ଦର୍ଶକ ବନ୍ଧୁ ଚଳିତ ବର୍ଷ ଟି୨୦ ବିଶ୍ଵ କପ ଶେଷ ହୋଇଛି ଆଉ ଏହି ବିଶ୍ଵ କପକୁ ଇଂଲଣ୍ଡ ନିଜ ନାମରେ କରି ଦେଇଛି । ଆଉ ଚଳିତ ବର୍ଷ ବିଶ୍ଵ କପରେ ନିରାଶ କରିଛନ୍ତି ଭାରତୀୟ ଖେଳାଳି । ୨୦୨୪ ହେବ ଆସନ୍ତା ଟି୨୦ ବିଶ୍ଵ କପ । ତେବେ ବର୍ତ୍ତମାନର ସବୁଠାରୁ ବଡ ଖବର ୪ ଜଣ ଖେଳାଳିଙ୍କୁ ବିସିସିଆଇ କରିପାରେ ପ୍ରସ୍ତୁତ । ତେବେ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦର୍ଶକ ବନ୍ଧୁ ଗତ ନଭେମ୍ବର ୧୦ରେ ଭାରତ ଆଉ ଇଂଲଣ୍ଡ ମଧ୍ୟରେ ସେମି ଫାଇନାଲ ମୁକବାଲା ହୋଇଥିଲା । ଆରମ୍ଭରୁ ଗ୍ରୁପ Bର ଶୀର୍ଷରେ ଥିବା ଭାରତ ଏହି ସେମି ଫାଇନାଲରେ ବାଦ ପଡି ଥିଲା । ପ୍ରଥମରୁ ହିଁ ଭାରତୀୟ ଖେଳାଳିଙ୍କ ପଦର୍ଶନ ବହୁତ ଖରାପ ରହିଥିଲା ଶେଷରେ ଭାରତ ଇଂଲଣ୍ଡ ଠାରୁ ୧୦ ୱିକେଟରେ ହାରିଥିଲା ।
ଭାରତ ହାରିବା ପରେ ସମର୍ଥକ ମାନେ ନିରାଶ ହୋଇଥିଲେ ଏବଂ ଭାରତ ଦଳ ସମାଲୋଚନାର ଶିକାର ହୋଇଥିଲା । ବିଶ୍ଵ ଚାମ୍ପିୟାନ ହେବାର ସ୍ଵପ୍ନ ଭାରତର ପୁଣି ଥରେ ଭାଙ୍ଗି ଯାଇଛି । ଏଭଳି ପରିସ୍ଥିତିରେ ଚାରୋଟି ନୂଆ ଚେହେରା ୨୦୨୪ ମସିହାରେ ୱେଷ୍ଟ ଇଣ୍ଡିଜ ଏବଂ ଆମେରିକାରେ ଖେଳା ଯିବାକୁ ଥିବା ଟି୨୦ ବିଶ୍ଵ କପ ୨୦୨୪ରେ ଟିମ ଇଣ୍ଡିଆରେ ଦେଖିବାକୁ ମିଳିବ ।
ବିସିସିଆଇ ପୃଥିବୀ ସଙ୍କୁ ଓପନର ଭାବେ ପ୍ରସ୍ତୁତ କରିପାରେ । ୨୩ ବର୍ଷୀୟ ପୃଥିବୀ ସ ଦ୍ରୁତ ରନ୍ ସ୍କୋର କରିବାରେ ଜଣାଶୁଣା । ଏହା ପରେ ଆମ ଲିଷ୍ଟରେ ଅଛନ୍ତି ଅମ୍ରାନ ମଲିକ । ଯୁବ ଖେଳାଳି ଅମ୍ରାନ ମଲିକ ଟି୨୦ ବିଶ୍ଵ କ ୨୦୨୪ରେ ଟିମ ଇଣ୍ଡିଆରେ ଯୋଗ ଦେଇ ପାରନ୍ତି । ଅମ୍ରାନ କ୍ରମାଗତ ଭାବରେ ୫୦ କିଲୋମିଟର ବେଗରେ ବୋଲିଂ କରିପାରନ୍ତି ।ଏହା ପରେ ଆମ ଲିଷ୍ଟରେ ଅଛନ୍ତି ସଞ୍ଜୁ ସାମସନ ।
ବିସିସିଆଇ ଯଦି ସଞ୍ଜୁ ସାମସନଙ୍କୁ ୨୦୨୪ରେ ଖେଳିବା ପାଇଁ ମଉକା ଦିଏ ତା ହେଲେ ଟିମ ଇଣ୍ଡିଆକୁ ଲାଭ ମିଳିପାରେ । ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ରବି ବିସ୍ମୟୀ । ଏବେ ଆର ଅଶ୍ଵିନ ଟିମ ଇଣ୍ଡିଆରେ ଫେରିବାର ସମ୍ଭାବନା ଅଧିକ ନାହିଁ ତେଣୁ ଏଭଳି ସ୍ଥିତିରେ ଯଦି ରବିଙ୍କୁ ୨୦୨୪ ବିଶ୍ଵ କପ ପାଇଁ ପ୍ରସ୍ତୁତ କରାଯାଏ ତେବେ ଆଶ୍ଚର୍ଯ୍ୟ ଜନକ ପରିଣାମ ଦେଖିବାକୁ ମିଳିପାରେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।