ବାପା-ମାଆ କଲେ ଦୋଷ ଜେଲ ଗଲା ୩ ବର୍ଷର ପୁଅ ହୁଏତ ଆପଣ ମାନଙ୍କୁ ଏହି ଘଟଣା ଆଶ୍ଚର୍ଯ୍ୟ କରିପାରେ ହେଲେ ଆଇନ କହୁଛି ଯିଏ ଦୋଷୀ ସିଏ ଦଣ୍ଡ ପାଇବ । ତେବେ ବାପା-ମାଆ ଦୋଷ କଲେ ଛୁଆ କାହିଁକି ଦଣ୍ଡ ପାଇବ । ବନ୍ଧୁଗଣ ଏହି ନିରୀହ ପିଲାର କିଛି ଦୋଷ ନଥିଲେ ମଧ୍ୟ ସେ ବାପା-ମାଆଙ୍କ ସହ ଯାଇଛି ଜେଲ । ଦେଖୁଛନ୍ତି ତ କେମିତି ପୋଲିସ ଭ୍ୟାନରେ ବସି ଯାଉଛି ଏ କୁନି ପୁଅ ।
ଯେଉଁ ବୟସରେ ଗାଣ୍ଡ ଦାଣ୍ଡରେ ସେ ଖେଳିବା କଥା ସେହି ବୟସରେ ଜେଲର ଅନ୍ଧାର କୋଠରିରେ ରହିବାକୁ ଯାଉଛୁ ଏ କଅଁଳା ପିଲା । ତେବେ ପୁରା ଘଟଣାଟି ଥିଲା କିଛି ଏମିତି, ମୟୂରଭଞ୍ଜ ଜିଲ୍ଲା କରଞ୍ଜାର ଭଅଁରା ଗାଁ ଏହି ଗାଁରେ ଘଟିଛି ଏମିତି ହୃଦୟ ବିଦାରକ ଘଟଣା । ଗାଁର ମଙ୍ଗଲ ମୁଣ୍ଡା ଏବଂ ତାଙ୍କ ସ୍ତ୍ରୀ ଜ୍ୟୋତି ନିଜ ବାପାଙ୍କୁ ହତ୍ୟା କରି ଏବେ ଜେଲ ଯାଇଛନ୍ତି । ଆଉ ତାଙ୍କ ସହ ଯାଇଛି ତିନି ବର୍ଷର କୁନି ପୁଅ ।
ଗତ ୨୫ ତାରିଖ ବିଳମ୍ବିତ ରାତିରେ ଘଟିଥିଲା ଭୟଙ୍କର ଘଟଣା । ରାଟରେ ପୁଅ-ବୋହୁ ଶୋଇଥିବା ବେଳେ ଲୋଚନ ପୁଅକୁ ମାଛ ଧରିବା ପାଇଁ ଡାକିଲେ । ହେଲେ ପୁଅ ରାଜି ନ ହେବାରୁ ଏକ ଧାରୁଆ ଅସ୍ତ୍ରରେ ପୁଅ ଉପରେ ଆକ୍ରମଣ କରିଥିଲେ ଲୋଚନ । ଆଉ ଏହାକୁ ପ୍ରତିରୋଧ କରିବାକୁ ଯାଇ ପୁଅ-ବୋହୁ ବି ଲୋଚନଙ୍କ ଉପରେ ଅନ୍ଧା ଧୁନ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଲୋଚନଙ୍କ ପ୍ରାଣ ବାୟୁ ଉଡି ଯାଇଥିବା ବେଳେ ପୁଅ-ବୋହୁ ଆହତ ହୋଇଥିଲେ ।
ହେଲେ ଲୋଚନଙ୍କ ମୃତ୍ୟୁ ହୋଇଥିବା କଥା ଜାଣି ନଥିଲେ ପୁଅ ବୋହୁ ତେଣୁ ଚିକିତ୍ସା ପାଇଁ ମେଡିକାଲ ଯାଇଥିଲେ । ଏହି ଖବର ଜାଣିବା ପରେ ପୋଲିସ ମାମଲା ରୁଜୁ କରିବା ସହ ପୁଅ-ବୋହୁ ଙ୍କୁ ଗିରଫ କରିଥିଲା ପୋଲିସ । ବାପା-ମାଆ ଦୋଷ କରି ଜେଲ ଯିବା ପରେ ଏବେ କିନ୍ତୁ ଅନାଥ ପରି ବଞ୍ଚିବା ପାଇଁ ବାଧ୍ୟ ହୋଇଛନ୍ତି ଚାରିଟି ପିଲା । କାରଣ ବାପା-ମାଆ ଜେଲ ଯିବା ପରେ ଏମାନଙ୍କ କଥା ବୁଝିବା ପାଇଁ କେହି ବି ନାହାନ୍ତି ।
ହେଲେ ମାଆ କାନ୍ଦି କାନ୍ଦି କହିଥିଲେ ମୁ ମୋ ଛୁଆକୁ ନେଇଯିବି । ଆଇନ ଅନୁସାରେ ମାଆ କ୍ଷୀର ଖାଉଥିବା ଛୁଆ ହିଁ ମାଆ ସହ ରହିବ ତେଣୁ ତାଙ୍କ ସାନ ପୁଅ ତାଙ୍କ ସହ ଜେଲ ଯାଇଛି । ସେପଟେ ଚାରି ଛୁଆଙ୍କୁ ସହାୟତା ଯୋଗେଇ ଦେବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ବାପା-ମାଆ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।