ଅଯୋଧ୍ୟାରେ ପହଞ୍ଚିଲା ପରେ ଲକ୍ଷ୍ମଣଙ୍କୁ ଖୋଜିଲେ ରାମ ଓ ସୀତା, ମନ୍ଦିରକୁ ଦେଖି ମନେ ପକାଇଲେ ସେ ସମୟର କଥା…Ram temple

ଲକ୍ଷ୍ମଣଙ୍କୁ ଖୋଜିଲେ ରାମ ଓ ସୀତା ! ହଁ ଆଜ୍ଞା ଅଯୋଧ୍ୟାରେ ଭବ୍ୟ ଆଡମ୍ବର ଭାବେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ତେବେ ଏହି ଅବସରରେ ଅନେକ ବିଶିଷ୍ଟ ଲୋକ ମନ୍ଦିର ପରିସର ବୁଲି ପ୍ରଭୁ ରାମଙ୍କ ମନ୍ଦିରକୁ ଦେଖୁଛନ୍ତି । ତେବେ ଏହାରି ମଧ୍ୟରେ ଅଭିନେତା ଅରୁଣ ଗୋଭିଲ ଓ ଅଭିନେତ୍ରୀ ଦୀପିକା ଚିଖିଲା ଅଯୋଧ୍ୟା ଆସି ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ବୁଲି ଦେଖିଛନ୍ତି । ଆଉ ମନେ ପକାଇଛନ୍ତି ସେହି ପୁରୁଣା ଦିନର ସ୍ମୃତି ।

ଦିନେ ଯେଉଁମାନେ ପ୍ରଭୁ ରାମଙ୍କ କାହାଣୀ ନେଇ ରାମାୟଣ ମେଗାଧାରାବାହୀକରେ ରାମ, ସୀତାର ଭୂମିକା ନେଇଥିଲେ । ତେବେ ରାମ ଚରିତ୍ରରେ ଥିବା ଅଭିନେତା ଅରୁଣ ଓ ସୀତା ଭୂମିକାରେ ଥିବା ଅଭିନେତ୍ରୀ ଦୀପିକା ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକ ମାନଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ରାମ, ସୀତାଙ୍କ ସ୍ଥାନରେ ରହିଆସିଛନ୍ତି । ହେଲେ ସବୁ ମଧ୍ୟରେ ଅଯୋଧ୍ୟାର ନିର୍ମାଣଧୀନ ରାମ ମନ୍ଦିରକୁ ରାମ ଓ ସୀତା ଆସିଥିବା ବେଳେ ଏ ପର୍ଯ୍ୟନ୍ତ ଲକ୍ଷ୍ମଣ କିନ୍ତୁ ଆସିନାହାନ୍ତି ।

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ରାମ ଓ ସୀତାଙ୍କ ପାଖକୁ ନିମନ୍ତ୍ରଣ ହେଇଛି । ହେଲେ ଲକ୍ଷ୍ମଣଙ୍କ ପାଖକୁ ନିମନ୍ତ୍ରଣ ଯାଇନାହିଁ । ଯାହାକି ଏକ ଦୁଃଖର ବିଷୟ ଅଟେ । କାରଣ ଯେଉଁ ଲକ୍ଷ୍ମଣ ସବୁବେଳେ ରାମ ଓ ସୀତାଙ୍କ ପାଖରେ ଛାଇ ଭଳି ରହୁଥିଲେ । ସେହି ଲକ୍ଷ୍ମଣଙ୍କୁ ନିର୍ମାଣଧୀନ ଅଯୋଧ୍ୟା ରାମମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ଏପର୍ଯ୍ୟନ୍ତ ମିଳିପାରିନାହିଁ । ତେବେ ଅଯୋଧ୍ୟାରେ ରାମ ଥିବା ବେଳେ ଘରେ ରହିଛନ୍ତି ଲକ୍ଷ୍ମଣ । ଯାହା ପରେ ଏହି କଥା ରାମ ଓ ସୀତାଙ୍କ ମନକୁ ଦୁଖ ଦେଇଛି ।

ଅଯୋଧ୍ୟା ରାମ ମନ୍ଦିର ବୁଲିବାକୁ ଆସିଥିବା ରାମ ଓ ସୀତାଙ୍କ ମୁହଁରେ ସିନା ହସ ରହିଛି । ହେଲେ ଲକ୍ଷ୍ମଣଙ୍କ ବିନା ତାଙ୍କ ମନରେ ଦୁଃଖ ମଧ୍ୟ ରହିଛି । କାରଣ ରାମ, ସୀତାଙ୍କ  ପାଖରେ ସବୁବେଳେ ଲକ୍ଷ୍ମଣଙ୍କୁ ଦେଖିବାକୁ ମିଳିଥାଏ । ରାମନନ୍ଦ ସାଗରଙ୍କ ରାମାୟଣରେ ଲକ୍ଷ୍ମଣଙ୍କ ଭୂମିକା ନିଭାଇଥିବା ସୁନୀଲ ଲେହେରୀଙ୍କୁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଏପର୍ଯ୍ୟନ୍ତ ନିମନ୍ତ୍ରଣ କରାଯାଇ ନାହିଁ । ଯେଉଁ କାରଣରୁ ତାଙ୍କ ମନରେ ଏହି କଥା ପାଇଁ ଦୁଃଖ ମଧ୍ୟ ରହିଛି । ଖବରର ଅପଡେଟ ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *