ରାମ ମନ୍ଦିରରୁ ଝୋଟ ବ୍ୟାଗରେ କ’ଣ ନେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ? PM Narendra Modi Ram Mandir

ଝୋଟ ବ୍ୟାଗରେ କଣ ନେବେ ମୋଦୀ ! ପ୍ରଭୁ ରାମଲାଲଙ୍କ ଆଯୋଧ୍ୟା ଆଗମନ ପାଇଁ ପୁରା ଆଯୋଧ୍ୟା ଚଳଚଞ୍ଚଳ ହୋଇ ଉଠିଛି । ସବୁଆଡେ ରାମମୟ ପରିବେଶ ହୋଇଯାଇଛି । ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ମଧ୍ୟ ପାଖେଇ ଆସୁଛି । ତେବେ ବର୍ତ୍ତମାନ ସମୟରେ ସାରା ବିଶ୍ଵର ନଜର ଆମ ଭାରତ ଦେଶ ଉପରେ ରହିଛି । ତେବେ ପ୍ରଭୁ ରାମଙ୍କର ପୂଜା ତଥା ଏତେ ବଡ ଧାର୍ମିକ କାର୍ଯ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଯଯମାନ ହେବା ପାଇଁ ଯାଉଛନ୍ତି ।

ଯେଉଁଥି ପାଇଁ ତାଙ୍କୁ ଅନେକ କିଛି ନିୟମର ପାଳନ କରିବାକୁ ମଧ୍ୟ ପଡିବ । ତେବେ ପୂଜା କାର୍ଯ୍ୟ ଅତି ସୁରୁଖୁରୁରେ ସମାପନ ହେବା ପରେ ରାମ ମନ୍ଦିରରୁ ମାନ୍ୟବର ପ୍ରଧାନମନ୍ତ୍ରୀ ସାଥିରେ କଣ ନେଇକି ଯିବେ ବୋଲି କିଛି ଏପରି କଥା ଚର୍ଚା ଧରିଛି । ତେବେ ପ୍ରଭୁ ରାମଙ୍କ ଜନ୍ମଭୂମୀର ମାଟି ସେଠାକୁ ଆମନ୍ତ୍ରିତ ହୋଇକି ଆସିଥିବା ଅତିଥି ମାନଙ୍କୁ ଦିଆଯିବ । ଏକ ଡବାରେ ପୁରାଇ ସେହି ପବିତ୍ର ମାଟି ସମସ୍ତ ଆସିଥିବା ଅତିଥି ମାନଙ୍କୁ ଦିଆଯିବ ।

ଏଥିସହ ସମସ୍ତଙ୍କୁ ଦେଶୀ ଲଡୁ ମଧ୍ୟ ଦିଆଯିବ । ହେଲେ ପ୍ରଭୁ ରାମଲାଲାଙ୍କ ପୂଜାରେ ଯଯମାନ ସାଜିଥିବା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଝୋଟ ବ୍ୟାଗରେ କଣ ଦିଆଯିବ ? ତେବେ ଏଠାରେ କହି ରଖିବା ପାଇଁ ଚାହିଁବୁ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ 15 ମିଟରର ଏକ ବଡ ଫୋଟ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ସେହି ଝୋଟ ବ୍ୟାଗରେ ଦିଆଯିବ । ଉପହାର ସ୍ୱରୂପ ଭାବେ ପ୍ରଭୁ ରାମଙ୍କର ଫୋଟକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଯିବାର ବ୍ୟବସ୍ଥା କରାଯାଇଛି ।

ଏପରି କିଛି ବ୍ୟବସ୍ଥା ରାମ ମନ୍ଦିରର ଟ୍ରଷ୍ଟ ବୋର୍ଡ ପକ୍ଷରୁ କରାଯାଇଅଛି । ଯାହାକି ଏକ ଝୋଟ ବ୍ୟାଗ ମାଧ୍ୟମରେ ପ୍ରଭୁ ଶ୍ରୀରାମଙ୍କର ଫୋଟ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପୂଜା କାର୍ଯ୍ୟ ସମାପନ ପରେ ଯାଇ ଦିଆଯିବ । ଏଥିସହ ଘୀଅରେ ପ୍ରସ୍ତୁତ ଲଡୁ ମଧ୍ୟ ଦିଆଯିବ । ହେଲେ ବର୍ତ୍ତମାନ ଆସନ୍ତା ଜାନୁଆରୀ 22 ରେ ହେବାକୁ ଯାଉଥିବା ଭାରତର ବିଶାଳ କାର୍ଯ୍ୟକ୍ରମ ଯାହାକି ହେଉଛି ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ସେଥିପାଇଁ ବିଶେଷ ଭାବେ ପ୍ରସ୍ତୁତି ପର୍ବ ଜୋରସୋରରେ ଚାଲୁ ରହିଛି । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *