‘ଅନୁଭବ ମତେ ବାହାଘରକୁ ଡ଼ାକିଥିଲେ, ମୁଁ ଯାଇଥିଲି, ରିସେପ୍ସନ ପେଣ୍ଡାଲରେ ଠିଆହେଲି, ତାଙ୍କ ସହ ଫଟୋ ବି ଉଠେଇଲି …’: Rakesh Roshan Mohanty

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ଅନୁଭବ ମହାନ୍ତିଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଉ ଆପଣ ମାନେ ଅନୁଭବଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ଅନୁଭବ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଏମିତିରେ ଅନୁଭବ ନିଜ ପାରିବାରିକ ବିବାଦ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ହେଲେ ଗତ କିଛି ସମୟ ହେବ ସେ ନିଜର ଦ୍ଵିତୀୟ ବିବାହ ପାଇଁ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି ।

ଭାଇରାଲ ହେଉଥିବା ଫଟୋରେ ଅନୁଭବ ଜଣେ ଯୁବତୀଙ୍କ ସହ ବିବାହ କରୁଥିବାର ନଜର ଆସୁଛନ୍ତି । ତେବେ ଏହି ଫଟୋଟି ଫେକ ବୋଲି ଅନୁଭବଙ୍କର ଏକ ସୋସିଆଲ ମିଡିଆ ସାଇଡ କହିସାରିଛି । ହେଲେ ଏହି ଫଟୋଟି ସତ ନା ମିଛ ତାକୁ ନେଇ ଏବେ ବି ଲୋକ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ସୋସିଆଲ ମିଡିଆରେ ଯେଉଁ ବ୍ୟକ୍ତି ଜଣକ ଅନୁଭବଙ୍କ ବାହାଘର ଫଟୋ ପୋଷ୍ଟ କରିଥିଲେ ତାଙ୍କ ନାମ ହେଉଛି ରାକେଶ ରୋଷନମହାନ୍ତି ।

ଆଉ ଏହାରି ମଧ୍ୟରେ ରାକେଶ ଗଣମାଧ୍ୟମ ସାମ୍ନାକୁ ଆସି ଏକ ଆଶ୍ଚର୍ଯ୍ୟ ଜନକ ବୟାନ ଦେଇଛନ୍ତି । ଦର୍ଶକ ବନ୍ଧୁ ରାକେଶ ଯାହା ସବୁ କହିଛନ୍ତି ତାହା ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ରାକେଶ ଗଣମାଧ୍ୟମ ଆଗରେ କହିଛନ୍ତି-‘ମୁଁ ଅନୁଭବଙ୍କ ବାହାଘରକୁ ଯାଇଥିଲି । ବଢିଆ ବାହାଘର ହେଇଥିଲା ବଢିଆ ମଣ୍ଡପ ସଜା ହେଇଥିଲା ।

ବେଦିରେ ବର-କନ୍ୟା ଥିଲେ ଆଉ ଉଭୟ ପକ୍ଷର ଲୋକ ମାନେ ଥିଲେ । ଆଉ ବାହାଘର ଯେମିତି ହେବା କଥା ସେମିତି ହେଲା । ବାହାଘରରେ ଅନୁଭବଙ୍କର କିଛି କ୍ଳୋଜ ବନ୍ଧୁ ମାନେ ଥିଲେ ଆଉ ତାଙ୍କ ପରିବାର ଲୋକ ଥିଲେ । ହେଲେ ଝିଅ ପକ୍ଷରୁ କେଉଁ ମାନେ ଥିଲେ ମୁଁ ଜାଣି ନାହିଁ । ମୁଁ ବନ୍ଧୁ ହିସାବରେ ଯାଇଥିଲି । ମୁଁ ଅନୁଭବଙ୍କର ଗୋଟେ ବଡ ଫ୍ୟାନ ଅନୁଭବ ମତେ ଡାକି ଥିଲେ ମୁଁ ଫ୍ୟାନ ହିସାବରେ ଯାଇଥିଲି ।

ଅନୁଭବ ଯେଉଁ ପେଣ୍ଡାଲ ଉପରେ ଛିଡା ହେଇଥିଲେ ମୁଁ ସେଇଠି ତାଙ୍କୁ ଅଭିନନ୍ଦନ ଜଣାଇଲି ଆଉ ଫଟୋ ବି ଉଠାଇଲି । ଅନୁଭବ ମହାନ୍ତି ବାହା ହେଲେ ତାଙ୍କୁ ସୁବେଚ୍ଚା ଜଣାଇବା କଣ ଭୁଲ । ତେଣୁ ମୁଁ ସୋସିଆଲ ମିଡିଆରେ ତାଙ୍କୁ ସୁବେଛା ଜଣାଇଲି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *