”ଆମେ ରାଷ୍ଟ୍ରପତିଙ୍କ ଅପମାନର ଜବାବ ଦେବୁ, ସେ ଆମ ଭଉଣୀଙ୍କୁ ଯେପରି କହିଛନ୍ତି ତା’ର ପରିଣାମ…’ ରାଷ୍ଟ୍ରପତି Draupadi Murmu ଙ୍କ ଆପମାନ, ମୁହଁ ଖୋଲିଲେ Sura Routray

ଦର୍ଶକ ବନ୍ଧୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଶ୍ଚିମ ବଙ୍ଗାଲର ମନ୍ତ୍ରୀ ଅଖିଲ ଗିରି ଅତି ଅଭଦ୍ର ଭାବରେ ଅପମାନ କରିଛନ୍ତି ଯାହାକୁ ନେଇ ଏବେ କେବଳ ଓଡିଶା ନୁହେଁ ସାରା ବିଶ୍ଵରେ ଚର୍ଚ୍ଚା । ଅଖିଲ ଗିରି ଏକ ଭାଷଣରେ ମୁର୍ମୁଙ୍କ ରଙ୍ଗ କଳା ବୋଲି କହି ତାଙ୍କୁ ଅପମାନ କରିଛନ୍ତି ଆଉ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅଖିଲଙ୍କର ଏଭଳି ମନ୍ତବ୍ୟକୁ ସାରା ଭାରତବାସୀ ଘୋର ନିନ୍ଦା କରିବା ସହ ଅଖିଲଙ୍କ ବିରୋଧରେ ଅନେକ ସମାଲୋଚନା ହେଉଛି ।

ଆଉ ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଗଣମାଧ୍ୟମ ସାମ୍ନାକୁ ଆସି ଅଖିଲଙ୍କ ବିରୋଧରେ ଏକ ବଡ ବୟାନ ଦେଇଛନ୍ତି । ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ତେବେ ସୁର ଭାଇ ଗଣମାଧ୍ୟମ ଆଗରେ କହିଛନ୍ତି-‘ବହୁତ ଭୟଙ୍କର ଷ୍ଟେଟମେଣ୍ଟ ଦେଇଛନ୍ତି ଅଖିଲ । ତୃଣମୂଳ ଦଳର ମନ୍ତ୍ରୀ ଅଖିଲ ଗିରି ଯାହା କରିଛି ଘୋର ନିନ୍ଦନୀୟ ମୁଁ ତାକୁ ନିନ୍ଦା କରୁଛି । ତମ ମମତା ବାନାର୍ଜୀ କାଳିଆ ନୁହଁ ଜଗନ୍ନାଥ କାଳିଆ ନୁହଁ ରାମଚନ୍ଦ୍ର କାଳିଆ ନୁହଁ କୃଷ୍ଣ କାଳିଆ ନୁହଁ । ଦ୍ରୌପଦୀ ହେଉଛନ୍ତି ଜଣେ ଏଜୁକେଟେଡ ନାରୀ ସେ ବହୁତ ପାଠ ପଢିଛନ୍ତି ଏମଏଲଏ ଥିଲେ, ମନ୍ତ୍ରୀ ଥିଲେ ରାଜ୍ୟପାଳ ଥିଲେ ।

ଆମ ଓଡିଶାର ଆଦିବାସୀ ପରିବାରରେ ତାଙ୍କର ଜନ୍ମ ହେଲେ ତାଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଅତି ନିନ୍ଦନୀୟ । ଗିରି ତମେ ଓଡିଶା କେବେ ଆସିବନି ଗୋବର ଗୁହରେ ତାଙ୍କୁ ବୋଳିକି ବଜାରରେ ବୁଲେଇବି । ଆମ ଭଉଣୀ ବିରୋଧରେ ଯେଉଁ କଟୁ ବାକ୍ୟ ସେ ପ୍ରୟୋଗ କରିଛନ୍ତି ରାଷ୍ଟ୍ରପତିଙ୍କ ପ୍ରତି ସେ କରିଛନ୍ତି ଆମେ ସମସ୍ତେ ମର୍ମାହତ । ପ୍ରତ୍ୟକ ଓଡିଆ ମର୍ମାହତ ଆମ ଭଉଣୀକୁ ଏଭଳି ମନ୍ତବ୍ୟ ଆମେ କେବେ ବରଦାସ୍ତ କରିବୁନି ।

ଆମେ କେବେ ଛାଡିବୁନି କେଉଁ ଆଇନ କାନୁନ ମାନିବୁନି । ସେ ଯଦି କେବେ ଓଡିଶା ଆସନ୍ତି ଘୋର ବିରୋଧ କରାଯିବ ଘୋର ଦଣ୍ଡ ଦିଆଯିବ ତାର ସୀମା ରହିବନି । ତୁରନ୍ତ ମମତା ବାନାର୍ଜୀ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ କାଢନ୍ତୁ ଆଉ ତାକୁ ଆରେଷ୍ଟ କରନ୍ତୁ । ଭବିଷ୍ୟତରେ ରାଷ୍ଟ୍ରପତିଙ୍କ ବିରୋଧରେ ଏଭଳି ବାକ୍ୟ କହିବା ପାଇଁ କେହି ଯେମିତି ସାହାସ କରିବେ ନାହିଁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *