ମୁଁ ଆସିଛି ଏ ଦିଦିଙ୍କ ପାଖକୁ କାମ ମାଗିବାକୁ… ଦିଦି ଯଦି ଚାହିଁବେ ମୁଁ ବି ଦୁଇ ପଇସା ପାଆନ୍ତି… Car Khana

ମୁଁ ଆସିଛି ଏ ଦିଦିଙ୍କ ପାଖକୁ କାମ ମାଗିବାକୁ… ହଁ ଆଜ୍ଞା ରାଜଧାନୀର ବର୍ତ୍ତମାନ ବହୁ ଚର୍ଚାରେ ରହିଥିବା କାର ଖାନା ଯାହାକୁ 2 ବୋହୁ ଚଳାଉଛନ୍ତି । ନିଜ ହାତରେ ସୁସ୍ଵାଦୁ ଭୋଜନ ପ୍ରସ୍ତୁତ କରି ଲୋକ ମାନଙ୍କୁ ରାସ୍ତା କଡରେ ଅତି ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇଦେଉଛନ୍ତି । ଯାହାକି ବହୁତ ଚର୍ଚାର ବିଷୟ ପାଲଟିଛି । ଲୋକ ମାନେ ମଧ୍ୟ ନେହା ଓ ରଶ୍ମିତାଙ୍କ ଖାଦ୍ୟ ଖାଇ ବହୁତ ପ୍ରଶଂଷା କରୁଛନ୍ତି । ତେବେ ଜଣେ ମହିଳା ନିଜର କାମ ଅନୁସନ୍ଧାନରେ ନେହା ଓ ରଶ୍ମିତାଙ୍କ କାର ଖାନା ପାଖକୁ ଆସିଛନ୍ତି ।

ଯେଉଁଠାରେ ମହିଳା ଜଣଙ୍କ କିଛି କାମ ମାଗିବାକୁ ଆସିଛନ୍ତି । ସହିଦ ନଗରର ପ୍ରତିମା ବିଶ୍ଵଇ ନାମକ ମହିଳାଙ୍କ କହିବା ଅନୁଯାଇ ମୋ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ମୋତେ ବର୍ତ୍ତମାନ କାମର ଆବଶ୍ୟକତା ରହିଛି । ଯେଉଁ କାମ କରିକି ମୁଁ ନିଜ ପରିବାରର ଗୁଜୁରାଣ ମେଣ୍ଟାଇ ପାରିବି । ମୋ ଝିଅ ପାଠ ପଢିବା ଏବଂ ଘରର ଅନ୍ୟାନ୍ୟ କାମ ପାଇଁ ପଇସାର ଆବଶ୍ୟକତା ରହୁଛି । ତେଣୁ କିଛି ଦିନ ହେବ କାର ଖାନାର ନେହା ଓ ରଶ୍ମିତାଙ୍କ ମ୍ଯାଡାମଙ୍କ ଖବର ଶୁଣିବାକୁ ପାଇଥିଲି ।

ସେ ଏତେ ବଡ ଘରର ବୋହୁ ହୋଇ ମଧ୍ୟ ଲୋକ ମାନଙ୍କ ପାଇଁ ଖାଇବା ରାନ୍ଧି ସୁଲଭ ମୂଲ୍ୟରେ ଯୋଗାଇ କିଛି ରୋଜଗାର କରିପାରୁଛନ୍ତି । ତେଣୁ ମୁଁ ତାଙ୍କ ପାଖକୁ ଏଥିକି କାମ ମାଗିବାକୁ ଆସିଛି । ଦିଦି ମାନେ ଯଦି ହଁ କହିବେ । ତେବେ ମୁଁ ଏଠାରେ କିଛି କାମ କରିକି ନିଜ ପରିବାର ଚଳାଇ ପାରିବି । ମୋର ଗୋଟେ ଛୋଟ ଦୋକାନ ରହିଛି । ଆଉ ବାକି ସମୟ ଏଠି ଆସି କାମ କରିବି ବୋଲି ଦିଦି ମାନଙ୍କୁ କହିଛି ।

ସେମାନେ ମୋତେ ଯୋଗାଯୋଗ କରି ଏ ବିଷୟରେ ଜଣାଇବେବୋଲି କହିଛନ୍ତି । କାରଣ ତାଙ୍କୁ ମଧ୍ୟ ଏ କାମରେ ସାହାଜ୍ଯ କରିବାକୁ ଲୋକ ଦରକାର ପଡ଼ୁଛନ୍ତି । ତେଣୁ ମୁଁ ଦିଦିଙ୍କ ପାଖରେ ରହି କାମ କରିବି ବୋଲି ପଚାରି ପଚାରି ଏଠାକୁ ଆସିଛି । ଦିଦି ଯଦି ହଁ କହିବେ ତେବେ ପ୍ରତିଦିନ ଆସି କାର ଖାନାରେ ଦିଦିଙ୍କ ସହ ମିଶି କାମ କରିବି । ଖବରର ଅପଡେଟ ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *