ଆକାଶ ମାର୍ଗରୁ ବନ୍ୟାର ବିଭୀଷିକା ! ଡ୍ରୋନ କ୍ୟାମେରାରେ ରେକର୍ଡ ହେଲା ଭୟଙ୍କର ଦୃଶ୍ୟ ! ଦେଖନ୍ତୁ Video

ବନ୍ଧୁଗଣ ବନ୍ୟାର କେତେକ ଭୟଙ୍କର ବିଭୀଷିକା ତଳିଅ ଅଞ୍ଚଳରେ ଦେଖିବାକୁ ମିଳିଛି । ଏବେ ଡ୍ରୋନ କ୍ୟାମେରା ଜରିଆରେ ଏକ ଭିଡିଓ ରେକର୍ଡ ହୋଇଛି ଯାହାକୁ ପୁରୀ ଜିଲ୍ଲା କଣାସରେ ବନ୍ୟା ବିଭୀଷିକାର ଏକ ଦୃଶ୍ୟ ଦେଖିବାକୁ ମିଳିଛି । କଣାସରେ ବନ୍ଧୁଗଣ ବ୍ୟାପକ କ୍ଷୟ କ୍ଷତି ହୋଇଛି । ବନ୍ୟା ଅଞ୍ଚଳର ସେ ଭୟଙ୍କର କ୍ଷତି ଚିତ୍ରକୁ ଏବେ ଦର୍ଶାଉଛି ଯାହାକୁ ଡ୍ରୋନ କ୍ୟାମେରାରେ ରେକର୍ଡ କରାଯାଇଛି ।

ବନ୍ଧୁଗଣ ଏ ଦୃଶ୍ୟକୁ ଟିକେ ଭଲ ଭାବରେ ଦେଖନ୍ତୁ କିଭଳି ସବୁ ଗାଁ ପାଣି ଘେରରେ ଅଛି କଣାସ ଅଞ୍ଚଳର ଏ ଦୃଶ୍ୟ ଆମେ ଆପଣଙ୍କୁ ଦେଖାଉଛୁ । ଗାଁ ଦାଣ୍ଡରେ ପାଣି ଯାତାୟାତ ବିଛିନ୍ନ ହୋଇଛି ଲୋକ ମାନେ ହଇରାଣ ହରକତ ହେଉଛନ୍ତି ଲୋକଙ୍କ ଘରେ ପାଣି ପଶି ଯାଇଛି ସେମାନଙ୍କ ପାଖରେ ଖାଇବା ପାଇଁ ବି କିଛି ନାହିଁ କାରଣ ସେମାନଙ୍କ ଚୁଲିରେ ପାଣି ପଶି ଯାଇଛି ।

ଲୋକ ବାଧ୍ୟ ହୋଇ ଛାତ ଉପରେ ଭରସା କରି ରହିଛନ୍ତି । କିଛି ଲୋକ ମାନେ ଘର ଭିତରେ ପାଣି ସହ ବଞ୍ଚିବା ପାଇଁ ବାଧ୍ୟ ହେଉଛନ୍ତି ଉପର ସ୍ଥାନକୁ ଯାଇ ପାରୁ ନାହାନ୍ତି । ଯେଉଁ ମାନେ ଗୃହ ପାଳିତ ପଶୁ ତଥା ଗାଈ ଗୋରୁ ରଖିଛନ୍ତି ସେମାନେ ନିଜ ପଶୁ ମାନଙ୍କ ସହ ରହିବା ପାଇଁ ବାଧ୍ୟ ହୋଇଛନ୍ତି । ବିଶେଷ କରି ଦୟା ଭାର୍ଗବୀ ରାଜୁଆ ନଦୀର ବନ୍ୟା ଜଳରେ ଶହ ଶହ ଗାଁ ଏବେ ବୁଡିଛି ।

ରାସ୍ତା ଘାଟରେ ଏବେ ପାଣିର ସୁଅ ଦେଖିବାକୁ ମିଳିଛି । ବିଶେଷ କରି କଣାସ ଅଞ୍ଚଳରେ କେତେକ ଘାଇ ସୃଷ୍ଟି ହୋଇଛି ଆଉ ଏହା କାରଣରୁ ପାଣିର ସ୍ରୋତ ମଧ୍ୟ ବଢିବାରେ ଲାଗିଛି । ଏହା ସହ ପାଣିର ତୀବ୍ରତା ମଧ୍ୟ ବଢିଛି ଯୁଆଡେ ଦେଖିଲେ କେବଳ ପାଣି ଆଉ ପାଣି ହିଁ ନଜର ଆସୁଛି । ବନ୍ଧୁଗଣ ପ୍ରଥମ ଥର ପାଇଁ ଡ୍ରୋନ କ୍ୟାମେରା ଜରିଆରେ ବନ୍ୟା ଅଞ୍ଚଳର ସେହି ଭୟଙ୍କର ଦୃଶ୍ୟ ଏବେ ଲୋକ ମାନଙ୍କ ସାମ୍ନାକୁ ଆସିଛି ।

ଏହି ଦୃଶ୍ୟ ଦେଖି ଆପଣ ଅନୁମାନ କରିପାରୁ ଥିବେ ଯେ ସେଠାରେ ଥିବା ଲୋକ ମାନେ ଏବେ କେଉଁ ଅବସ୍ଥାରେ ଥିବେ ଆଉ କେମିତି ତାଙ୍କ ଦୈନଦିନ ଜୀବନ ଜୀବିକା ରହୁଥିବ । ତେବେ ବନ୍ଧୁଗଣ ଏହି ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *