ବନ୍ଧୁଗଣ ଆପଣ ମାନେ ସମସ୍ତେ ଦୀପିକା ଓ ଦିନେଶଙ୍କ ପାରିବାରିକ ବିବାଦ ମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଆଜିକୁ ଅନେକ ଦିନ ହେଲାଣି ଦୀପିକା ଦିନେଶଙ୍କ ଘର ବାହାରେ ଧାରଣା ଦେଇ ବସିଛନ୍ତି ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ । ତେବେ ବନ୍ଧୁଗଣ ଦୀପିକା ଓ ଦିନେଶ ପରସ୍ପରକୁ ବହୁତ ପ୍ରେମ କରୁଥିଲେ ହେଲେ ଦିନେଶ ଦୀପିକାଙ୍କୁ ଗର୍ଭବତୀ କରି ଅଧା ରାସ୍ତାରେ ତାଙ୍କ ହାତ ଛାଡି ଦେଲେ ।
ଏହା ପରେ ଦୀପିକା ନିଜ କୁନି ପୁଅକୁ ଧରି ଧାରଣାରେ ବସିଲେ । ତେବେ ଆଜିକୁ 30 ଦିନ ହେଇଗଲା ଦୀପିକା ଧାରଣାରେ ବସିଛନ୍ତି । ବନ୍ଧୁଗଣ ଗତ କାଲି ଦୀପିକା ନିଜ ପ୍ରେମିକ ଦିନେଶଙ୍କ ଘର ସାମ୍ନାରେ ଗଣେଶ ପୂଜା କରିଥିଲେ । ଆଉ ଏବେ ସମାଜସେବୀ ପ୍ରମିଳା ତ୍ରିପାଠୀ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି । ପ୍ରମିଳାଙ୍କ କହିବା ମୁତାବକ-‘ଆଜ୍ଞା ସାହି ଗଳି କନ୍ଦି ଏ ପୃଥିବୀ ସାରା ଗଣେଶଙ୍କ ପୂଜା ଅତି ଧୁମଧାମରେ ଲୋକେ କରନ୍ତି ।
ଆଜି ଆମେ ଦୀପିକା ନ୍ୟାୟ ପାଇବା ପାଇଁ ନିଜ ଶଶୁର ଘର ଦାଣ୍ଡରେ ଗଣେଶଙ୍କ ପୂଜା କରୁଛି । ପ୍ରଭୁ ଗଣେଶ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ଆଉ ଦୀପିକାର ସମସ୍ତ ସମସ୍ଯା ନାଶ ହେଉ । ଦୀପିକା ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ତା ପିଲା ପାଇଁ, ତା ପାଇଁ, ନ୍ୟାୟ ପାଇବା ପାଇଁ ଆଉ ତା ହକ୍ ପାଇଁ । ସେ ଆଜିକୁ 30 ଦିନ ହେଲା ବସିଛି ଆପଣ ଦେଖୁଥିବେ ସେ କେତେ କଷ୍ଟରେ ବସିଛି ଆଉ ପୂଜାର ଆୟୋଜନ କରିଛି ।
ଆଉ ମୁଁ ତ ତାର ସାଥ ଦେଉଛି ଯିବା ଆସିବା ହେଉଛି ଆଉ ସାହାର୍ଯ୍ୟ ବି କରୁଛି । ଆମେ ଭଗବାନଙ୍କୁ ପ୍ରାର୍ଥନା କରୁଛୁ ତାଙ୍କୁ ସଦବୁଦ୍ଧି ଦିଅ ବୋଲି ତାଙ୍କ ସାନ ଦିଅର କେମିତି ଗାଡିକୁ ଚଢେଇଲା ଭଳିଆ ଏତେ ଜୋରରେ ଆବାଜ କରି ଉପରକୁ ଚଢେଇ ନେଉଛନ୍ତି ଏଇଟା ଗୋଟେ ନିନ୍ଦନୀୟ ଘଟଣା । ଆଜି ଦୀପିକା ଗଣେଶଙ୍କୁ ବସେଇଛି ଆଉ ମୁଁ ପ୍ରାର୍ଥନା କରୁଛି ଭଗବାନ ତାକୁ ନ୍ୟାୟ ଦିଅନ୍ତୁ ।
କାଲି ଆମର କୋର୍ଟର ଶୁଣାଣି ଥିଲା ହେଲେ ପୁଅ ଘର ପାଇଁ ସେଇଟା ସ୍ଥଗିତ ରହିଗଲା । ଦୀପିକାକୁ ନ୍ୟାୟ ନିଶ୍ଚୟ ମିଳିବ ଆଉ ତା ପୁଅକୁ ହକ୍ ନିଶ୍ଚୟ ମିଳିବ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।