ଦେଖନ୍ତୁ କେମିତି ଆମେରିକାରେ ଆଣ୍ଠୁଆ ଗୋପାଳଙ୍କୁ ପୂଜା କଲେ Sabyasachi ଓ Archita…

ବନ୍ଧୁଗଣ ଆଜି ଥିଲା ଶ୍ରୀକୃଷ୍ଣ ଙ୍କ ଜନ୍ମ ଦିବସ ପବିତ୍ର ଜନ୍ମାଷ୍ଟମୀ । ଏହି ଦିନ ଘରେ ଘରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥାଏ । ଭାଦ୍ରବ ମାସ ର କୃଷ୍ଣ ପକ୍ଷ ର ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମ ହୋଇଥିଲା । ଏଥିପାଇଁ ପ୍ରତିବର୍ଷ ଭାଦ୍ରବ ମାସ ର କୃଷ୍ଣ ପକ୍ଷ ରେ ଅଷ୍ଟମୀ ତିଥିରେ ଏହାକୁ ଜନ୍ମାଷ୍ଟମୀ ରୂପେ ପାଳନ କରାଯାଇଥାଏ । ଏହି ଦିନ କିଛି ଖାସ ଗୁପ୍ତ ଉପାୟ ହୋଇଥାଏ ।

ଯାହାକୁ କରିବା ଦ୍ୱାରା ମନୁଷ୍ୟ କୁ ସମ୍ମାନ, ଧନ,ସମ୍ପତ୍ତି ସୁଖ ଶାନ୍ତି ଆଦି ମିଳିଥାଏ । ଯେଉଁ ମାନଙ୍କ ଚନ୍ଦ୍ରମା ଦୁର୍ବଳ ରହିଥାଏ ଏବଂ ନିଜର ସନ୍ତାନ ପ୍ରାପ୍ତି ଆଦି କାର୍ଯ୍ୟ ପାଇଁ ଏହି ବ୍ରତ କରିବା ଆବଶ୍ୟକ ଅଟେ । ଏହି ଦିନ ଲୋକମାନେ ନିଜର ସମସ୍ତ ମନ ଇଚ୍ଛା ପୂରଣ ଏବଂ ସନ୍ତାନ ପ୍ରାପ୍ତି, ଦୁଃଖ ସମସ୍ୟାରୁ ଦୁର କରିବା, ଚାକିରୀ ସମସ୍ୟା, ବ୍ୟବସାୟ ସମସ୍ୟା ଆଦି ରୁ ବର୍ତ୍ତିବା ପାଇଁ ଏହି ବ୍ରତ ପାଳନ କରିଥାନ୍ତି ।

ତେବେ ଆଜି ଭଳି ଏହି ପବିତ୍ର ଦିବସ କୁ ଓଲିଉଡ ର କଳାକାର ମାନେ ମଧ୍ୟ ପାଳନ କରିଛନ୍ତି । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଯୋଡ଼ି ସବ୍ୟସାଚୀ ଏବଂ ଅର୍ଚ୍ଚିତା ମଧ୍ୟ ଆଜି ଧୂମଧାମରେ ଜନ୍ମାଷ୍ଟମୀ ପାଳନ କରିଛନ୍ତି । ଯଦିଓ ସେମାନେ ବର୍ତ୍ତମାନ ଆମେରିକା ରେ ଅଛନ୍ତି । କିନ୍ତୁ ତଥାପି ସେମାନେ ଏହି ଦିବସ କୁ ଖୁବ ଉତ୍ସାହ ର ସହିତ ପାଳନ କରିଛନ୍ତି ।

ସୋସିଆଲ ମିଡିଆ ରେ ସେ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଉଭୟ ଶ୍ରୀକୃଷ୍ଣ ଙ୍କ ମୂର୍ତ୍ତି କୁ ପୂଜା କରିବା ସହିତ ପରମ୍ପରା ଅନୁଯାୟୀ ଦୋଳି ରେ ଝୁଲାଇଛନ୍ତି ଏବଂ ଶ୍ରୀକୃଷ୍ଣ ଙ୍କ ପାଖରେ ପ୍ରାର୍ଥନା କରି ଭୋଗ କରିଛନ୍ତି ।

ଉଭୟ ସମ୍ପୂର୍ଣ୍ଣ ରୂପରେ ଭାରତୀୟ ବେଶଭୂଷା ରେ ଅଛନ୍ତି । ଯାହା ନିଶ୍ଚିତ ଭାବରେ ପ୍ରଶଂସନୀୟ ଅଟେ । ବିଦେଶ ରେ ଥିବା ସତ୍ତ୍ୱେ ଉଭୟ ଭାରତୀୟ ପରମ୍ପରା କୁ ଭୁଲି ନାହାନ୍ତି ଏବଂ ଏହାକୁ ବଜାୟ ରଖିଛନ୍ତି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ଦେବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *