ଅଯୋଧ୍ୟାକୁ ଆସିଲେ ରାମ ଲକ୍ଷ୍ମଣ ଏବଂ ସୀତା, 3 ଜଣଙ୍କୁ ଏକାଠି ଦେଖି ଲୋକେ ଆନନ୍ଦିତ ହୋଇଗଲେ… Jay Shree Ram

ଆଯୋଧ୍ୟାରେ ଆସି ପହଞ୍ଚିଲେ ରାମ , ଲକ୍ଷ୍ମଣ ଓ ସୀତା ! ହଁ ଆଜ୍ଞା ଅଯୋଧ୍ୟାର ନିର୍ମାଣଧୀନ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ପାଖେଇ ଆସୁଛି । ଏହାରି ମଧ୍ୟରେ ରାମ ମନ୍ଦିରକୁ ଅନେକ ବିଶିଷ୍ଠ ଲୋକଙ୍କର ଯିବାଆସିବା ମଧ୍ୟ ହେବା ଆରମ୍ଭ ହୋଇଯାଇଛି । ତେବେ ଏହି ସବୁ ଭିତରେ ରାମ, ଲକ୍ଷ୍ମଣ ଓ ସୀତା ମଧ୍ୟ ଅଯୋଧ୍ୟାରେ ଆସି ପହଞ୍ଚି ଯାଇଛନ୍ତି । ପ୍ରଥମେ କେବଳ ରାମ ଓ ସୀତା ହିଁ ଆସିଥିଲେ । ତେବେ ଏଥିପାଇଁ ଲକ୍ଷ୍ମଣଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ଲକ୍ଷ୍ମଣ ଦୁଃଖ ପ୍ରକାଶ କରିଥିଲେ ।

ହେଲେ ଗତ କାଲି ଅଯୋଧ୍ୟାରେ ରାମ, ଲକ୍ଷ୍ମଣ ଓ ସୀତାଙ୍କର ମିଳନ ହୋଇଛି । ଏହି 3 ଜଣଙ୍କୁ ଏକାଠି ଦେଖି ଲୋକମାନେ ମଧ୍ୟ ବହୁତ ଆନନ୍ଦିତ ହୋଇଯାଇଛନ୍ତି । ତେବେ ଏଠାରେ ଆମେ ରାମାନନ୍ଦ ସାଗରଙ୍କ ରାମାୟଣରେ ଅଭିନୟ କରିଥିବା ରାମ, ଲକ୍ଷ୍ମଣ ଓ ସୀତାଙ୍କ ବିଷୟରେ କହୁଛୁ । ରାମ ଭୂମିକାରେ ଅରୁଣ ଗୋଭିଲ, ଲକ୍ଷ୍ମଣଙ୍କ ଭୂମିକାରେ ସୁନୀଲ ଲେହେରୀ ଓ ସୀତାଙ୍କ ଭୂମିକାରେ ଦୀପିକା ଚିଖଲିଆ ଖୁବ ସୁନ୍ଦର ତଥା ହୃଦୟସ୍ପର୍ଶୀ ଅଭିନୟ କରିଥିଲେ ।

ତେବେ ରାମାନନ୍ଦ ସାଗରଙ୍କ ରାମାୟଣ ମେଗାଧାରାବାହୀକ ପାଇଁ ଆଜି ବି ଲୋକଙ୍କ ମନରେ ବେଶ ଭକ୍ତି, ଶ୍ରଦ୍ଧା ଓ ଭଲ ପାଇବା ଥିବାର ଦେଖିବାକୁ ମିଳିଥାଏ । ଯେଉଁ ଚମତ୍କାର ଅଭିନୟ ପାଇଁ ରାମାୟଣର ପ୍ରତ୍ଯେକଟି କଳାକାର ବର୍ତ୍ତମାନ ପର୍ଯ୍ୟନ୍ତ ବି ଲୋକଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ପାଇଛନ୍ତି । ତେବେ ବିଶେଷ କରି ରାମାୟଣର ରାମ, ସୀତା ଓ ଲକ୍ଷ୍ମଣଙ୍କୁ ଅନେକ ଲୋକ ପ୍ରକୃତ ଭଗବାନ ବୋଲି ମଧ୍ୟ ମାନିନେଇଥାନ୍ତି ।

ତେବେ ଯେତେବେଳେ ଅଯୋଧ୍ୟାରେ ଏତେ ବର୍ଷ ପରେ ପୁଣି ଥରେ ଏମାନଙ୍କୁ ଲୋକେ ଏକାଠି ଦେଖିଛନ୍ତି ସେତେବେଳେ ସେମାନେ ବହୁତ ଆନନ୍ଦ ହୋଇଯାଇଛନ୍ତି । ଗୋଟିଏ ମଞ୍ଚରେ ରାମ, ଲକ୍ଷ୍ମଣ ଓ ସୀତା 3 ଜଣଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସମସ୍ତେ ଖୁସି ମନରେ ସାମିଲ ହେବେ ବୋଲି ମଧ୍ୟ କହିଥିଲେ ।

ତେବେ ଆସନ୍ତା ଜାନୁଆରୀ 22 ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ବିଶାଳ ଉତ୍ସବ ଦେଖିବାକୁ ଅଯୋଧ୍ୟା ଉପରେ ସାରା ବିଶ୍ଵର ନଜର ରହିବାକୁ ଯାଉଛି । ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *