ଅଯୋଧ୍ୟାର ଗଳି ଗଳିରେ ଶୁଭୁଛି ରାମଙ୍କ ଓଡ଼ିଆ ଭଜନ… ଶେଷରେ ଗୀତକୁ ଶେୟାର କଲେ PM Modi

ଓଡିଆ ଭଜନ ପାଇଁ ପୁରା ଦେଶ ଏବେ ମଗ୍ନ ! ଓଡିଆ ଭଜନକୁ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ ! ହଁ ଆଜ୍ଞା ଓଡିଆ ଭାଷାରେ ପ୍ରଭୁ ରାମଙ୍କ ଭଜନ ଅଯୋଧ୍ୟାବାସୀଙ୍କୁ ପୁରା ମନ୍ତ୍ରମୁଗ୍ଧ କରିଛି । ମୋବାଇଲରୁ ଆରମ୍ଭ କରି ଟିଭି ପର୍ଯ୍ୟନ୍ତ ସମସ୍ତେ ଓଡିଆ ଭଜନ ଶୁଣିବାକୁ ପସନ୍ଦ କରୁଛନ୍ତି । ଓଡିଶାର ଲୋକଙ୍କର ଓଡିଆ ଭଜନ ଗୀତ ପ୍ରତି ଯେତିକି ଭଲ ;ଆଇବା ରହିଛି । ଓଡିଆର ଭଜନକୁ ଅଯୋଧ୍ୟା ସମେତ ସାରା ଭାରତରେ ଚର୍ଚା ପାଲଟିଛି ।

ସମସ୍ତେ ଏବେ ରାମଙ୍କ ଓଡିଆ ଭଜନ ହାଇବାରେ ମତୁଆଲା ହୋଇଉଠିଛନ୍ତି । ତେବେ ଆସନ୍ତା 22 ତାରିଖରେ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କର ପ୍ରାଣପ୍ରତିଷ୍ଠା ହେବାକୁ ଯାଉଛି । ଯେଉଁଥି ପାଇଁ ସାରା ଭାରତ ଏବେ ଚଳଚଞ୍ଚଳ ହୋଇପଡିଛି । ଏହାରି ମଧ୍ୟରେ ପ୍ରଭୁ ରାମଙ୍କୁ ନେଇ ମଧ୍ୟ ଅନେକ ଭଜନ ଗୀତ ଶୁଣିବାକୁ ମିଳୁଛି । ଯାହାକୁ ଶୁଣିଲେ ମନ ରାମମୟ ହୋଇଯାଉଛି । ତାହାରି ମଧ୍ୟରେ ଓଡିଆର ରାମ ଭଜନକୁ ମଧ୍ୟ ବେଶ ଲୋକପ୍ରିୟତା ମିଳିଛି ।

କାରଣ ଓଡିଶାର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ନମୀତା ଅଗ୍ରୱାଲଙ୍କ ରାମ ଭଜନ ସମସ୍ତଙ୍କୁ ବେଶ ମାତ୍ରାରେ ପସନ୍ଦ ଆସିଛି । ପ୍ରଭୁ ରାମଚନ୍ଦ୍ରଙ୍କ ଓଡିଆ ଭଜନ ଓଡିଶା ସମେତ ଅଯୋଧ୍ୟା ପର୍ଯ୍ୟନ୍ତ ଲୋକଙ୍କୁ ଏତେ ମାତ୍ରରେ ଅକୃଷ୍ଠ କରିବେ ବୋଲି ସେପରି ଏତେ ମାତ୍ରାରେ ଆଶା ନଥିଲା । ତେବେ ନମୀତା ଅଗ୍ରୱାଲଙ୍କ କଣ୍ଠରୁ ଓଡିଆ ରାମ ଭଜନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେୟାର କରିଲା ପରେ ଏବେ ସେହି ଗୀତକୁ ସମସ୍ତେ ଶୁଣୁଛନ୍ତି । ଗୀତଟି ମଧ୍ୟ ଖୁବ ହୃଦୟସ୍ପର୍ଶୀ ହୋଇପାରିଛି ।

ଓଡିଆରେ ପ୍ରଭୁ ରାମଙ୍କୁ ନେଇ ନମୀତା ଅଗ୍ରୱାଲ ନିକଟରେ ଗାଇଥିବା ଗୀତଟି ହେଉଛି ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ । ଯାହାକୁ ନିଜେ ମାନ୍ୟବର ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯାହାକୁ ନେଇ ପୁରା ଓଡିଶା ଗର୍ବ ଅନୁଭବ କରୁଛି । ଯାହାପରେ କଣ୍ଠଶିଳ୍ପୀ ନମୀତା ଅଗ୍ରୱାଲଙ୍କୁ ସବୁଆଡୁ ପ୍ରଶଂଷାର ସୁଅ ଛୁଟି ଆସିଛି । ତେବେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟା ପୁରା ସଜେଇ ହୋଇବାସିଛି । ଆଉ ମାତ୍ର କେଇଟା ଦିନର ଅପେକ୍ଷାର ଅନ୍ତ ଘଟିବା ମାତ୍ରେ ପ୍ରଭୁ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସାରା ଦେଶ ପାଳିବାକୁ ଯାଉଛି । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଏଥିସହ କମେଣ୍ଟରେ ଜୟ ଶ୍ରୀରାମ ଲେଖିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *