‘ଆମେ ସୌମ୍ୟାକୁ ଠୋ ଠା ରେଷ୍ଟୁରାଣ୍ଟ ନେବୁ ଆଉ ଗୋଟେ ପ୍ଳେଟ ଚାପୁଡା ଖାଇବାକୁ ଦେବୁ…’ ସୌମ୍ୟାଙ୍କୁ ଚିଡାଇଲେ ‘love in Londan’ ହିରୋଇନ Swapna

ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ଅନୁଭବ ମହାନ୍ତି ଏବେ ନିଜ ନୂଆ ଫିଲ୍ମ ଲଭ ଇନ ଲଣ୍ଡନକୁ ନେଇ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି । ତେବେ ନିଜ ପାରିବାରିକ ବିବାଦ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅନୁଭବ ପୁଣି ଓଡିଆ ଇଣ୍ଡଷ୍ଟ୍ରିକୁ ଫେରି ଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ଅଭିନୟ କରିଛନ୍ତି ସ୍ଵପ୍ନା ପ୍ରିୟଦର୍ଶନୀ । ବନ୍ଧୁଗଣ ଏବେ ସ୍ଵପ୍ନା ଆଉ ଅନୁଭବଙ୍କର ଅନେକ ଶୁଟିଙ୍ଗ ସେଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଆପଣ ମାନେ ନିଶ୍ଚୟ ଦେଖିଥିବେ ।

ତେବେ ସ୍ଵପ୍ନା ଗତ କିଛି ସମୟ ତଳେ ଗଣମାଧ୍ୟମ ଆଗରେ ଏକ ସାକ୍ଷାତ୍କାର ଦେଇଛନ୍ତି । ଏହି ସାକ୍ଷାତ୍କାରରେ ସ୍ଵପ୍ନା ଏପରି କିଛି କଥା କହିଛନ୍ତି ଯାହା ଶୁଣିବା ପରେ ଆପଣ ମାନେ ବହୁତ ହସିବେ । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ସ୍ଵପ୍ନା ଏହି ସାକ୍ଷାତ୍କାରରେ କହିଛନ୍ତି-‘ଆମେ ମାନେ ଲଣ୍ଡନରେ କଥା ହେଉଥିଲୁ । ସେ କହୁଥିଲେ ଓଡିଶା ଭୁବନେଶ୍ଵରକୁ ଆସି ସେ ବୁଲିବାକୁ ଚାହୁଁ ଛନ୍ତି । ସେତେବେଳେ ଗିରିଶ ସାର କହୁଥିଲେ ମୋତେ ଭୁବନେଶ୍ଵରରେ ଏକ ବହୁତ ବଢିଆ ରେଷ୍ଟୁରାଣ୍ଟ ଅଛି ଯାହାର ନାମ ହେଉଛି ଠୋ ଠା ରେଷ୍ଟୁରେଣ୍ଟ ସାର କହିଲେ ତାକୁ ସେହି ଜାଗା ନିଶ୍ଚୟ ନେଇକି ଯିବା ଆଉ ଗୋଟେ ଚାପୁଡା ଖୁଏଇକି ଆସିବା ।

ଆଉ ସେ ବି ବହୁତ ଇଛା କରିଛି ଠୋ ଠା ରେଷ୍ଟୁରେଣ୍ଟ ଯିବା ପାଇଁ ଆଉ ଏକ ଚାପୁଡା ଖାଇବା ପାଇଁ’ । ତେବେ ବନ୍ଧୁଗଣ ସ୍ଵପ୍ନାଙ୍କ ପାଖରେ ଏକ ଝିଅ ଛିଡା ହୋଇଛନ୍ତି ସେ ଓଡିଆ ଜାଣି ନାହାନ୍ତି । ସେ ଝିଅଟି କିଛି ବି ଓଡିଆ ବୁଝି ପାରୁ ନାହାନ୍ତି । ସେ ନିଜେ କହିଛନ୍ତି ସେ ଭୁବନେଶ୍ଵର ଆସିବେ ଆଉ ଚାପୁଡା ଖାଇବେ ତାଙ୍କୁ ବହୁତ ଇଛା ଅଛି । ସେ କହିଛନ୍ତି ଯଦି ମତେ ପସନ୍ଦ ଆସିବନି ତା ହେଲେ ସ୍ଵପ୍ନା ଡବଲ ଖାଇବେ ।

ଏହା ଶୁଣି ସ୍ଵପ୍ନା କହୁଛନ୍ତି ମୁଁ ଏବେ ଡାଏଟରେ ଅଛି ତେଣୁ ମୁଁ ଚାପୁଡା ଗୋଇଠା କିଛି ବି ଖାଇପାରିବି ନାହିଁ । ତା ହେଲେ ବନ୍ଧୁଗଣ ସୋସିଆଲ ମିଡିଆରେ ଏବେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *