖକୁ ଗଲା ବେଳେ ଏକ ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ବଡ ଦାଣ୍ଡରେ ଦ୍ରୌପଦୀ କାରରେ ନୁହେଁ ପାଦରେ ଚାଲି ଚାଲି ମହାପ୍ରଭୁ ଜଗନ୍ନାଥଙ୍କ ପାଖକୁ ଯାଉଥିବାର ନଜର ଆସିଥିଲେ । ଦ୍ରୌପଦୀ ଆସିବା ଖୁସିରେ ତାଙ୍କ ପାଇଁ ଏକ ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା ଆଉ ଦ୍ରୌପଦୀ ସେହି ଓଡିଶୀ ନୃତ୍ୟ ହେଉଥିବା ସ୍ଟେଜ ପାଖକୁ ଯାଇ ଫଟୋ ବି ଉଠାଇ ଛନ୍ତି ।

ଆଜି ସମସ୍ତ ଓଡିଶାବାସୀ ଦ୍ରୌପଦୀଙ୍କ ଏହି ସ୍ଵଭାବ ଦେଖି ବହୁତ ଗର୍ବ ଅନୁଭବ କରିଛନ୍ତି । ଜଣେ ଓଡିଆ ଝିଅ ହୋଇ ସେ ଏବେ ବଡ ପଦବୀରେ ବସିଲେ ସୁଧା ନିଜ ପରମ୍ପରା ଆଉ ଭଗବାନ ପ୍ରତି ଥିବା ନିଷ୍ଟାକୁ ବଜାଇ ରଖିଛନ୍ତି । ତା ହେଲେ ବନ୍ଧୁଗଣ ଦ୍ରୌପଦୀଙ୍କ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *