ଅର୍ଚ୍ଚନାଙ୍କୁ ସୁରକ୍ଷା ଦେଉଥିଲେ ଲେଡି ଇନ୍ସପେକ୍ଟର ! ମାମଲାକୁ ଏମିତି କରି ଦେଉଥିଲେ ରଫା-ଦଫା, ଦେଖନ୍ତୁ କିଏ ସେହି ଲେଡି ଇନ୍ସପେକ୍ଟର?

ବନ୍ଧୁଗଣ ନମସ୍କାର, ତେବେ ହନିଟ୍ରାପ ସାମ୍ରାଜ୍ୟ ର ଲିଡ଼ ରୋଲରେ ଥିଲେ ଜଣେ ଲେଡି ଇନ୍ସପେକ୍ଟର । ମାମଲା କୁ ରଫାଦଫା କରି ଚପାଇ ଦେବାରେ ଭୂମିକା ତୁଲାଉଥିଲେ । କାଷ୍ଟିଂ କାଉଚ୍ ଅଭିଯୋଗ ରେ ପ୍ରଯୋଜକ ଙ୍କ ସହିତ ଡିଲ କରାଉଥିଲେ । ଭୁବନେଶ୍ୱର ର ଏକ ଥାନା ରେ ମାମଲା କୁ ଦିଆଯାଉଥିଲା ଫାଇନାଲ୍ ଟଚ । ବ୍ଲ-ଆକ୍‌ -ମେଲର ଅର୍ଚ୍ଚନା ଙ୍କ ଗୁମର ଯେତିକି ଖୋଲୁଛି ସେହି ହିସାବରେ ପୁରୁଣା ପୃଷ୍ଠା ସେତିକି ଲେଉଟା ଯାଉଛି ।

ପାଞ୍ଚ ବର୍ଷ ତଳେ ଜଣେ ଫିଲ୍ମ ପ୍ରଯୋଜକ ଙ୍କ ନାଁ ରେ ଆସିଥିଲା କାଷ୍ଟିଂ କାଉଚ୍ ର ଅଭିଯୋଗ । ଥାନା ରେ ମହିଳା ଙ୍କ ବୟାନ ମଧ୍ୟ ରେକର୍ଡ ହେଉଥିଲା । କିନ୍ତୁ ମିଡିଆ କ୍ୟାମେରା ହଟିବା ମାତ୍ରେ ବେଶ ଚୁପଚାପ ମାମଲା କୁ ରଫାଦଫା କରିଦିଆ ଯାଇଥିବା ଚର୍ଚ୍ଚା ହେଉଛି । ଏ ହେଉଛନ୍ତି ସେହି ପ୍ରଯୋଜକ ଯାହାଙ୍କ ବରମୁଣ୍ଡା ସୌଭାଗ୍ୟନଗର ଅଞ୍ଚଳରେ ୨୨/a ଘରେ ଭଡ଼ା ରେ ନାଗୁଣି ଅର୍ଚ୍ଚନା ଓ ବ୍ଲ-ଆକ୍‌ -ମେଲର ଶ୍ରଦ୍ଧାଞ୍ଜଳି ରହୁଥିବା ଏଫଆଇଆର କପି ରୁ ଜଣା ପଡିଛି ।

ଅର୍ଚ୍ଚନା ଙ୍କ ମାୟାଜାଲରେ ମୋହରା ସାଜିଥିବା ଶ୍ରଦ୍ଧାଞ୍ଜଳି ବି ଫିଲ୍ମ ରେ କାମ କରିବାକୁ ଇଚ୍ଛା କରୁଥିଲେ । ଯେଉଁଥିପାଇଁ ପୁରା ରାଜଧାନୀ ବୁଲିବୁଲି ଠିକ ସେହି ପ୍ରଯୋଜକ ଙ୍କ ଘରେ ହିଁ ଭଡ଼ା ନେଇଥିଲେ । ଏବେବି ସେହି ଭଡ଼ା ଘରେ ଯୁବକ ଯୁବତୀ ଙ୍କ ମେଳି ଜମୁଥିବା ଅଭିଯୋଗ ହୋଇଛି । ନାଗ ଦମ୍ପତ୍ତିଙ୍କ ବ୍ଲ-ଆକ୍‌ -ମେଲ ସାମ୍ରାଜ୍ୟ ରେ ଉକ୍ତ ପ୍ରଯୋଜକ ଙ୍କ ଲିଙ୍କ କୁ ନେଇ ଖଣ୍ଡଗିରି ଥାନା ପୋଲିସ ତାଙ୍କୁ ପଚରାଉଚରା ମଧ୍ୟ କରିସାରିଛି ।

ଭଡ଼ା ରେ ଥିବା ଅର୍ଚ୍ଚନା ତାଙ୍କ ବିରୋଧରେ ଆଣିଥିଲେ ଅସଦାଚରଣ ର ଅଭିଯୋଗ ଏବଂ ସେହି ପ୍ରଯୋଜକ ଙ୍କୁ ଜଣେ ଲେଡି ଇନ୍ସପେକ୍ଟର ସୁରକ୍ଷା ଦେଉଥିବାର ଚର୍ଚ୍ଚା ହେଉଛି । ଯାହାଙ୍କର ନୟାଗଡ଼ ଜିଲ୍ଲା ସହିତ ଲିଙ୍କ ରହିଛି । ଶ୍ରଦ୍ଧାଞ୍ଜଳି ତାଙ୍କ ଏଫଆଇଆର୍ କପି ରେ ଜଣେ ନୟାଗଡ଼ ର ବ୍ୟକ୍ତି ତାଙ୍କ ଗ୍ରାହକ ସାଜିଥିବା ଉଲ୍ଲେଖ କରିଥିଲେ ।

ଅର୍ଥାତ ଅର୍ଚ୍ଚନା ଙ୍କ ହନିଟ୍ରାପ ର ଶିକାର ଜଣେ ନୟାଗଡ଼ ର ପ୍ରଭାବଶାଳୀ ବ୍ୟକ୍ତି ଥିବା ସ୍ପଷ୍ଟ ଜଣା ପଡ଼ୁଛି । ତେବେ କିଏ ସେହି ନୟାଗଡ଼ ର ରସିକିଆ ? ଏବଂ ପ୍ରଯୋଜକ ଙ୍କୁ ସୁରକ୍ଷା ଦେବା ଆଳରେ ନୟାଗଡ଼ ର ବ୍ୟକ୍ତି ଙ୍କୁ ସୁରକ୍ଷା ଦେଉଥିଲେ କି ଲେଡି ଇନ୍ସପେକ୍ଟର ? ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *