ଅଯୋଧ୍ୟାରେ ରାମ ସୀତାଙ୍କୁ ଦେଖିବାକୁ ଦୌଡି ଆସିଲେ ଲୋକ…. ପୁଣି ଉଠିଲା ରାମାୟଣ କଥା Ram Sita

ଅଯୋଧ୍ୟାରେ ଏକାଠି ହେଲେ ରାମସୀତା ! ରାମସୀତାଙ୍କୁ ପାଖରୁ ଦେଖି ଭାବବିହ୍ଵଳ ଲୋକ ! ହଁ ଆଜ୍ଞା ବହୁ ଦିନ ପରେ ଅଯୋଧ୍ୟା ପବିତ୍ର ଭୂମୀରେ ପୁଣି ଥରେ ରାମସୀତାଙ୍କୁ ଏକାଠି ଦେଖିବାକୁ ମିଳିଛି । ଯେଉଁ ରାମସୀତାଙ୍କୁ ଟିଭି ପରଦାରେ ଦେଖି ଲୋକେ ଆନନ୍ଦିତ ହୋଇ ଉଠୁଥିଲେ । ସେହି ରାମ ଓ ସୀତାଙ୍କୁ ଅଯୋଧ୍ୟାରେ ଦେଖି ଲୋକେ ଭାବବିହ୍ଵଳ ହୋଇଯାଇଛନ୍ତି । ତେବେ ରାମାନନ୍ଦ ସାଗରଙ୍କ ରାମାୟଣରେ ରାମ ଓ ସୀତାଙ୍କ ଭୂମିକାରେ ନଜର ଆସିଥିବା ଅରୁଣ ଗୋଭିଲ ଓ ଦୀପିକା ଅଯୋଧ୍ୟାରେ ପହଞ୍ଚିଛନ୍ତି ।

ତେବେ ସେମାନଙ୍କୁ ଦେଖିବା ପାଇଁ ମଧ୍ୟ ଅନେକ ଲୋକଙ୍କର ଭିଡ ଦେଖିବାକୁ ମିଳିଛି । ତେବେ ସେହି ରାମାୟଣ ସିରିଏଲକୁ ଅନେକ ବର୍ଷ ବିତିଯାଇଛି ସତ ହେଲେ ସେହି ପୁରୁଣା ସ୍ମୃତିକୁ କେହି ମଧ୍ୟ ଭୁଲି ନାହାନ୍ତି । ତେବେ ରାମାୟଣ ମେଗାଧାରାବାହୀକରେ ଅଭିନେତା ଅରୁଣ ଓ ଅଭିନେତ୍ରୀ ଦୀପିକା ଯେଉଁଭଳି ଅଭିନୟ କରିଥିଲେ । ସେହି ଚମତ୍କାରୀ ଅଭିନୟ ସମସ୍ତଙ୍କର ହୃଦୟସ୍ପର୍ଶୀ ହୋଇପାରିଥିଲା । ଯାହାକୁ ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ନିଜ ମନ ମଧ୍ୟରୁ କେହି ଭୁଲି ପାରିନାହାନ୍ତି ।

ଅନେକ ଲୋକ ରାମାୟଣ ସିରିଏଲରେ ଅଭିନୟ କରିଥିବା ରାମ, ସୀତାଙ୍କୁ ପ୍ରକୃତ ରାମସୀତା ମଧ୍ୟ ଭାବି ନେଇ ତାଙ୍କୁ ଅନେକ ସ୍ଥାନରେ ମୁଣ୍ଡିଆ ମଧ୍ୟ ମାରିଥାନ୍ତି । ତେବେ ଏତେ ଦିନ ପରେ ଅଯୋଧ୍ୟାରେ ଉଭୟ ରାମ ଓ ସୀତା କଳାକାରଙ୍କୁ ଦେଖି ଲୋକେ ଖୁସି ହୋଇଯାଇଥିଲେ । ଜାନୁଆରୀ 22 ରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ରାମଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଭାବେ ଅଭିନେତା ଅରୁଣ ଓ ଅଭିନେତ୍ରୀ ଦୀପିକାଙ୍କୁ ନିମନ୍ତ୍ରଣ କରାଯାଇଛି ।

ସେହି ଅଯୋଧ୍ୟାରେ ଉଭୟ ରାମ ଓ ସୀତାଙ୍କୁ ପହଞ୍ଚିବାର ଦେଖି ଲୋକେ ଭାବବିହ୍ଵଳ ହୋଇଯାଇଥିଲେ । ତେବେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଯେତେ ପାଖେଇ ଆସୁଛି । ସମସ୍ତ ଲୋକ ମାନଙ୍କ ମନରେ ଆଗ୍ରହ ଓ ଉତ୍କଣ୍ଠା ସେତେ ସେତେ ବଢିବାରେ ଲାଗିଛି । ସବୁଆଡେ ଖାଲି ରାମ ରାମ ଶବ୍ଦ ଗୁଞ୍ଜରୀତ ହୋଇବା ସହ ପରିବେଶ ସଂପୂର୍ଣ୍ଣ ରାମମୟ ହୋଇଯାଇଛି । ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଏଥିସହ କମେଣ୍ଟରେ ଜୟ ଶ୍ରୀରାମ ଲେଖିକି ଅବଶ୍ୟ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *