ନିଜ ଝିଅ ବିଷୟରେ ବିସ୍ଫୋରକ ତଥ୍ୟ ତଥ୍ୟ ଦେଲେ ଅର୍ଚ୍ଚନାଙ୍କ ବାପା, ଦେଖନ୍ତୁ ସେ କଣ କହିଲେ ?

ଦର୍ଶକ ବନ୍ଧୁ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ଏବେ ଇଡି ରିମାଣ୍ଡରେ ଅଛନ୍ତି । ଇଡି କେବଳ ଅର୍ଚ୍ଚନା ନୁହେଁ ତାଙ୍କ ସହ ଜଡିତ ଥିବା ସେହି ସମସ୍ତ ଲୋକ ମାନଙ୍କୁ ଡାକି ପଚରା ଉଚରା କରୁଛି । ଅର୍ଚ୍ଚନା, ଅର୍ଚ୍ଚନାର ସ୍ଵାମୀ ଜଗବନ୍ଧୁ, ଅର୍ଚ୍ଚନାର ବନ୍ଧୁ ଖଗେଶ୍ଵର, ଅର୍ଚ୍ଚନାର ସହଯୋଗୀ ଶ୍ରଦ୍ଧାଞ୍ଜଳି, ବ୍ୟବସାୟୀ ଅମିୟ କାନ୍ତ ଦାସ, ବିଧାୟକଙ୍କ ଭାଇ, ଅର୍ଚ୍ଚନାର ଡ୍ରାଇଭର ଚନ୍ଦୁ, ପ୍ରଯୋଜକ ଅକ୍ଷୟ ପରିଜା, ପ୍ରଯୋଜକ ପ୍ରମୋଦ ସ୍ଵାଇଁ, ହୋଟେଲ ବ୍ୟବସାୟୀ ଶିବ ପ୍ରସାଦଙ୍କୁ ଜେରା କରି ସାରିଛି ଇଡି ।

ଆଉ ଏହାରି ମଧ୍ୟରେ ଅର୍ଚ୍ଚନାଙ୍କ ବାପା ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି । ଅନେକ ଦିନ ଧରି ଏହି ମାମଲା ଚାଲି ରହିଛି ତେବେ ପ୍ରଥମ ଥର ପାଇଁ ଅର୍ଚ୍ଚନାଙ୍କ ବାପା ମୁହଁ ଖୋଲି ଛନ୍ତି । ତା ହେଲେ ଅର୍ଚ୍ଚନାଙ୍କ ବାପା ଗଣମାଧ୍ୟମ ଆଗରେ କେଉଁ ସବୁ କଥା କହିଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଅର୍ଚ୍ଚନାଙ୍କ ବାପା ଗଣମାଧ୍ୟମ ଆଗରେ କହିଛନ୍ତି-‘ମିଛ ପ୍ରଚାର ଆପଣ ମାନେ ଯେଉଁ କରୁଛନ୍ତି ଆମକୁ ବହୁତ ଖରାପ ଲାଗୁଛି । ଆମେ ଯାହା ବି କହିଲେ ଆପଣ ସତ ଛାଡିବେ କି । ମୁଁ ବି ସମାଜସେବୀ ଭାଇ ଆପଣ ବି ସମାଜସେବୀ । ଆପଣ ମାନେ ଯେଉଁ ମିଛ ପ୍ରଚାର କରୁଛନ୍ତି ତାହା ଭଲ ଲାଗୁନି ।

ଦୁଇ ବର୍ଷରେ ଗୋଟେ ଝିଅ ଏତେ ବଡ ଘର କରିଦେଲା । ତାର 5-6 ବର୍ଷର ଛୁଆ ଥାଇ ତାର ପୁଅ ନାହିଁ ବୋଲି କହିଦେଲେ । ସେଇଟା ଗୋଟେ ଖରାପ ଲାଗୁଛି । ଆଉ ସେହି ପ୍ରକୃତ ଚୋରକୁ ଆପଣ ମାନେ ଲୁଚେଇ ଦେଇ ସବୁ ଦୋଷ ମୋ ଝିଅ ଉପରେ ଲଦି ଦେଉଛନ୍ତି । ସେ ଝିଅ ଯିଏ କେସ ଦେଇଛି ସେ ହେଉଛି ଏକ ନମ୍ବର ଚୋର ।

ଆଉ ସେ ଫିଲ୍ମ ଡାଇରେକ୍ଟର ପ୍ରକୃତ ଚୋର । ମୋର ପୂର୍ବ ପୁରୁଷଙ୍କର 22-23 ଏକର ଜମି ଅଛି ଆମେ କଣ ଗରିବ । ମୁଁ ଅର୍ଚ୍ଚନାକୁ ଘର କରିବା ପାଇଁ ଜାଗା ବିକି 50-60 ଲକ୍ଷ ଟଙ୍କା ଦେଇଛି । ସେ ବି ବେପାର କରିଛି ସେ ବି ଟଙ୍କା କମେଇଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଅର୍ଚ୍ଚନାଙ୍କ ବାପା ନିଜ ଝିଅ ବିଷୟରେ ତଥ୍ୟ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *