ପ୍ରକୃତିଙ୍କ ମନରୁ ଏ ପର୍ଯ୍ୟନ୍ତ ବି ଲିଭିନି ବିବାଦର ନିଆଁ ? ଦେଖନ୍ତୁ Babushan ଙ୍କୁ ନେଇ କଣ କହିଲେ Prakruti Mishra

ବାବୁଶାନଙ୍କୁ ସ୍ପାଇନଲେସ ବା ଅମେରୁଦଣ୍ଡୀ କହିଲେ  ପ୍ରକୃତି ? ବାବୁଶାନଙ୍କ ନାଁ ଶୁଣି ଇଗ୍ନୋର କଲେ, ଚିହିଁକି ଉଠିଲେ । ବାବୁଶାନ- ପ୍ରକୃତି ବିବାଦକୁ ଅନେକ ଦିନ ବିତିଛି ସତ । କିନ୍ତୁ ଏହି ବିବାଦର ନିଆଁ ଏଯାଏଁ ଲିଭିନି । ଆଉ ଏକଥା ପ୍ରକୃତିଙ୍କ କଥାରୁ ସ୍ପଷ୍ଟ ହୋଇଛି । ପ୍ରକୃତିଙ୍କ ନୂଆ ଫିଲ୍ମ କଫି ସପ ପ୍ରେମର ଆରମ୍ଭର ପ୍ରମୋଶନ ବେଳେ ପ୍ରକୃତି ଓଡିଆ ଫିଲ୍ମ ବିଷୟରେ ଅନେକ କିଛି କହିଥିଲେ ।

ଏହା ସହ ଦମନ ଫିଲ୍ମ ସେ ଦେଖିଛନ୍ତି ନା ନାହିଁ ପଚାରିବାରୁ ସେ ସମୟ ମିଳି ନଥିବାରୁ ଦେଖି ନାହାନ୍ତି ବୋଲି କହିଥିଲେ । ଅନ୍ୟ ପଟେ ଦମନ ଫିଲ୍ମ ବିଷୟରେ ଅଧିକ ପଚାରିବାରୁ ସେ ତାଙ୍କୁ କେବଳ ତାଙ୍କ ଫିଲ୍ମ ବିଷୟରେ ଅଧିକ ପଚାରିବା ପାଇଁ କହିଥିଲେ । କେବଳ ଏତିକି ନୁହେଁ ବାବୁସାନଙ୍କ ନାଁ ଶୁଣି ଅଜବ ରିଆକ୍ସନ ଦେଇଥିଲେ ପ୍ରକୃତି । ସେହିପରି ବାବୁସନଙ୍କ ନାଁ ଶୁଣି କିଏ କିଏ ବୋଲି ବାରମ୍ବାର ପଚାରି ଥିଲେ ।

ଦର୍ଶକ ବନ୍ଧୁ ଏଥିରୁ ଜଣା ପଡୁଛି ବାବୁସାନଙ୍କ ଉପରେ ଏବେ ବି ନାରାଜ ଅଛନ୍ତି ପ୍ରକୃତି । ଏହା ସହ ତାଙ୍କୁ ସ୍ପାଇନଲେସ କହିବାରୁ ମଧ୍ୟ ପଛାଇ ନଥିଲେ । ଭଲ କରି ଦେଖି ନିଅନ୍ତୁ ଏହି ସାକ୍ଷାତ୍କାର ଭିଡିଓକୁ ଏହି ଭିଡିଓରେ ଯେତେବେଳେ ପ୍ରକୃତିଙ୍କୁ ଦମନ ଫିଲ୍ମ ଦେଖିଛନ୍ତି ନା ନାହିଁ ପଚରା ହେଲା ସେତେବେଳେ ସେ କହିଛନ୍ତି-‘ମୋତେ ସୁଯୋଗ ମିଳିନି ମୁଁ ଦେଖିନି ମୋତେ ସମୟ ହେଇନି ।

ମୁଁ ପ୍ରତୀକ୍ଷା ଫିଲ୍ମ ଦେଖିଛି ସେଇଟା ବହୁତ ଭଲ ଫିଲ୍ମ । ହେଲେ ଆପଣ ଏଠି କଫି ସପ ପ୍ରେମର ଆରମ୍ଭ ଫିଲ୍ମ କଥା ପଚାରିବାକୁ ଆସିଛନ୍ତି । ଦମନ ଫିଲ୍ମ ତ ବଢିଆ କରୁଛନ୍ତି ତାଙ୍କ ଟିମ ଅଛି ଏନେଇ ମୁଁ ସୁବେଛା ଜଣେଇବାର କଣ ଅଛି । ଲୋକ ମାନଙ୍କୁ ଆମ ବିଷୟରେ କିଛି ଜାଣିବା ଦରକାର ନାହିଁ ଲୋକ ମାନେ ବହୁତ ମଜା ନେଇ ସାରିଛନ୍ତି । ମୋତେ ଏବେ ଆଜ୍ଞା କାମ କରିବାକୁ ଦିଅନ୍ତୁ ।

ମୁଁ କାମ କରିବାକୁ ଆସିଛି ଓଡିଶା ମୋତେ ସ୍ପାଇନଲେସ ଲୋକ ମାନଙ୍କ ବିଷୟରେ କିଛି ପଚାରନ୍ତୁ ନାହିଁ’ । ବନ୍ଧୁଗଣ ଏଭଳି ଭାବରେ ପ୍ରକୃତି ନିଜର ବୟାନ ଦେଇଛନ୍ତି । ତେବେ ଗତ କିଛି ମାସ ତଳେ ଘଟିଥିବା ଘଟଣାକୁ ନେଇ ଲୋକ ମାନେ ପ୍ରକୃତିଙ୍କର ବହୁତ ମଜାକ ଉଡାଇ ଥିଲେ ବୋଧ ହୁଏ ପ୍ରକୃତି ସେ କଥା ଆଜି ବି ମନେ ରଖିଛନ୍ତି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *