33 ବର୍ଷ ତଳର ସେହି ଛାତିଥରା କାହାଣୀ… ଅଯୋଧ୍ୟାରୁ ନିମନ୍ତ୍ରଣ ପାଇବା ପରେ… ପୂର୍ଣ୍ଣିମାଙ୍କ ଆଖିରେ ଲୁହ

ଅଯୋଧ୍ୟାରୁ ନିମନ୍ତ୍ରଣ ପାଇଲା ପରେ ପୂର୍ଣ୍ଣିମାଙ୍କ ଆଖିରେ ଲୁହ ! ପାଖେଇ ପାଖେଇ ଆସୁଛି ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାର ଭବ୍ୟ ଉତ୍ସବ । ଯାହାକୁ ଅଯୋଧ୍ୟା ସମେତ ସାରା ଭାରତବାସୀ ଅନାଇ ରହିଛନ୍ତି । ପ୍ରଭୁ ରାମଲାଲାଙ୍କ ଆଗମନ ପାଇଁ ଅଯୋଧ୍ୟା ଏକ ସୁନ୍ଦର ବୋହୁ ଭଳି ସୁସଜ୍ଜିତ ହୋଇଯାଇଛି । ଏହି ଉତ୍ସବରେ ଅନେକ ବିଶିଷ୍ଠ ଲୋକ ତଥା ସାଧୁସନ୍ଥଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏହି ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ଅଛନ୍ତି ପୂର୍ଣ୍ଣିମା ।

ପୂର୍ଣ୍ଣିମାଙ୍କୁ ଅଯୋଧ୍ୟାରେ ହେବାକୁ ଯାଉଥିବା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ହେଲେ ଅଯୋଧ୍ୟାରୁ ପାଇଥିବା ଏହି ନିମନ୍ତ୍ରଣ ପତ୍ର ଦେଖିବା ପରେ ପୂର୍ଣ୍ଣିମାଙ୍କ ଆଖିରୁ ଲୁହ ଝରି ଆସିଥିଲା । ତାପରେ ମନ ମଧ୍ୟରେ ଚାପି ରହିଥିବା ସେହି 33 ବର୍ଷ ତଳର କଥା ପୁଣି ଥରେ ତାଜା ହୋଇଯାଇଥିଲା । ବର୍ତ୍ତମାନ ଅଯୋଧ୍ୟାର ଯେଉଁ ସ୍ଥାନରେ ପ୍ରଭୁ ରାମଙ୍କର ବିଶାଳ ମନ୍ଦିର ନିର୍ମାଣ ହେଉଛି ସେହି ଭୂମୀ ହେଉଛି ଅନେକ ଇତିହାସର ମୁକ ସାକ୍ଷୀ ।

ଏହି ରାମଭୂମୀରେ ରାମଙ୍କର ମନ୍ଦିର ଟିଏ ତୋଳିବା ପାଇଁ ବହୁ ରାମଭକ୍ତଙ୍କର ମଧ୍ୟ ମୁଣ୍ଡ ଗଡିଛି । କାରଣ ମୋଗଲ ଶାସନ କାଳରୁ ହିଁ ଏହି ପବିତ୍ର ଭୂମୀକୁ ବାରମ୍ବାର ଆକ୍ରମଣର ଶିକାର ହେବା ପାଇଁ ପଡିଥିଲା । ଏହି ସ୍ଥାନରେ ଅନେକ ଥର ମନ୍ଦିରକୁ ଭାଙ୍ଗି ସେଠାରେ ମସଜିଦ ତିଆରି ହୋଇଛି । ଯାହାକୁ ପ୍ରତୋରୋଧ କରିବାକୁ ଯାଇ ଅନେକ ହିନ୍ଦୁ ରାମଭକ୍ତ ନିଜର ପ୍ରାଣର ଆହୁତୀ ମଧ୍ୟ ଦେଇଦେଇଛନ୍ତି । ତେବେ ସେଥିମଧ୍ୟରେ 2 ଭାଇ ରାମ କୁମାର କୁଠାରୀ ଓ ଶରତ କୁମାର କୁଠାରି ।

ଜିଏକି 1092 ଡିସେମ୍ବର 6 ରେ ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ । ତେବେ ସେହି ରାମ ଓ ଶରତଙ୍କ ଭଉଣୀ ହେଉଛନ୍ତି ପୂର୍ଣ୍ଣିମା । ତେବେ ଆଜକୁ 33 ବର୍ଷ ତଳେ ତାଙ୍କ ଭାଇ ମାନଙ୍କ ସହ କଣ ସବୁ ହୋଇଥିଲା ତାହାକୁ ପୂର୍ଣ୍ଣିମା ଆଜି ପର୍ଯ୍ୟନ୍ତ ବି ଭୁଲି ପାରିନାହାନ୍ତି । ଆଉ ଏହାରି ମଧ୍ୟରେ ଯେତେବେଳେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଯେତେବେଳେ ପୂର୍ଣ୍ଣିମାଙ୍କୁ ନିମନ୍ତ୍ରଣ ପତ୍ର ଦିଆହୋଇଛି । ସେତେବେଳେ ତାଙ୍କ ଆଖିରୁ ଲୁହ ଝରିଯାଇଛି । ଖବରର ଅପଡେଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *