Ollywood ର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ Aprajita Mohanty ଙ୍କ ପରିବାର ଓ Biography

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡିଆ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ଜୀବନୀ ଓ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଅତି କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ନିଶ୍ଚୟ ଜାଣିଥିବେ ।

ଅପରାଜିତା ମହାନ୍ତିଙ୍କ ଅଭିନୟ ବି ଆପଣ ମାନେ ଦେଖିଥିବେ । ନିଜ ଅଭିନୟ ପାଇଁ ସେ ଲୋକଙ୍କ ମନରେ ଏକ ସ୍ଵତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି । ଅପରାଜିତା ମହାନ୍ତିଙ୍କୁ କେହି କେହି ଟିକି ଅପା ବୋଲି ଡାକନ୍ତି ତାଙ୍କର ଜନ୍ମ 1965 ମସିହାରେ ସମ୍ବଲପୁରରେ ହେଇଥିଲା ବର୍ତ୍ତମାନ ତାଙ୍କ ବୟସ ହେଉଛି 55 ବର୍ଷ । ବର୍ତ୍ତମାନ ଅପରାଜିତା ମହାନ୍ତି ଭୁବନେଶ୍ଵରରେ ରହୁଛନ୍ତି ତାଙ୍କ ପରିବାର ସହ ସେ ଭୁବନେଶ୍ଵରରେ ରହୁଛନ୍ତି ।

ତାଙ୍କ ବାପାଙ୍କ ନାମ ହେଉଛି ଅବଦୁଲ ଅଜିଜ ଖାନ ଆଉ ତାଙ୍କ ମାଆଙ୍କ ନାମ ହେଉଛି ହରପ୍ରିୟା ରାଏ । ପିଲା ଦିନରୁ ଅପରାଜିତାଙ୍କର ଅଭିନୟରେ ବହୁତ ରୁଚି ଥିଲା । 80 ଦଶକରେ ଅପରାଜିତା ଓଡିଆ ଫିଲ୍ମ ଜଗତରେ ପାଦ ଦେଇଥିଲେ ତାଙ୍କର ପ୍ରଥମ ଫିଲ୍ମ ଥିଲା ସୀତା ଲଭ କୁଶ । ତାଙ୍କ ସୁନ୍ଦରତା ଆଉ ଅଭିନୟକୁ ଓଡିଶାବାସୀ ବେସ ପସନ୍ଦ କରିଥିଲେ ।

ତେଣୁ ସେ ଗୋଟେ ପରେ ଗୋଟେ ଅନେକ ସୁପର ହିଟ ଫିଲ୍ମ କରି ଓଡିଆ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ସେ ଅଧିକାଂଶ ଫିଲ୍ମ ଓଡିଆ ଅଭିନେତା ଉତ୍ତମ ମହାନ୍ତିଙ୍କ ସହ କରିଥିଲେ ଆଉ ସୁଟିଙ୍ଗ ସେଟରୁ ଉଭୟ ପରସ୍ପରକୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟଙ୍କ ବିବାହ 1987 ମସିହାରେ ହୋଇଥିଲା । ବନ୍ଧୁଗଣ ଅପରାଜିତା ମହାନ୍ତିଙ୍କ ପୁଅ ହେଉଛନ୍ତି ଓଡିଆ ଅଭିନେତା ବାବୁସାନ ମହାନ୍ତି ।

ନିଜ ମାଆ ବାପାଙ୍କ ଭଳି ବାବୁସାନ ମଧ୍ୟ ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବାବୁସାନ ତୃପ୍ତିଙ୍କ ସହ ପ୍ରେମ ବିବାହ କରିଛନ୍ତି ଆଉ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି ଯାହାର ନାମ ହେଉଛି ଗୋଆନ । ଅପରାଜିତା ନିଜ କାରିୟରରେ 200 ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ନିଜ ଅଭିନୟ ପାଇଁ ସେ ଅନେକ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଅପରାଜିତା ମହାନ୍ତି କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *