ଦର୍ଶକ ବନ୍ଧୁ ଏବେ ସରା ଓଡିଶାରେ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଅର୍ଚ୍ଚନାଙ୍କ ନାଗ ଫାଶରେ ଅନେକ ବଡ ବଡ ନେତା ଏବଂ ମନ୍ତ୍ରୀଙ୍କ ସହ ଅନେକ ଫିଲ୍ମ ଡ଼ିରେକ୍ଟର ମାନେ ପଡିଛନ୍ତି । ଅର୍ଚ୍ଚନାଙ୍କ ଫାଶରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ପଡିବା ପରେ ଅର୍ଚ୍ଚନାଙ୍କ କଳା କାରନାମା ସମସ୍ତଙ୍କ ସାମ୍ନାକୁ ଆସିଥିଲା । ଏହା ପରେ ପୋଲିସ ଅର୍ଚ୍ଚନାଙ୍କୁ ଗିରଫ କରି ଏବେ ରିମାଣ୍ଡରେ ନେଇଛି ।
ତେବେ ଏହି ମାମଲାକୁ ନେଇ ଅନେକ ଲୋକ ନିଜ ନିଜ ପ୍ରତିକ୍ରିୟା ଦେଉଛନ୍ତି । ଆଉ ଏହାରି ମଧ୍ୟରେ ଓଡିଆ ଫିଲ୍ମ ମେକର ସୁଧାକର ବସନ୍ତ ନିଜର ପ୍ରତିକ୍ରିୟା ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି ଆଉ ସେ ଅର୍ଚ୍ଚନାଙ୍କ ବିଷୟରେ ଏକ ବଡ ଖୁଲାସା କରିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ସୁଧାକରଙ୍କ କହିବା ମୁତାବକ-‘ଗତ କିଛି ଦିନ ହେବ ଅର୍ଚ୍ଚନା ଆଉ ମୋର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ କଥା ବିଷୟରେ ମୁଁ ଆଉ କଣ କହିବି ଦିନରେ ଅନେକ ଲୋକ ମୋ ସହ ଫଟୋ ନେଉଛନ୍ତି ସେମିତି ଅର୍ଚ୍ଚନା ବି ମୋ ସହ ଫଟୋ ନେଇଛି ସେ ମୋର ଫ୍ୟାନ ଥିଲା । ସତ୍ୟ ବିହାରରେ ମୋ ସାଙ୍ଗର ଏକ ଷ୍ଟୂଡିଓ ଥିଲା ସେ ଏଡିଟିଂ ଆମେ କଲା ବେଳକୁ ଆମେ ଏକ ସୁନ୍ଦର ଘର ଦେଖିଲୁ ସେ ଘର ଥିଲା ଅର୍ଚ୍ଚନାର ।
ସେ ଘରଟି ଶୁଟିଙ୍ଗ ପାଇଁ ବହୁତ ଭଲ ଥିଲା । ଆମେ ତାଙ୍କୁ ଶୁଟିଙ୍ଗ କଥା କହିବାରୁ ସେ ଆମ କଥାରେ ରାଜି ହୋଇଥିଲେ ଆଉ ଆମେ ଗୋଟେ ଦିନ ସେଇଠି ଶୁଟିଙ୍ଗ କରିଥିଲୁ । ସେ ଅକ୍ଷୟଙ୍କୁ ଯାହା ଅଫର ଦେଇଥିଲେ ବେଡ ସେୟାର କରିବା ପାଇଁ ସେ ମୋତେ ସେମିତି କିଛି ଅଫର ଦେଇ ନାହାନ୍ତି । ଆମେ ବାସ ଗୋଟେ ଦିନ ତାଙ୍କ ସହ ମିଶି ଥିଲୁ । ସେ ସକାଳେ ଆସି ରୁମ୍ ଖୋଲୁ ଥିଲେ ଆମେ ତଳେ ଶୁଟିଙ୍ଗ କରୁଥିଲୁ ଆଉ ସେ ଉପରେ ରହୁଥିଲା ।
ଆଉ ଅର୍ଚ୍ଚନା ନାଗଙ୍କ କେସରେ ଯାହା ବି ହେଇଛି ପୋଲିସ ତାର ତଦନ୍ତ କରି ଯାହା ଠିକ ଯାହା ଭୁଲ ତାକୁ ବାହାର କରିବ ଏହି ମାମଲା ବିଷୟରେ ମୁଁ କିଛି କହିବାକୁ ଚାହୁଁନି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁଧାକର ବସନ୍ତ ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।